ବର୍ଷା ଓ ବଜ୍ରପାତ ନେଇ ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି

The Sakala Picture
Published On

ଭୁବନେଶ୍ୱର: ଶନିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର ତିନୋଟି ସ୍ଥାନରେ କଳାବୈଶାଖୀର ପ୍ରଭାବରେ ଘଡଘଡି ସହ ବର୍ଷା ଦେଖାଦେଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲାରେ ୦.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୧୬.୦ ମିଲିମିଟର ଓ ଦାରିଙ୍ଗବାଡିରେ ୬.୦ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି। ଫୁଲବାଣୀରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଛି। ଅନ୍ୟପଟେ ଝାଡ଼ଖଣ୍ଡ ଓ ଗାଙ୍ଗେଟିକ୍‍ ଅଞ୍ଚଳ ରେ ଏକ ଘୂର୍ଣ୍ଣି ବଳୟ ରହୁଛି। ଯାହାକି […]

ଭୁବନେଶ୍ୱର: ଶନିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର ତିନୋଟି ସ୍ଥାନରେ କଳାବୈଶାଖୀର ପ୍ରଭାବରେ ଘଡଘଡି ସହ ବର୍ଷା ଦେଖାଦେଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲାରେ ୦.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୧୬.୦ ମିଲିମିଟର ଓ ଦାରିଙ୍ଗବାଡିରେ ୬.୦ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି। ଫୁଲବାଣୀରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଅନ୍ୟପଟେ ଝାଡ଼ଖଣ୍ଡ ଓ ଗାଙ୍ଗେଟିକ୍‍ ଅଞ୍ଚଳ ରେ ଏକ ଘୂର୍ଣ୍ଣି ବଳୟ ରହୁଛି। ଯାହାକି ସମୁଦ୍ର ପତ୍ତନ ଠାରୁ ୦.୯ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ସେହିପରି ଦକ୍ଷିଣ ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ସମୁଦ୍ର ପତନ ଠାରୁ ୧.୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହି ଦୁଇଟି ଘୁର୍ଣ୍ଣିବଳୟ ପ୍ରଭାବ ରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଫଳରେ ଆସନ୍ତା ଦୁଇଦିନ ଯାଏଁ କାଳବୈଶାଖୀର ପ୍ରଭାବରେ ରାଜ୍ୟର ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପ ବର୍ଷା ସହ ଘଡଘଡି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ସମୟରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଓ ପବନ ର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୩୦-୪୦ କିମି ପର୍ଯ୍ୟନ୍ତ ରହିବ। ଏହି ଜିଲ୍ଲାଗୁଡିକରେ ସମ୍ଭାବ୍ୟ ପରିସ୍ଥିତି କୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୋମବାର ଠାରୁ କାଳବୈଶଖୀ ର ପ୍ରଭାବ ହ୍ରାସ ପାଇବାକୁ ଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

04 Apr 2021 By The Sakala

ବର୍ଷା ଓ ବଜ୍ରପାତ ନେଇ ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଶନିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର ତିନୋଟି ସ୍ଥାନରେ କଳାବୈଶାଖୀର ପ୍ରଭାବରେ ଘଡଘଡି ସହ ବର୍ଷା ଦେଖାଦେଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲାରେ ୦.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୧୬.୦ ମିଲିମିଟର ଓ ଦାରିଙ୍ଗବାଡିରେ ୬.୦ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି। ଫୁଲବାଣୀରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଛି।

ଅନ୍ୟପଟେ ଝାଡ଼ଖଣ୍ଡ ଓ ଗାଙ୍ଗେଟିକ୍‍ ଅଞ୍ଚଳ ରେ ଏକ ଘୂର୍ଣ୍ଣି ବଳୟ ରହୁଛି। ଯାହାକି ସମୁଦ୍ର ପତ୍ତନ ଠାରୁ ୦.୯ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ସେହିପରି ଦକ୍ଷିଣ ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ସମୁଦ୍ର ପତନ ଠାରୁ ୧.୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହି ଦୁଇଟି ଘୁର୍ଣ୍ଣିବଳୟ ପ୍ରଭାବ ରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ର ଆଶଙ୍କା ରହିଛି।

ଫଳରେ ଆସନ୍ତା ଦୁଇଦିନ ଯାଏଁ କାଳବୈଶାଖୀର ପ୍ରଭାବରେ ରାଜ୍ୟର ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପ ବର୍ଷା ସହ ଘଡଘଡି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ସମୟରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଓ ପବନ ର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୩୦-୪୦ କିମି ପର୍ଯ୍ୟନ୍ତ ରହିବ। ଏହି ଜିଲ୍ଲାଗୁଡିକରେ ସମ୍ଭାବ୍ୟ ପରିସ୍ଥିତି କୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୋମବାର ଠାରୁ କାଳବୈଶଖୀ ର ପ୍ରଭାବ ହ୍ରାସ ପାଇବାକୁ ଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି।

https://www.thesakala.in/latest-odisha-news/heavy-rains-and-thunderstorms-have-been-issued-in-14-districts/article-1221
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର