ନୂଆ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ଘନ କୁହୁଡ଼ି, ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ଏସ୍‍ଆରସିଙ୍କ ନିର୍ଦ୍ଦେଶ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଆରମ୍ଭ ହେବ। ଗୁରୁବାର ରାତିଠାରୁ କୁହୁଡ଼ି ପରିମାଣ ବୃଦ୍ଧି ପାଇବ। ଶୁକ୍ରବାର ସକାଳ ସୁଦ୍ଧା କୁହୁଡ଼ିର ପ୍ରଭାବ ଅଧିକ ରହିବାର ଆଶଙ୍କା ଥିବା ବେଳେ ନୂଆ ବର୍ଷ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦୁଇ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାପାଇଁ ପାଣିପାଗ କେନ୍ଦ୍ର ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଆଲର୍ଟ ଜାରି […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଆରମ୍ଭ ହେବ। ଗୁରୁବାର ରାତିଠାରୁ କୁହୁଡ଼ି ପରିମାଣ ବୃଦ୍ଧି ପାଇବ। ଶୁକ୍ରବାର ସକାଳ ସୁଦ୍ଧା କୁହୁଡ଼ିର ପ୍ରଭାବ ଅଧିକ ରହିବାର ଆଶଙ୍କା ଥିବା ବେଳେ ନୂଆ ବର୍ଷ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦୁଇ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାପାଇଁ ପାଣିପାଗ କେନ୍ଦ୍ର ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ଏସ୍‍ଆରସିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ଗୁରୁବାର ସକାଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଓ କୁଆପଥର ମାଡ଼ ଆଶଙ୍କା ଥିବାରୁ ଚାଷୀମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି। ସେହିପରି ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ଜାରି ହୋଇଥିବା ସତର୍କ ସୂଚନା ଆଧାରରରେ ପୁଲିସ୍‍ ଓ ପରିବହନ ବିଭାଗ ଏଥିପ୍ରତି ସତର୍କ ରହିବା ପାଇଁ କୁହାଯାଇଛି। ଏହି ସମୟରେ ଅଘଟଣକୁ ଏଡ଼ାଇବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଚିଠିରେ ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଗୁରୁବାର ରାତିରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ସୁନ୍ଦରଗଡ଼଼, ଝାରସୁଗୁଡ଼ା, ବରଗଡ଼଼, ସମ୍ବଲପୁର, ଦେବଗଡ଼଼, ଅନଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କଟକ ଆଦି ୧୩ ଜିଲ୍ଲାରେ ଘନ କୁହୁଡ଼ି ହେବାର ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଶୁକ୍ରବାର ମଧ୍ୟ ଅନେକ ଜିଲ୍ଲାରେ ଏହି ସ୍ଥିତି ଜାରି ରହିପାରେ ବୋଲି କେନ୍ଦ୍ର ଆକଳନ କରିଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି। ପୂର୍ବ ସପ୍ତାହ ତୁଳନାରେ ତାପମାତ୍ରା ବୃଦ୍ଧି ହେତୁ ଅନେକ ସ୍ଥାନରେ ବର୍ତ୍ତମାନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି। ୨ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବାର ଥିବା ବେଳେ ଏହା ପରେ ତାପମାତ୍ରାରେ ପରିବର୍ତ୍ତନ ଆସିବ। ପରବର୍ତ୍ତୀ ୩ ଦିନ ମଧ୍ୟରେ ରାଜ୍ୟରେ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଫଳରେ ପୁଣି ଶୀତ ଫେରିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ୱାସ କହିଛନ୍ତି।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିଥିବା ବେଳେ ଅନେକ ସ୍ଥାନରେ କୁଆ ପଥର ବର୍ଷା ହୋଇଛି। ଗତ ୩୬ ଘଣ୍ଟା ମଧ୍ୟରେ ସମ୍ବଲପୁରରେ ୪୯, ଝାରସୁଗୁଡ଼ାରେ ୩୫.୯ ମିମି ବର୍ଷା ହୋଇଥିବା ବେଳେ ହୀରାକୁଦାରେ ୪୪ ମିଲିମିଟର ବର୍ଷା ହୋଇଛି। ସେହିପରି କେନ୍ଦୁଝରରେ ୨୧ ମିମି ବର୍ଷା ହୋଇଥିବା ବେଳେ ଅନ୍ୟ କିଛି ଅଞ୍ଚଳରେ ମଧ୍ୟ ହାଲୁକା ବର୍ଷା ହୋଇଛି। ତେବେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସାଙ୍ଗକୁ କୁଆ ପଥର ପଡ଼ିଥିବାରୁ କ୍ଷେତରେ ଥିବା ଫସଲ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଗୁରୁବାର ମଧ୍ୟ କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ମୟୂରଭଞ୍ଜ, କେନ୍ଦୁଝର, ଅନଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼଼ା, ଆଦି ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର