ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି, ୧୨ ଯାଏଁ ପ୍ରବଳ ଥଣ୍ଡାରୁ ନିସ୍ତାର ନାହିଁ

Madhusudan Das Picture
Published On

ଭୁବନେଶ୍ୱର: ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଛି  । ପାରଦ ତଳମୁହାଁ ହେତୁ ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠୁ ଶୀତର ପ୍ରଭାବ ଜାରି ରହିଛି । ସନ୍ଧ୍ୟା ୭ରୁ ତାପମାତ୍ରା ହ୍ରାସ ଆରମ୍ଭ ହୋଇ ରାତି ୧୦ ବେଳକୁ କାଲୁଆ ଶୀତ ପଡ଼ିଯାଉଛି । ଏମିତି କି ଖରା ନ ଆସିବା ଅର୍ଥାତ ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଶୀତ ଜାରି ରହୁଥିବାରୁ ସାରା ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ୧୫ ଡିଗ୍ରୀ ତଳେ ୩୯ ସହରରେ ପାରଦ ରେକର୍ଡ ହୋଇଛି। ସେହିପରି ଦ୍ୱୈତ ନଗରୀରେ ମଧ୍ୟ ତାପମାତ୍ରା ୧୨ ଡିଗ୍ରୀ ତଳକୁ ଖସିଛି। ପାଣିପାଗ କେନ୍ଦ୍ର କହିଛି ଯେ ଗତ ୨୪ ଘଣ୍ଟାରେ ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ଜିି. ଉଦୟଗିରିରେ ତାପମାତ୍ରା ୪.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ ହେବା ସହ କୋରାପୁଟର ସେମିଳିଗୁଡ଼ାରେ ତାପାମତ୍ରା ୬.୧ ଡିଗ୍ରୀ, ରାଉରକେଲା ୭.୨, ଦାରିଙ୍ଗବାଡ଼ି ୭.୫, ଝାରସୁଗୁଡ଼ାରେ ୭.୬, ଫୁଲବାଣୀ ୮, ସମ୍ବଲପୁରର ଚିପିଲିମାରେ ୮.୭, ସୁନ୍ଦରଗଡ଼ର କିରେଇଠାରେ ୮.୮, ଅନୁଗୁଳ ୯, କେନ୍ଦୁଝର ୯.୬ ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ୱରରେ ୧୧.୯ ଏବଂ କଟକରେ ପାରଦ ୧୧.୮ ଡିଗ୍ରୀ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ପାଣିପାଗ କେନ୍ଦ୍ର କହିଛି ଯେ ରାଜ୍ୟକୁ ବର୍ତ୍ତମାନ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଜାରି ରହିଛି। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ହେବା ସହ ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭିବାକ ତୁଳନାରେ କମ୍‌ ରହିଛି। ଆସନ୍ତା ୭ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା କମ୍‌ ରହିଥିବା ବେଳେ ଶୀତର ପ୍ରଭାବ ପ୍ରାୟତଃ ଜାରି ରହିବାର ସମ୍ଭାବନା ରହିଛି। ଏହା ବ୍ୟତୀତ ପରବର୍ତ୍ତୀ ଦୁଇ ଦିନରେ ରାଜ୍ୟର କିଛି ସ୍ଥାନରେ ଶୀତ ଲହରୀ (କୋଲ୍ଡ ୱେଭ୍‌) ସ୍ଥିତି ସୃଷ୍ଟି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ବିଶେଷକରି ଅନୁଗୁଳ, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ଜଗତସିଂହପୁରରେ ଦୁଇ ଦିନ ଶୀତ ଲହରୀ ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଏହି ଦୁଇ ଦିନରେ କିଛି ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଆଶଙ୍କା କରାଯାଇଛି। ଦୁଇ ଦିନ ମଧ୍ୟରେ ସୁନ୍ଦରଗଡ଼, କୋରାପୁଟ ଓ କନ୍ଧମାଳରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏହାସହ କଳାହାଣ୍ଡି, ସୋନପୁର, ଅନୁଗୁଳ ଓ ବଲାଙ୍ଗିରରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଆଶଙ୍କା କରି ପାଣିପାଗ କେନ୍ଦ୍ର ଉପରୋକ୍ତ ଜିଲ୍ଲାଗୁଡ଼ିକୁ ସତର୍କ ରହିବା ପାଇଁ ପରାମର୍ଶ ଜାରି କରିଛି। 

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

08 Dec 2025 By Madhusudan Das

ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି, ୧୨ ଯାଏଁ ପ୍ରବଳ ଥଣ୍ଡାରୁ ନିସ୍ତାର ନାହିଁ

ଭୁବନେଶ୍ୱର: ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଛି  । ପାରଦ ତଳମୁହାଁ ହେତୁ ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠୁ ଶୀତର ପ୍ରଭାବ ଜାରି ରହିଛି । ସନ୍ଧ୍ୟା ୭ରୁ ତାପମାତ୍ରା ହ୍ରାସ ଆରମ୍ଭ ହୋଇ ରାତି ୧୦ ବେଳକୁ କାଲୁଆ ଶୀତ ପଡ଼ିଯାଉଛି । ଏମିତି କି ଖରା ନ ଆସିବା ଅର୍ଥାତ ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଶୀତ ଜାରି ରହୁଥିବାରୁ ସାରା ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ୧୫ ଡିଗ୍ରୀ ତଳେ ୩୯ ସହରରେ ପାରଦ ରେକର୍ଡ ହୋଇଛି। ସେହିପରି ଦ୍ୱୈତ ନଗରୀରେ ମଧ୍ୟ ତାପମାତ୍ରା ୧୨ ଡିଗ୍ରୀ ତଳକୁ ଖସିଛି। ପାଣିପାଗ କେନ୍ଦ୍ର କହିଛି ଯେ ଗତ ୨୪ ଘଣ୍ଟାରେ ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ଜିି. ଉଦୟଗିରିରେ ତାପମାତ୍ରା ୪.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ ହେବା ସହ କୋରାପୁଟର ସେମିଳିଗୁଡ଼ାରେ ତାପାମତ୍ରା ୬.୧ ଡିଗ୍ରୀ, ରାଉରକେଲା ୭.୨, ଦାରିଙ୍ଗବାଡ଼ି ୭.୫, ଝାରସୁଗୁଡ଼ାରେ ୭.୬, ଫୁଲବାଣୀ ୮, ସମ୍ବଲପୁରର ଚିପିଲିମାରେ ୮.୭, ସୁନ୍ଦରଗଡ଼ର କିରେଇଠାରେ ୮.୮, ଅନୁଗୁଳ ୯, କେନ୍ଦୁଝର ୯.୬ ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ୱରରେ ୧୧.୯ ଏବଂ କଟକରେ ପାରଦ ୧୧.୮ ଡିଗ୍ରୀ ରେକର୍ଡ କରାଯାଇଛି।

ପାଣିପାଗ କେନ୍ଦ୍ର କହିଛି ଯେ ରାଜ୍ୟକୁ ବର୍ତ୍ତମାନ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଜାରି ରହିଛି। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ହେବା ସହ ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭିବାକ ତୁଳନାରେ କମ୍‌ ରହିଛି। ଆସନ୍ତା ୭ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା କମ୍‌ ରହିଥିବା ବେଳେ ଶୀତର ପ୍ରଭାବ ପ୍ରାୟତଃ ଜାରି ରହିବାର ସମ୍ଭାବନା ରହିଛି। ଏହା ବ୍ୟତୀତ ପରବର୍ତ୍ତୀ ଦୁଇ ଦିନରେ ରାଜ୍ୟର କିଛି ସ୍ଥାନରେ ଶୀତ ଲହରୀ (କୋଲ୍ଡ ୱେଭ୍‌) ସ୍ଥିତି ସୃଷ୍ଟି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ବିଶେଷକରି ଅନୁଗୁଳ, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ଜଗତସିଂହପୁରରେ ଦୁଇ ଦିନ ଶୀତ ଲହରୀ ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଏହି ଦୁଇ ଦିନରେ କିଛି ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଆଶଙ୍କା କରାଯାଇଛି। ଦୁଇ ଦିନ ମଧ୍ୟରେ ସୁନ୍ଦରଗଡ଼, କୋରାପୁଟ ଓ କନ୍ଧମାଳରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏହାସହ କଳାହାଣ୍ଡି, ସୋନପୁର, ଅନୁଗୁଳ ଓ ବଲାଙ୍ଗିରରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଆଶଙ୍କା କରି ପାଣିପାଗ କେନ୍ଦ୍ର ଉପରୋକ୍ତ ଜିଲ୍ଲାଗୁଡ଼ିକୁ ସତର୍କ ରହିବା ପାଇଁ ପରାମର୍ଶ ଜାରି କରିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର