ଆଜି ଅବପାତ ରୂପ ନେବ ଲଘୁଚାପ: ବଢୁଛି ବର୍ଷା, ଫୁଲୁଛି ନଦୀ; ୧୮ ପର୍ଯ୍ୟନ୍ତ ରହିବ ବର୍ଷାର ପ୍ରକୋପ

The Sakala Picture
Published On

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶକ୍ତିଶାଳୀ ହେଉଛି। ଏହାର ପ୍ରଭାବରେ ୩ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଲଘୁଚାପ ଘନୀଭୂତ ହୋଇ ଆସନ୍ତାକାଲି ଅବପାତର ରୂପ ନେବା। ଏଥିପାଇଁ ଆହୁରି ୨-୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଜଣାପଡ଼ିଛି। ଦେଶର ୬ଟି ରାଜ୍ୟରେ ଭୀଷଣ ବର୍ଷାକୁ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‍ଡି) ସତର୍କ ସୂଚନା ଜାରୀ କରିଛି। ଓଡ଼ିଶା ସମେତ ମହାରାଷ୍ଟ ଓ ତେଲଙ୍ଗାନାରେ ଅତି […]

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶକ୍ତିଶାଳୀ ହେଉଛି। ଏହାର ପ୍ରଭାବରେ ୩ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଲଘୁଚାପ ଘନୀଭୂତ ହୋଇ ଆସନ୍ତାକାଲି ଅବପାତର ରୂପ ନେବା। ଏଥିପାଇଁ ଆହୁରି ୨-୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଜଣାପଡ଼ିଛି। ଦେଶର ୬ଟି ରାଜ୍ୟରେ ଭୀଷଣ ବର୍ଷାକୁ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‍ଡି) ସତର୍କ ସୂଚନା ଜାରୀ କରିଛି। ଓଡ଼ିଶା ସମେତ ମହାରାଷ୍ଟ ଓ ତେଲଙ୍ଗାନାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏହି ୩ଟି ରାଜ୍ୟକୁ ଆଇଏମ୍‍ଡି ରେଡ୍‍ ଆଲର୍ଟ ଜାରୀ କରିଛି।

ଆହୁରି ପଢ଼ନ୍ତୁ: ହିଟୱେଭ ପାଇଁ SOP: ଅଧିକ ଖରା ହେଉଥିବା ଜାଗାରେ ଆଶ୍ରୟସ୍ଥଳୀ ନିର୍ମାଣ, ଡ୍ରାଇଭରଙ୍କ ପାଇଁ ORS ଓ ପିଇବା ପାଣି ବ୍ୟବସ୍ଥା

ଅନ୍ୟପଟେ ଜାରି ରହିଥିବା ଲଘୁଚାପର ପ୍ରଭାବ ଶେଷ ନ ହେଉଣୁ ୧୩ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାଦ୍ୱାରା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ଲଘୁଚାପଗୁଡ଼ିକ ଓଡ଼ିଶା ସମେତ ମହାନଦୀର ଉପରମୁଣ୍ଡ ଛତିଶଗଡ଼ ସମେତ ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ରାଜ୍ୟରେ ପ୍ରଭାବ ପକାଉଥିବାରୁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବଢ଼ି ଚାଲିଛି। ବର୍ତ୍ତମାନ ତଳମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳରେ ପାଣି ଭର୍ତ୍ତି ହେଉଛି। ଏହା ପରେ ଲଘୁଚାପ ଛତିଶଗଡ଼ମୁହାଁ ହେବା ପରେ ସେଠାରେ ବର୍ଷାର ପ୍ରକୋବ ବୃଦ୍ଧି ପାଇବ। ଯାହାଦ୍ୱାରା ଛତିଶଗଡ଼ରୁ ପାଣି ଆସିବା ସହ ହୀରାକୁଦରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହେବ ବୋଲି ଜଣାପଡ଼ୁଛି।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ଥିବା ଲଘୁଚାପ ମଙ୍ଗଳବାର ସୁଦ୍ଧା ଅବପାତରେ ପରିଣତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହି ଲଘୁଚାପ ଯୋଗୁଁ ମଙ୍ଗଳବାର ବରଗଡ଼, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର ଆଦିରେ ପ୍ରବଳରୁ ଅତିପ୍ରବଳ ଓ ସ୍ଥାନେସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ରେଡ୍‍ ଆଲର୍ଟ ଜାରି କରାଯାଇଥିବା ବେଳେ ବାକି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଓ ୟେଲୋ ଆଲର୍ଟ ହୋଇ ସାରା ରାଜ୍ୟ ପାଇଁ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ରାଜ୍ୟ ସମେତ ରାଜ୍ୟର ନଦୀଗୁଡ଼ିକ ଉପରମୁଣ୍ଡରେ ବର୍ଷାର ପ୍ରକୋପ ରହୁଛି। ଏଥିପାଇଁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ବନ୍ୟା ଆଶଙ୍କା ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ସ୍ୱାଭିବକଠାରୁ ୧୨୩ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ପ୍ରକୋପ ଜାରି ରହିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେଉ: ପ୍ରସନ୍ନ ଆଚାର୍ଯ୍ୟ

ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ୮ଟି ଜଳଭଣ୍ଡାରର ସ୍ଥିତି ଠିକ୍‍ ଅଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି। କୌଣସି ସ୍ଥାନରୁ ବନ୍ୟା ଖବର ଆସିନାହିଁ। କିଛି ନଦୀର ଜଳସ୍ତର ବୃଦ୍ଧି ପାଉଛି। ବଂଶଧାରା ନଦୀର ଜଳସ୍ତର କାଶୀନଗରଠାରେ ବଢିବା ସ୍ଥିତିରେ ରହିଛି। କିନ୍ତୁ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ଅଛି। ସେହିପରି ଟିକରପଡ଼ା, ଖଇରମାଳ ଓ ନରାଜଠାରେ ମହାନଦୀ ଜଳସ୍ତର ବଢିବା ସ୍ଥିତିରେ ଅଛି। ନିମାପଡ଼ାଠାରେ କୁଶଭଦ୍ରା, ଆଳିପିଙ୍ଗଳଠାରେ ଦେବୀ, ଆନନ୍ଦପୁର ଓ ଆଖୁଆପଦାରେ ବ୍ରାହ୍ମଣୀ, ବାରିପଦାରେ ବୁଢାବଳଙ୍ଗ, ରାଜଘାଟ ଓ ଜଳକା ମଥାନୀ ରୋଡ୍‍ ପୋଲଠାରେ ସୁବର୍ଣ୍ଣରେଖା, ସୋରଡ଼ା, ମାଧବରିଦା ଓ ପୁରୁଷୋତ୍ତମପୁରଠାରେ ଋଷିକୁଲ୍ୟା ବଢ଼ିବା ସ୍ଥିତିରେ ରହିଛି। କିନ୍ତୁ ବିପଦ ସଙ୍କେତ ତଳେ ନଦୀର ଜଳସ୍ତର ପ୍ରବାହିତ ହେଉଛି। ପାଣିପାଗ ରିପୋର୍ଟ ଅନୁଯାୟୀ ବିଭାଗ ସଜାଗ ଅଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

09 Aug 2022 By The Sakala

ଆଜି ଅବପାତ ରୂପ ନେବ ଲଘୁଚାପ: ବଢୁଛି ବର୍ଷା, ଫୁଲୁଛି ନଦୀ; ୧୮ ପର୍ଯ୍ୟନ୍ତ ରହିବ ବର୍ଷାର ପ୍ରକୋପ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶକ୍ତିଶାଳୀ ହେଉଛି। ଏହାର ପ୍ରଭାବରେ ୩ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଲଘୁଚାପ ଘନୀଭୂତ ହୋଇ ଆସନ୍ତାକାଲି ଅବପାତର ରୂପ ନେବା। ଏଥିପାଇଁ ଆହୁରି ୨-୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଜଣାପଡ଼ିଛି। ଦେଶର ୬ଟି ରାଜ୍ୟରେ ଭୀଷଣ ବର୍ଷାକୁ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‍ଡି) ସତର୍କ ସୂଚନା ଜାରୀ କରିଛି। ଓଡ଼ିଶା ସମେତ ମହାରାଷ୍ଟ ଓ ତେଲଙ୍ଗାନାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏହି ୩ଟି ରାଜ୍ୟକୁ ଆଇଏମ୍‍ଡି ରେଡ୍‍ ଆଲର୍ଟ ଜାରୀ କରିଛି।

ଅନ୍ୟପଟେ ଜାରି ରହିଥିବା ଲଘୁଚାପର ପ୍ରଭାବ ଶେଷ ନ ହେଉଣୁ ୧୩ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାଦ୍ୱାରା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ଲଘୁଚାପଗୁଡ଼ିକ ଓଡ଼ିଶା ସମେତ ମହାନଦୀର ଉପରମୁଣ୍ଡ ଛତିଶଗଡ଼ ସମେତ ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ରାଜ୍ୟରେ ପ୍ରଭାବ ପକାଉଥିବାରୁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବଢ଼ି ଚାଲିଛି। ବର୍ତ୍ତମାନ ତଳମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳରେ ପାଣି ଭର୍ତ୍ତି ହେଉଛି। ଏହା ପରେ ଲଘୁଚାପ ଛତିଶଗଡ଼ମୁହାଁ ହେବା ପରେ ସେଠାରେ ବର୍ଷାର ପ୍ରକୋବ ବୃଦ୍ଧି ପାଇବ। ଯାହାଦ୍ୱାରା ଛତିଶଗଡ଼ରୁ ପାଣି ଆସିବା ସହ ହୀରାକୁଦରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହେବ ବୋଲି ଜଣାପଡ଼ୁଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ଥିବା ଲଘୁଚାପ ମଙ୍ଗଳବାର ସୁଦ୍ଧା ଅବପାତରେ ପରିଣତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହି ଲଘୁଚାପ ଯୋଗୁଁ ମଙ୍ଗଳବାର ବରଗଡ଼, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର ଆଦିରେ ପ୍ରବଳରୁ ଅତିପ୍ରବଳ ଓ ସ୍ଥାନେସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ରେଡ୍‍ ଆଲର୍ଟ ଜାରି କରାଯାଇଥିବା ବେଳେ ବାକି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଓ ୟେଲୋ ଆଲର୍ଟ ହୋଇ ସାରା ରାଜ୍ୟ ପାଇଁ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ରାଜ୍ୟ ସମେତ ରାଜ୍ୟର ନଦୀଗୁଡ଼ିକ ଉପରମୁଣ୍ଡରେ ବର୍ଷାର ପ୍ରକୋପ ରହୁଛି। ଏଥିପାଇଁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ବନ୍ୟା ଆଶଙ୍କା ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ସ୍ୱାଭିବକଠାରୁ ୧୨୩ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ପ୍ରକୋପ ଜାରି ରହିବ ବୋଲି ସେ କହିଛନ୍ତି।

ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ୮ଟି ଜଳଭଣ୍ଡାରର ସ୍ଥିତି ଠିକ୍‍ ଅଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି। କୌଣସି ସ୍ଥାନରୁ ବନ୍ୟା ଖବର ଆସିନାହିଁ। କିଛି ନଦୀର ଜଳସ୍ତର ବୃଦ୍ଧି ପାଉଛି। ବଂଶଧାରା ନଦୀର ଜଳସ୍ତର କାଶୀନଗରଠାରେ ବଢିବା ସ୍ଥିତିରେ ରହିଛି। କିନ୍ତୁ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ଅଛି। ସେହିପରି ଟିକରପଡ଼ା, ଖଇରମାଳ ଓ ନରାଜଠାରେ ମହାନଦୀ ଜଳସ୍ତର ବଢିବା ସ୍ଥିତିରେ ଅଛି। ନିମାପଡ଼ାଠାରେ କୁଶଭଦ୍ରା, ଆଳିପିଙ୍ଗଳଠାରେ ଦେବୀ, ଆନନ୍ଦପୁର ଓ ଆଖୁଆପଦାରେ ବ୍ରାହ୍ମଣୀ, ବାରିପଦାରେ ବୁଢାବଳଙ୍ଗ, ରାଜଘାଟ ଓ ଜଳକା ମଥାନୀ ରୋଡ୍‍ ପୋଲଠାରେ ସୁବର୍ଣ୍ଣରେଖା, ସୋରଡ଼ା, ମାଧବରିଦା ଓ ପୁରୁଷୋତ୍ତମପୁରଠାରେ ଋଷିକୁଲ୍ୟା ବଢ଼ିବା ସ୍ଥିତିରେ ରହିଛି। କିନ୍ତୁ ବିପଦ ସଙ୍କେତ ତଳେ ନଦୀର ଜଳସ୍ତର ପ୍ରବାହିତ ହେଉଛି। ପାଣିପାଗ ରିପୋର୍ଟ ଅନୁଯାୟୀ ବିଭାଗ ସଜାଗ ଅଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର