ଲଘୁଚାପ ଭରସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

The Sakala Picture
Published On

ଭୁବନେଶ୍ୱର: ଲଘୁଚାପ ଭରସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଓଡ଼ିଶା ଛୁଁଇବା ପରେ ଲଘୁଚାପ ଯୋଗୁଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଭଲ ବର୍ଷା ହୋଇଥିଲା। ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ରହିବା ସହିତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇଥିଲା। ଏହାପର ଠାରୁ କୌଣସି ଲଘୁଚାପ ନ ହେବା କାରଣରୁ ରାଜ୍ୟରେ ବିଶେଷ ବର୍ଷା ହୋଇପାରୁ ନାହିଁ। ଗତ ଦୁଇ ଦିନ ତଳେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ହେତୁ ରାଜ୍ୟରେ […]

ଭୁବନେଶ୍ୱର: ଲଘୁଚାପ ଭରସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଓଡ଼ିଶା ଛୁଁଇବା ପରେ ଲଘୁଚାପ ଯୋଗୁଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଭଲ ବର୍ଷା ହୋଇଥିଲା। ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ରହିବା ସହିତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇଥିଲା। ଏହାପର ଠାରୁ କୌଣସି ଲଘୁଚାପ ନ ହେବା କାରଣରୁ ରାଜ୍ୟରେ ବିଶେଷ ବର୍ଷା ହୋଇପାରୁ ନାହିଁ। ଗତ ଦୁଇ ଦିନ ତଳେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ହେତୁ ରାଜ୍ୟରେ କିଛି ପରିମାଣରେ ବର୍ଷା ହୋଇଥିଲା। ହେଲେ ଘୂର୍ଣ୍ଣିବଳୟର ପ୍ରଭାବ କମ୍‌‌ ରହିବା କାରଣରୁ ବିଶେଷ ବର୍ଷା କରାଇବାରେ ସକ୍ଷମ ହୋଇପାରି ନାହିଁ। ସାଧାରଣତଃ ବଙ୍ଗୋପସାଗରରେ ଲଘୁଚାପ ହେବା ଦ୍ୱାରା ମୌସୁମୀ ଟ୍ରଫ ବଙ୍ଗୋପସାଗରକୁ ଆସିଥାଏ। ଏହା ସହିତ ବଙ୍ଗୋପସାଗରରେ ଲଘୁଚାପ ହେଲେ ଉଭୟ ବଙ୍ଗୋପସାଗର ଓ ଆରବସାଗରରୁ ପବନ ଟାଣିଥାଏ। ଉଭୟ ପଟରୁ ଜଳୀୟବାଷ୍ପ ମିଳିବା ଯୋଗୁଁ ବର୍ଷା ହେବା ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି ହୋଇଥାଏ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ ଦୁଇଦିନ ରେ ୬ ପ୍ରତିଶତ ନିଅଣ୍ଟିଆ ଭରଣ ହୋଇଛି। ଚଳିତ ମୌସୁମୀ ଋତୁରେ ୧ ଜୁନରୁ ୭ ଜୁଲାଇ ମଧ୍ୟରେ ୨୦୬.୮ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ସ୍ୱାଭାବିକ ବର୍ଷା ୨୭୬.୬ ମିମି ତୁଳନାରେ ୨୫ ପ୍ରତିଶତ କମ ରହିଛି। ଏହି ପରିଧି ମଧ୍ୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୪୧୦.୮ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୨୬୮.୩ ମିମି ତୁଳନାରେ ୫୩ ପ୍ରତିଶତ ଅଧିକ ରହିଛି। ସେହିପରି କଳାହାଣ୍ଡି ଜିଲ୍ଲାରେ ସର୍ବନିମ୍ନ ୧୧୭.୫ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୩୨୫.୧ ମିମି ତୁଳନାରେ ୬୪ ପ୍ରତିଶତ କମ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସ୍ୱାଭାବିକ ରହିବା ସହ ୧୫.୭ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୧୦.୮ମିମି ତୁଳନାରେ ୪୫ ପ୍ରତିଶତ ଅଧିକ ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଥିବା ବେଳେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ରବିବାର କିଛି ଜିଲ୍ଲାରେ ସମାନ ସ୍ଥିତି ଜାରି ରହିବା ସହିତ ସୋମବାରଠାରୁ ଅନେକ ସ୍ଥାନରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

08 Jul 2023 By The Sakala

ଲଘୁଚାପ ଭରସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଲଘୁଚାପ ଭରସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଓଡ଼ିଶା ଛୁଁଇବା ପରେ ଲଘୁଚାପ ଯୋଗୁଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଭଲ ବର୍ଷା ହୋଇଥିଲା। ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ରହିବା ସହିତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇଥିଲା। ଏହାପର ଠାରୁ କୌଣସି ଲଘୁଚାପ ନ ହେବା କାରଣରୁ ରାଜ୍ୟରେ ବିଶେଷ ବର୍ଷା ହୋଇପାରୁ ନାହିଁ। ଗତ ଦୁଇ ଦିନ ତଳେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ହେତୁ ରାଜ୍ୟରେ କିଛି ପରିମାଣରେ ବର୍ଷା ହୋଇଥିଲା। ହେଲେ ଘୂର୍ଣ୍ଣିବଳୟର ପ୍ରଭାବ କମ୍‌‌ ରହିବା କାରଣରୁ ବିଶେଷ ବର୍ଷା କରାଇବାରେ ସକ୍ଷମ ହୋଇପାରି ନାହିଁ। ସାଧାରଣତଃ ବଙ୍ଗୋପସାଗରରେ ଲଘୁଚାପ ହେବା ଦ୍ୱାରା ମୌସୁମୀ ଟ୍ରଫ ବଙ୍ଗୋପସାଗରକୁ ଆସିଥାଏ। ଏହା ସହିତ ବଙ୍ଗୋପସାଗରରେ ଲଘୁଚାପ ହେଲେ ଉଭୟ ବଙ୍ଗୋପସାଗର ଓ ଆରବସାଗରରୁ ପବନ ଟାଣିଥାଏ। ଉଭୟ ପଟରୁ ଜଳୀୟବାଷ୍ପ ମିଳିବା ଯୋଗୁଁ ବର୍ଷା ହେବା ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି ହୋଇଥାଏ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ ଦୁଇଦିନ ରେ ୬ ପ୍ରତିଶତ ନିଅଣ୍ଟିଆ ଭରଣ ହୋଇଛି। ଚଳିତ ମୌସୁମୀ ଋତୁରେ ୧ ଜୁନରୁ ୭ ଜୁଲାଇ ମଧ୍ୟରେ ୨୦୬.୮ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ସ୍ୱାଭାବିକ ବର୍ଷା ୨୭୬.୬ ମିମି ତୁଳନାରେ ୨୫ ପ୍ରତିଶତ କମ ରହିଛି। ଏହି ପରିଧି ମଧ୍ୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୪୧୦.୮ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୨୬୮.୩ ମିମି ତୁଳନାରେ ୫୩ ପ୍ରତିଶତ ଅଧିକ ରହିଛି। ସେହିପରି କଳାହାଣ୍ଡି ଜିଲ୍ଲାରେ ସର୍ବନିମ୍ନ ୧୧୭.୫ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୩୨୫.୧ ମିମି ତୁଳନାରେ ୬୪ ପ୍ରତିଶତ କମ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସ୍ୱାଭାବିକ ରହିବା ସହ ୧୫.୭ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୧୦.୮ମିମି ତୁଳନାରେ ୪୫ ପ୍ରତିଶତ ଅଧିକ ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଥିବା ବେଳେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ରବିବାର କିଛି ଜିଲ୍ଲାରେ ସମାନ ସ୍ଥିତି ଜାରି ରହିବା ସହିତ ସୋମବାରଠାରୁ ଅନେକ ସ୍ଥାନରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି।

https://www.thesakala.in/latest-odisha-news/heavy-rainfall-in-5-districts-of-odisha-today/article-23300
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର