ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି, ୧୦ ଡିଗ୍ରୀ ତଳେ ୧୬ ସହରର ତାପମାତ୍ରା

Madhusudan Das Picture
Published On

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଥଣ୍ଡାର ପ୍ରଭାବ।  ତାପମାତ୍ରା ତଳ ମୁହାଁ ହେତୁ ବିଭିନ୍ନ ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ରାଜ୍ୟର ଏକାଧିକ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ କମ୍‌ ରହୁଥିବା ବେଳେ ଅନେକ ଜିଲ୍ଲାରେ ଶୀତଲହରୀ ସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ଼ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି । ଦିନରେ ତାପମାତ୍ରା ସ୍ୱାଭାବିକ ରହୁଥିବା ବେଳେ ସଞ୍ଜ ନଇଁଲେ ପାରଦ ଖସିବା ସହ ଥଣ୍ଡାର ରାଜୁତି ଆରମ୍ଭ ହୋଇଯାଉଛି । ଯେତେ ରାତି ବଢୁଛି ସେତେ ଥଣ୍ଡାର ପ୍ରକୋପ ବଢିବା ସହ ଜାଡ଼ରେ ଥରୁଛି ସାରା ଅଞ୍ଚଳ । ଗତ ୨୪ ଘଣ୍ଟାରେ ସେମିଳିଗୁଡ଼ାରେ ସବୁଠୁ କମ୍‌ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏଠାରେ ପାରଦ ୩.୫ ଡିଗ୍ରୀକୁ ଖସିଛି। ସେହିପରି ଜି. ଉଦୟଗିରିର ତାପମାତ୍ରା ୪ ଡିଗ୍ରୀ ରେକର୍ଡ ହୋଇଛି । ଏହାସହ ଫୁଲବାଣୀରେ ୫.୨ ଡିଗ୍ରୀ, ରାଉରକେଲାରେ ୬.୬ଡିଗ୍ରୀ, ଝାରସୁଗୁଡାରେ ୬.୮ ଡିଗ୍ରୀ, ଦାରିଙ୍ଗବାଡିରେ ୭ଡିଗ୍ରୀ, ଭବାନୀପାଟଣାରେ ୮ଡିଗ୍ରୀ, ଅନୁଗୁଳରେ ୮ ଡିଗ୍ରୀ, ନବରଙ୍ଗପୁରରେ ୮.୬ଡିଗ୍ରୀ, ବଲାଙ୍ଗିରରେ ତାପମାତ୍ରା ୯.୩ ଡିଗ୍ରୀ, ସୁନ୍ଦରଗଡ଼ରେ ୯.୬ଡିଗ୍ରୀ ରେକର୍ଡ ହୋଇଛି। 

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

weather update

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଭୁବନେଶ୍ୱର ପାଣିପାଗ ବିଭାଗ ସୂଚନା ଅନୁସାରେ ଝାରସୁଗୁଡ଼ାର କିଛି ସ୍ଥାନରେ ଗଭୀର ଶୀତଲହରୀ ଅନୁଭୂତ ହୋଇଛି। ଏଠାରେ ତାପମାତ୍ରା ସାଧାରଣଠାରୁ ୬-୭ ଡିଗ୍ରୀ କମ ଥିବା ରେକର୍ଡ କରାଯାଇଛି। ଏହାଛଡ଼ା ଅନୁଗୁଳ ଜିଲ୍ଲାର ଅଳ୍ପ କିଛି ଅଞ୍ଚଳରେ ମଧ୍ୟ ଗଭୀର ଶୀତଲହରୀ ଅନୁଭୂତ ହୋଇଛି। ତାପମାତ୍ରା କମିବା ସହ ରାଜ୍ୟର ଉତ୍ତର ଓ ଦକ୍ଷିଣ ଅଞ୍ଚଳର କିଛି ସ୍ଥାନରେ କୁହୁଡ଼ି ପଡିଥିବା ଲକ୍ଷ୍ୟ କରାଯାଇଛି। ପାଣିପାଗ କେନ୍ଦ୍ର କହିଛି ରାଜ୍ୟରେ ଆହୁରି ୨ ଦିନ ଶୀତ ଲହରୀ ଜାରି ରହିବା ସହ ଗୁରୁବାର ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, ନବରଙ୍ଗପୁର, ଢେଙ୍କାନାଳରେ ପ୍ରବଳ ଶୀତ ଲହରୀ ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ସେହିପରି କନ୍ଧମାଳ, କୋରାପୁଟ, କଳାହାଣ୍ଡି ଓ ଝାରସୁଗୁଡ଼ାରେ ଘନ କୁହୁଡ଼ି ନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। 

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର