ଜାଡ଼ରେ ଥରୁଛି ସାରା ଓଡ଼ିଶା: ଶିମିଳିପାଳରେ ୧ ଡିଗ୍ରୀକୁ ଖସିଲା ପାରଦ, ୧୭ ତାରିଖରେ ଆସୁଛି ଲଘୁଚାପ

The Sakala Picture
Published On

ଭୁବନେଶ୍ୱର: ପ୍ରବଳ ଜାଡ଼ରେ ଥରୁଛି ସାରା ଓଡ଼ିଶା । ରାଜ୍ୟରେ ଗତ ତିନି/ଚାରି ଦିନ ହେବ ତାପମାତ୍ରା କମିବା ସହ ଶୀତ ବଢ଼ିଛି। ମୟୁରଭଞ୍ଜରେ ୧ ଡିଗ୍ରୀକୁ ଖସିଲା ପାରଦ । ଓଡ଼ିଶାର ଜମ୍ମୁ-କାଶ୍ମୀର ପାଲଟିଲା ଶିମିଳିପାଳ ଅଭୟାରଣ୍ୟ । ଆଜି ମୟୁରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ରେକର୍ଡ କରାଯାଇଛି । ପ୍ରବଳ ଥଣ୍ଡା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହେଇଛି । ମୟୁରଭଞ୍ଜର ଉପର ବାରାକାମୁଡାରେ ତାପମାତ୍ରା ୧ ଡିଗ୍ରୀ […]

ଭୁବନେଶ୍ୱର: ପ୍ରବଳ ଜାଡ଼ରେ ଥରୁଛି ସାରା ଓଡ଼ିଶା । ରାଜ୍ୟରେ ଗତ ତିନି/ଚାରି ଦିନ ହେବ ତାପମାତ୍ରା କମିବା ସହ ଶୀତ ବଢ଼ିଛି। ମୟୁରଭଞ୍ଜରେ ୧ ଡିଗ୍ରୀକୁ ଖସିଲା ପାରଦ । ଓଡ଼ିଶାର ଜମ୍ମୁ-କାଶ୍ମୀର ପାଲଟିଲା ଶିମିଳିପାଳ ଅଭୟାରଣ୍ୟ । ଆଜି ମୟୁରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ରେକର୍ଡ କରାଯାଇଛି । ପ୍ରବଳ ଥଣ୍ଡା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହେଇଛି । ମୟୁରଭଞ୍ଜର ଉପର ବାରାକାମୁଡାରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ କରାଯାଇଛି । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ପ୍ରବଳ ଜାଡ଼ ଅନୁଭୁତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ତେବେ ଆସନ୍ତାକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହାହା ଅବପାତର ରୂପ ନେଇ ଦୁଇ ଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ ଉପକୂଳମୁହାଁ ହେବ। ଏହାର ପ୍ରଭାବରେ ଓଡିଶାରେ କୋହଲା ପାଗ ଲାଗି ରହିବ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ସଂପ୍ରତି ଅଧିକାଂଶ ଜିଲ୍ଲାରେ ତାପମାତ୍ରା ସ୍ୱଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବା ବେଳେ ଆଉ ଦିନକ ପାଇଁ ଶୀତ ଲହରୀ ଜାରି ରହିବା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ପାଇଁ ସୁନ୍ଦରଗଡ଼ ଓ ଝାରସୁଗୁଡାକୁ ସତର୍କତା ଜାରି କରାଯାଇଛି। ଅପରପକ୍ଷେ ୧୭ ତାରିଖରୁ ଲଘୁଚାପ ପ୍ରଭାବରେ ପାଗ ବଦଳିବା ସମ୍ଭାବନା ଅଛି। ୧୭ରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ହାଲୁକା ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

ଅଧିକାଂଶ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ଅଛି। ସୁନ୍ଦରଗଡ଼, କନ୍ଧମାଳ ଓ କୋରାପୁଟରେ ୧୦୦ ମିଟରରୁ କମ୍‌ ଦୃଶ୍ୟମାନ ଦୂରତା ରହିବ ବୋଲି ଆକଳନ କରାଯାଇଛି। ତେବେ ୧୭ ତାରିଖରୁ ରାଜ୍ୟରେ ପୁଣି କୋହଲା ପାଗ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ନେଇ ସତର୍କତା ଜାରି କରାଯାଇଛି। ୧୭ରେ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ସେହିଭଳି ୧୮ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୧୯ରେ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରିରେ ହାଲୁକା ବର୍ଷା ହେବ। ବର୍ଷା ପ୍ରଭାବରେ ରାଜ୍ୟରେ ପୁଣି ପାରଦ ଉପରମୁହାଁ ହୋଇ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୨୦ ତାରିଖରୁ ରାଜ୍ୟରେ ପୁଣି ଶୁଖିଲା ପାଗ ଜାରି ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର