ବର୍ଷାରେ ଭିଜିବ ଦଶହରା ବଜାର, ନବମୀ ଓ ଦଶମୀ ଦିନ ପ୍ରବଳ ବର୍ଷା ଆଶଙ୍କା

The Sakala Picture
Published On

ଭୁବନେଶ୍ୱର: ବର୍ଷାରେ ଭିଜିବ ଦଶହରା । ପୂଜା ବଜାରକୁ ପାଣିଚିଆ ଓ ଫିକା କରିବ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ବର୍ଷା ନେଇ ଆଶଙ୍କା ରହିଛି । ଆଜି ପ୍ରବଳ ବର୍ଷା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କାଲିଠୁ ବଢିବ ବର୍ଷାର ପରିମାଣ । ପ୍ରବଳ ବର୍ଷା ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ […]

ଭୁବନେଶ୍ୱର: ବର୍ଷାରେ ଭିଜିବ ଦଶହରା । ପୂଜା ବଜାରକୁ ପାଣିଚିଆ ଓ ଫିକା କରିବ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ବର୍ଷା ନେଇ ଆଶଙ୍କା ରହିଛି । ଆଜି ପ୍ରବଳ ବର୍ଷା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କାଲିଠୁ ବଢିବ ବର୍ଷାର ପରିମାଣ । ପ୍ରବଳ ବର୍ଷା ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ୩ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଅକ୍ଟୋବର ୩ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବ। ଏହା ଆନ୍ଧ୍ର ଉପକୂଳର କ୍ରମଶଃ ନିକଟତର ହୋଇ ୬ ତାରିଖରେ ଗୁଜୁରାଟ ଆଡ଼କୁ ଯିବ। ଏହାର ପ୍ରଭାବରେ ଅକ୍ଟୋବର ୨ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ହାଲୁକାରୁ ସ୍ୱଳ୍ପ (୫-୨୦ମିମି) ବର୍ଷା ହେବ। ୩ ତାରିଖରେ ବର୍ଷା ବଢ଼଼ିବ । ୩ ତାରିଖରେ ଅତି ପ୍ରବଳ ବର୍ଷା ନେଇ ପୁରୀ, ଜଗତସିଂହପୁର, ଗଞ୍ଜାମ ଏବଂ କନ୍ଧମାଳକୁ ସତର୍କତା ଜାରି କରାଯାଇଥିବା ବେଳେ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ୪-୬ ପର୍ଯ୍ୟନ୍ତ ଉପକୂଳରେ ଗଞ୍ଜାମରୁ ବାଲେଶ୍ୱର ମଧ୍ୟମରୁ ଭାରି ବର୍ଷା ହେବ। ସେହିପରି ସୀମାନ୍ତବର୍ତ୍ତି ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପ ଏବଂ ବାକି ଆଭ୍ୟନ୍ତରୀଣରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ। ନବମୀ ଓ ଦଶମୀରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ପାରାଦୀପ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବାରିପଦାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

01 Oct 2022 By The Sakala

ବର୍ଷାରେ ଭିଜିବ ଦଶହରା ବଜାର, ନବମୀ ଓ ଦଶମୀ ଦିନ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ବର୍ଷାରେ ଭିଜିବ ଦଶହରା । ପୂଜା ବଜାରକୁ ପାଣିଚିଆ ଓ ଫିକା କରିବ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ବର୍ଷା ନେଇ ଆଶଙ୍କା ରହିଛି । ଆଜି ପ୍ରବଳ ବର୍ଷା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କାଲିଠୁ ବଢିବ ବର୍ଷାର ପରିମାଣ । ପ୍ରବଳ ବର୍ଷା ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ୩ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଅକ୍ଟୋବର ୩ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବ। ଏହା ଆନ୍ଧ୍ର ଉପକୂଳର କ୍ରମଶଃ ନିକଟତର ହୋଇ ୬ ତାରିଖରେ ଗୁଜୁରାଟ ଆଡ଼କୁ ଯିବ। ଏହାର ପ୍ରଭାବରେ ଅକ୍ଟୋବର ୨ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ହାଲୁକାରୁ ସ୍ୱଳ୍ପ (୫-୨୦ମିମି) ବର୍ଷା ହେବ। ୩ ତାରିଖରେ ବର୍ଷା ବଢ଼଼ିବ । ୩ ତାରିଖରେ ଅତି ପ୍ରବଳ ବର୍ଷା ନେଇ ପୁରୀ, ଜଗତସିଂହପୁର, ଗଞ୍ଜାମ ଏବଂ କନ୍ଧମାଳକୁ ସତର୍କତା ଜାରି କରାଯାଇଥିବା ବେଳେ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ୪-୬ ପର୍ଯ୍ୟନ୍ତ ଉପକୂଳରେ ଗଞ୍ଜାମରୁ ବାଲେଶ୍ୱର ମଧ୍ୟମରୁ ଭାରି ବର୍ଷା ହେବ। ସେହିପରି ସୀମାନ୍ତବର୍ତ୍ତି ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପ ଏବଂ ବାକି ଆଭ୍ୟନ୍ତରୀଣରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ। ନବମୀ ଓ ଦଶମୀରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ପାରାଦୀପ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବାରିପଦାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ।

https://www.thesakala.in/latest-odisha-news/heavy-rainfall-in-odisha-in-this-dusshera/article-15390
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର