ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି, ୭ ଦିନ ଯାଏ ଅସହ୍ୟ ଜାଡରୁ ନିସ୍ତାର ନାହିଁ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରଭାବ ଜାରି ରହିଛି। ଉପକୂଳ ଅପେକ୍ଷା ଆଭ୍ୟନ୍ତରରେ ଅପେକ୍ଷାକୃତ ଶୀତର ପ୍ରଭାବ ଅଧିକ ରହିଛି। ଆସନ୍ତା ୭ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ। ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ରାଜ୍ୟରେ ଗତ ଦୁଇଦିନ ହେବ ଶୀତ ସାମାନ୍ୟ କମ୍‌ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଏବେ ବି ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ କମ୍‌ ରହିଛି। ଗତ ୨୪ ଘଣ୍ଟାରେ ସେମିଳିଗୁଡ଼ାରେ ରାଜ୍ୟର ସବୁଠୁ କମ୍‌ ତାପମାତ୍ରା ରେକର୍ଡ ହୋଇଛି। ଏଠାରେ ତାପମାତ୍ରା ୫.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କୋରାପୁଟରେ ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଫୁଲବାଣୀରେ ୭ ଡିଗ୍ରୀ ସହ ବୌଦ୍ଧରେ ୯.୫, ଝାରସୁଗୁଡ଼ାରେ ୯.୮ ଓ ନବରଙ୍ଗପୁରରେ ତାପମାତ୍ରା ୮.୮ଡିଗ୍ରୀ ରେକର୍ଡ ହୋଇଛି। 

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ଅନ୍ୟପଟେ ରାଜ୍ୟରେ ଆସନ୍ତା ୨ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ନେଇ ଆଶଙ୍କା କରାଯାଇଛି। କିଛି ସ୍ଥାନରେ ଦୃଶ୍ୟମାନ ଦୂରତା କମିଯିବାର ଆଶଙ୍କା ଥିବା ପାଣିପାଗ କେନ୍ଦ୍ର ଚେତାବନୀ ଜାରି କରିଛି। ବୁଧବାର ରାତିରୁ ଗୁରୁବାର ସକାଳ ମଧ୍ୟରେ ସୁନ୍ଦରଗଡ଼, କୋରାପୁଟ ଓ କନ୍ଧମାଳରେ ଘନ କୁହୁଡ଼ି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଅନ୍ୟପଟେ, ଗତ ୨୪ ଘଣ୍ଟାରେ ୫ଟି ସ୍ଥାନରେ ଘନକୁହୁଡ଼ି ପରିଲିକ୍ଷିତ ହୋଇଥିବା ବେଳେ ରାଉରକେଲାରେ ମାତ୍ରାଧିକ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି ବୋଲି ପାଣିପାଗ କେନ୍ଦ୍ର କହିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର