ରାଜଧାନୀରେ କାଳବୈଶାଖୀ ତାଣ୍ଡବ…

The Sakala Picture
Published On

ଭୁବନେଶ୍ୱର: ଶୁକ୍ରବାର ହଠାତ ରାଜଧାନୀରେ ବଦଳିଗଲା ପାଣିପାଗର ମିଜାଜ୍। ଚାରିଆଡ ଅନ୍ଧାର।  ମାଡିଆସିଲା କାଳବୈଶାଖୀ ବର୍ଷା । ଆଉ ଏହି ଝଡତୋଫାନରେ ବିଭିନ୍ନ ସ୍ଥାନରେ ଗଛ ଉପଡିଥିଲା । ଏହାର ପ୍ରଭାବରେ ଅନେକ ଗଛଡାଳ ଭାଙ୍ଗି ଯାଇଥିବା ବେଳେ ରାସ୍ତାଘାଟରେ ଗାଡ଼ି ମଧ୍ୟ ଓଲଟି ଯାଇଥିବା ଦେଖିବାକୁ ମିଳିଥିଲା। ପାଖାପାଖି ୩୦ ମିନିଟରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ଚାଲିଥିଲା ଏପରି ପାଗ । ଖବର ଅନୁଯାୟୀ, ୩ ଘଣ୍ଟା ପାଇଁ  ଖୋର୍ଦ୍ଧା ଜିଲ୍ଲା ସମେତ ଟ୍ବିନସିଟି ଭୁବନେଶ୍ବର-କଟକକୁ […]

ଭୁବନେଶ୍ୱର: ଶୁକ୍ରବାର ହଠାତ ରାଜଧାନୀରେ ବଦଳିଗଲା ପାଣିପାଗର ମିଜାଜ୍। ଚାରିଆଡ ଅନ୍ଧାର।  ମାଡିଆସିଲା କାଳବୈଶାଖୀ ବର୍ଷା । ଆଉ ଏହି ଝଡତୋଫାନରେ ବିଭିନ୍ନ ସ୍ଥାନରେ ଗଛ ଉପଡିଥିଲା । ଏହାର ପ୍ରଭାବରେ ଅନେକ ଗଛଡାଳ ଭାଙ୍ଗି ଯାଇଥିବା ବେଳେ ରାସ୍ତାଘାଟରେ ଗାଡ଼ି ମଧ୍ୟ ଓଲଟି ଯାଇଥିବା ଦେଖିବାକୁ ମିଳିଥିଲା। ପାଖାପାଖି ୩୦ ମିନିଟରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ଚାଲିଥିଲା ଏପରି ପାଗ ।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

ଖବର ଅନୁଯାୟୀ, ୩ ଘଣ୍ଟା ପାଇଁ  ଖୋର୍ଦ୍ଧା ଜିଲ୍ଲା ସମେତ ଟ୍ବିନସିଟି ଭୁବନେଶ୍ବର-କଟକକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା।  ଏହି ସମୟରେ ଘଣ୍ଟା ପ୍ରତି ୪୦ ରୁ ୫୦ କି.ମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଥିବା ଆକଳନ କରିଥିବା ପାଣିପାଗ ବିଭାଗ।  ପୁରି ଜିଲ୍ଲାକୁ ମଧ୍ଯ ୟେଲୋ ଆଲର୍ଟ ଜାରି ହୋଇଛି। ଏହି ସମୟରେ ଘଣ୍ଟା ପ୍ରତି ୩୦ ରୁ ୪୦ କି.ମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଥିଲା। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର