ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ; ୫୦ ମିଟର ପର୍ଯ୍ୟନ୍ତ ଦିଶୁନି କିଛି

The Sakala Picture
Published On

ଭୁବନେଶ୍ବର: ଘନ କୁହୁଡ଼ିର ଆସ୍ତରଣରେ ଘୋଡାଇ ହୋଇଛି ଟ୍ଵିନ୍‌ସିଟି । ଆଜି ସାକଳୁ ସକାଳୁ ରାଜ୍ୟର ବିଭିନ୍ନ ସହର ସମେତ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖାଯାଇଥିଲା। ୫୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେବା କଷ୍ଟସାଧ୍ୟ ହୋଇପଡିଛି । ଘନ କୁହୁଡ଼ି ଯୋଗୁଁ ଯାତାୟତ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା ଭୋଗୁଛନ୍ତି ଲୋକ । ଗତ କିଛି ଦିନ ହେବ ଶୀତର ପ୍ରକୋପ ବଢିବାରେ ଲାଗିଛି । ତାପମାତ୍ରା ତଳକୁ ଖସୁଥିବା ବେଳେ ଆଜି ଲୋକଙ୍କୁ […]

ଭୁବନେଶ୍ବର: ଘନ କୁହୁଡ଼ିର ଆସ୍ତରଣରେ ଘୋଡାଇ ହୋଇଛି ଟ୍ଵିନ୍‌ସିଟି । ଆଜି ସାକଳୁ ସକାଳୁ ରାଜ୍ୟର ବିଭିନ୍ନ ସହର ସମେତ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖାଯାଇଥିଲା। ୫୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେବା କଷ୍ଟସାଧ୍ୟ ହୋଇପଡିଛି । ଘନ କୁହୁଡ଼ି ଯୋଗୁଁ ଯାତାୟତ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା ଭୋଗୁଛନ୍ତି ଲୋକ । ଗତ କିଛି ଦିନ ହେବ ଶୀତର ପ୍ରକୋପ ବଢିବାରେ ଲାଗିଛି । ତାପମାତ୍ରା ତଳକୁ ଖସୁଥିବା ବେଳେ ଆଜି ଲୋକଙ୍କୁ କୁହୁଡି ହଇରାଣ କରିଦେଇଛି ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ରାଜ୍ୟକୁ ଏବେ ଥଣ୍ଡା ବାୟୁର ପ୍ରବେଶ ବୃଦ୍ଧି ହେଉଛି। ତେଣୁ ପାରଦ ତଳ ମୁହାଁ ହେବା ସହ ଶୀତ ଫେରିବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ୨୪ ଘଣ୍ଟା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। ତେଣୁ ରାଜ୍ୟକୁ ପୁଣି ଥରେ ଶୀତ ଫେରିବା ନେଇ ବିଭାଗ ଆକଳନ କରିଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ସକ୍ରିୟ ରହିବା କାରଣରୁ କୁହୁଡ଼ି ହେବା ପାଇଁ ପାଗ ଅନୁକୁଳ ରହିଛି। ଆସନ୍ତା ୨୪ ଘଣ୍ଟାରେ କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ କଟକରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଆଶଙ୍କା ରହିଛି। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର