ଶୀତରେ ଥରୁଛି ସାରା ମୟୂରଭଞ୍ଜ; ଶିମିଳିପାଳରେ ପାରଦ ଶୂନ ଡିଗ୍ରୀ, ଜନଜୀବନ ଅସ୍ତବ୍ୟସ୍ତ

Madhusudan Das Picture
Published On

ବାରିପଦା: ଅସହ୍ୟ ଶୀତରେ ଥରୁଛି ସାରା ଓଡିଶା । ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ଥଣ୍ଡାରେ ଥରୁଛି ଶିମିଳିପାଳ । ଶିମିଳିପାଳରେ ଚଳିତ ବର୍ଷ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ଗତ ୪୮ଘଣ୍ଟା ମଧ୍ୟରେ ପାରଦ ୮ଡିଗ୍ରୀ ତଳକୁ ଖସି ଶୂନ ତାପମାତ୍ରାରେ ପହଞ୍ଚିଛି । ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଦିନତମାମ ଘଣ୍ଟାକୁ ୧୭କି.ମି ବେଗରେ ଉତ୍ତରା ପବନ ପ୍ରବାହିତ ହେଉଥିବାରୁ ହାଡଭଙ୍ଗା ଶୀତକଷ୍ଟ ଜିଲ୍ଲାତମାମ ଅନୁଭୂତ ହେଉଛି । ଏପରିକି କୋହଲା ପାଗ ସହିତ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଶୀତର ପ୍ରଭାବ ପାଇଁ ଦିନରାତି ଲୋକେ ଶୀତବସ୍ତ୍ର ଘୋଡାଇ ରହୁଛନ୍ତି । ସନ୍ଧ୍ୟା ସମୟରେ ନିଆଁ ଜାଳି ଶୀତକଷ୍ଟ ଲାଘବ କରୁଛନ୍ତି । 

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀରେ ସମ୍ପନ୍ନ ହେଲା ତିନି ରଥର ଦକ୍ଷିଣ ମୋଡ଼ ନୀତି

ଜିଲ୍ଲାର ୨୬ଟି ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୫ରୁ ୮ଡିଗ୍ରୀ ପାଖାପାଖି ରହୁଛି । ଶିମିଳିପାଳର ଉପରବାରହା କାମୁଡା ରେଞ୍ଜରେ ସୋମବାର ସର୍ବନିମ୍ନ ତାପମାତ୍ରା ୮ଡିଗ୍ରୀ ଓ ଚହଲାରେ ୯ଡିଗ୍ରୀ ଥିବା ବେଳେ ମଙ୍ଗଳବାର ପାରଦ ଖସିଯାଇ ୩ ଡିଗ୍ରୀରେ ପହଞ୍ଚିଥଲା । ମାତ୍ର ଗତ ରାତିରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ହୋଇଛି । ଏହି ଦୁଇଟି ସ୍ଥାନରେ ସକାଳେ ଘାସ ଓ ଗଛପତ୍ରରେ ପଡିଥିବା ତୁହିନର ଆସ୍ତରଣ ତୁଷାରପାତର ଭ୍ରମ ସୃଷ୍ଟି କରିଛି । 

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ଶ୍ରୀମନ୍ଦିର ରତ୍ନସିଂହାସନ ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂରତି

ଗତ ରାତିରେ ଶିମିଳିପାଳର ତାପମାତ୍ରା ୦° ସେଲସିଅସ୍‌କୁ ଖସିଯାଇ ଏକ ବିସ୍ମୟକର ମୋଟା ତୁହିନର ଚାଦର ସୃଷ୍ଟି କରିଛି।  ଶିମିଳିପାଳରେ ଏପରି ତୁହିନର ଆସ୍ତରଣ (ଫ୍ରଷ୍ଟ) ଦୃଶ୍ୟ ଶୀତଳ ଲହରୀ ସମୟରେ ସୃଷ୍ଟି ହୋଇଛି । ଯାହା ପ୍ରକୃତିର ଏକ ଅପୂର୍ବ ସୌନ୍ଦର୍ଯ୍ୟ  ।

ଆହୁରି ପଢ଼ନ୍ତୁ: ଅନୁଗୋଳ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର କୋର୍ଟ

07 Jan 2026 By Madhusudan Das

ଶୀତରେ ଥରୁଛି ସାରା ମୟୂରଭଞ୍ଜ; ଶିମିଳିପାଳରେ ପାରଦ ଶୂନ ଡିଗ୍ରୀ, ଜନଜୀବନ ଅସ୍ତବ୍ୟସ୍ତ

ବାରିପଦା: ଅସହ୍ୟ ଶୀତରେ ଥରୁଛି ସାରା ଓଡିଶା । ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ଥଣ୍ଡାରେ ଥରୁଛି ଶିମିଳିପାଳ । ଶିମିଳିପାଳରେ ଚଳିତ ବର୍ଷ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ଗତ ୪୮ଘଣ୍ଟା ମଧ୍ୟରେ ପାରଦ ୮ଡିଗ୍ରୀ ତଳକୁ ଖସି ଶୂନ ତାପମାତ୍ରାରେ ପହଞ୍ଚିଛି । ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଦିନତମାମ ଘଣ୍ଟାକୁ ୧୭କି.ମି ବେଗରେ ଉତ୍ତରା ପବନ ପ୍ରବାହିତ ହେଉଥିବାରୁ ହାଡଭଙ୍ଗା ଶୀତକଷ୍ଟ ଜିଲ୍ଲାତମାମ ଅନୁଭୂତ ହେଉଛି । ଏପରିକି କୋହଲା ପାଗ ସହିତ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଶୀତର ପ୍ରଭାବ ପାଇଁ ଦିନରାତି ଲୋକେ ଶୀତବସ୍ତ୍ର ଘୋଡାଇ ରହୁଛନ୍ତି । ସନ୍ଧ୍ୟା ସମୟରେ ନିଆଁ ଜାଳି ଶୀତକଷ୍ଟ ଲାଘବ କରୁଛନ୍ତି । 

ଜିଲ୍ଲାର ୨୬ଟି ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୫ରୁ ୮ଡିଗ୍ରୀ ପାଖାପାଖି ରହୁଛି । ଶିମିଳିପାଳର ଉପରବାରହା କାମୁଡା ରେଞ୍ଜରେ ସୋମବାର ସର୍ବନିମ୍ନ ତାପମାତ୍ରା ୮ଡିଗ୍ରୀ ଓ ଚହଲାରେ ୯ଡିଗ୍ରୀ ଥିବା ବେଳେ ମଙ୍ଗଳବାର ପାରଦ ଖସିଯାଇ ୩ ଡିଗ୍ରୀରେ ପହଞ୍ଚିଥଲା । ମାତ୍ର ଗତ ରାତିରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ହୋଇଛି । ଏହି ଦୁଇଟି ସ୍ଥାନରେ ସକାଳେ ଘାସ ଓ ଗଛପତ୍ରରେ ପଡିଥିବା ତୁହିନର ଆସ୍ତରଣ ତୁଷାରପାତର ଭ୍ରମ ସୃଷ୍ଟି କରିଛି । 

ଗତ ରାତିରେ ଶିମିଳିପାଳର ତାପମାତ୍ରା ୦° ସେଲସିଅସ୍‌କୁ ଖସିଯାଇ ଏକ ବିସ୍ମୟକର ମୋଟା ତୁହିନର ଚାଦର ସୃଷ୍ଟି କରିଛି।  ଶିମିଳିପାଳରେ ଏପରି ତୁହିନର ଆସ୍ତରଣ (ଫ୍ରଷ୍ଟ) ଦୃଶ୍ୟ ଶୀତଳ ଲହରୀ ସମୟରେ ସୃଷ୍ଟି ହୋଇଛି । ଯାହା ପ୍ରକୃତିର ଏକ ଅପୂର୍ବ ସୌନ୍ଦର୍ଯ୍ୟ  ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର