ବାତ୍ୟା ‘ଦାନା’ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା, ପାରାଦୀପରେ ସର୍ବାଧିକ ୬୨.୯ ମି.ମି.ବର୍ଷା ରେକର୍ଡ

The Sakala Picture
Published On

ଭୁବନେଶ୍ବର: ବାତ୍ୟା ‘ଦାନା’ ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି । ଧୀରେ ଧୀରେ ବାତ୍ୟା ଦାନା ସ୍ଥଳଭାଗକୁ ମାଡି ଆସୁଥିବା ବେଳେ ଏହାର ପ୍ରଭାବ ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାରେ ଲାଗିଛି । ଏହାସହ ଉପକୂଳ ଜିଲ୍ଲାଗୁଡିକରେ ପବନର ବେଗ ଧିରେ ଧିରେ ବଢ଼ିବାରେ ଲାଗିଛି । ପାରାଦୀପରେ ସର୍ବାଧିକ ୬୨.୯ ମି.ମି. ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ […]

ଭୁବନେଶ୍ବର: ବାତ୍ୟା ‘ଦାନା’ ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି । ଧୀରେ ଧୀରେ ବାତ୍ୟା ଦାନା ସ୍ଥଳଭାଗକୁ ମାଡି ଆସୁଥିବା ବେଳେ ଏହାର ପ୍ରଭାବ ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାରେ ଲାଗିଛି । ଏହାସହ ଉପକୂଳ ଜିଲ୍ଲାଗୁଡିକରେ ପବନର ବେଗ ଧିରେ ଧିରେ ବଢ଼ିବାରେ ଲାଗିଛି । ପାରାଦୀପରେ ସର୍ବାଧିକ ୬୨.୯ ମି.ମି. ବର୍ଷା ରେକର୍ଡ କରାଯାଇଛି ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଏହା ପଛକୁ ରହିଛି ଚାନ୍ଦବାଲି । ଏଠାରେ ୪୬.୨ ମି.ମି. ବର୍ଷା ରେକର୍ଡ କରାଯାଇଛି । କୁଜଙ୍ଗ ଓ ରାଜନଗରରେ ୨୭ ମି.ମି. ବର୍ଷା ରେକର୍ଡ କରାଯାଇଥିବା ନୀଳଗିରିରେ ୨୩ ମି.ମି. ବର୍ଷା ରେକର୍ଡ କରାଯାଇଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ସେହିପରି ପଟ୍ଟାମୁଣ୍ଡାଇରେ ୨୨.୫ ମି.ମି., ଆଳିରେ ୨୧ ମି.ମି., ସୋର ଓ ବେତନଟୀରେ ୧୯ ମି.ମି., ଔପଦାରେ ୧୮ ମି.ମି., ଧାମନଗର ଓ ସାରସକଣାରେ ୧୬ ମି.ମି., ବାଙ୍ଗିରିପୋଷିରେ ୧୨.୬ ମି.ମି. ଓ ଭଦ୍ରକରେ ୧୨.୩ ମି.ମି. ବର୍ଷା ରେକର୍ଡ କରାଯାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର