ସାରା ରାଜ୍ୟରେ ଶୀତ ଲହରୀ ଜାରି; ୫ ଡିଗ୍ରୀକୁ ଖସିଲା ପାରଦ, ଆହୁରି ଦୁଇ ଦିନ ହାଡ଼ଭଙ୍ଗା ଶୀତ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଶୀତ ଜାରି ରହିଛି। କ୍ରମାଗତ ଭାବେ ରାଜ୍ୟକୁ ଆସୁଥିବା ଥଣ୍ଡା ଓ ଶୁଷ୍କ ପବନ ତାପମାତ୍ରା ହ୍ରାସରେ ସହାୟକ ହେଉଥିବା ବେଳେ ଥଣ୍ଡା ବଢ଼ି ଚାଲିଛି। ଯାହାଫଳରେ ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ତାପମାତ୍ରା ୫ ଡିଗ୍ରୀକୁ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୩ ସହରରେ ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିବା ବେଳେ ଜି ଉଦୟଗିରିରେ ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ ହୋଇଛି। ଏହାବ୍ୟତୀତ ଭୁବନେଶ୍ୱର ଓ କଟକରେ ତାପମାତ୍ରା ସ୍ୱାଭାବିକ ଠାରୁ ୫ ଡିଗ୍ରୀ ତଳକୁ ଖସିଯାଇଥିବା ବେଳେ ଏଠାରେ ଶୀତ ଲହରୀ (କୋଲ୍ଡ ୱେଭ୍‌) ସ୍ଥିତି ସୃଷ୍ଟି ହୋଇଛି। 

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରେ ଜି.ଉଦୟଗିରିରେ ତାପମାତ୍ରା ୫.୮ ଡ଼ିଗ୍ରୀ ରେକର୍ଡ ହେବା ସହ ଏହା ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ସେହିପରି କଟକରେ ତାପମାତ୍ରା ୧୩.୬ ଡିଗ୍ରୀ ରହିଥିବା ବେଳେ ଏଠାରେ ସ୍ୱାଭାବିକ ଠାରୁ ତାପମାତ୍ରା ୫.୧ ଡିଗ୍ରୀ କମ୍‌ ରେକର୍ଡ ହୋଇଛି। ଏହାସହିତ  ଭୁବନେଶ୍ୱର ତାପମାତ୍ରା ୧୩ ଡିଗ୍ରୀ ଓ ସ୍ୱାଭାବିକ ଠାରୁ ୬.୪ ଡିଗ୍ରୀ ତଳେ ରହିଥିବାରୁ ଏହି ଦୁଇ ସ୍ଥାନରେ ଶୀତ ଲହରୀ ସ୍ଥିତି ସୃଷ୍ଟି ହୋଇଛି। ଅନ୍ୟ ସହରଗୁଡ଼ିକ ଯଥା ଦାରିଙ୍ଗବାଡ଼ିରେ ତାପମାତ୍ରା ୮ ଡିଗ୍ରୀ, ସେମିଳିଗୁଡ଼ିରେ ୭.୪, ଫୁଲବାଣୀରେ ୯ ଡିଗ୍ରୀ ରେକର୍ଡ ହୋଇଛି। ରାଉରକେଲା ୧୦.୨, ଝାରସୁଗୁଡା ୧୦.୬, କେନ୍ଦୁଝର ୧୦.୮, ସମ୍ୱଲପୁର ୧୪.୨, ହୀରାକୁଦ ୧୫.୩, ବାଲେଶ୍ୱର ୧୫.୪, ଗୋପାଳପୁର ୧୫.୭, ଚାନ୍ଦବାଲି ୧୫.୮, ପାରାଦୀପ ୧୫.୮ ଓ ପୁରୀ ରେ ତାପମାତ୍ରା ୧୭.୮ ଡିଗ୍ରୀ ରେକର୍ଡ ହୋଇଛି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ତାପମାତ୍ରା ହ୍ରାସ ପ୍ରଭାବରେ ଆଭ୍ୟନ୍ତରୀଣରୁ ନେଇ ଉପକୂଳ, ପଶ୍ଚିମରୁ ନେଇ ଦକ୍ଷିଣ ଓଡ଼ିଶା ସବୁଠି ଶୀତର ଲହରୀ ଦେଖିବାକୁ ମିଳୁଛି। ଏଭଳି ସ୍ଥିତି ଆଗାମୀ ୨ ଦିନ ଯାଏଁ ଆର୍ଥାତ ୧୮ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ଏହାପରେ ତାପମାତ୍ରାରେ ୨-୩ ଡିଗ୍ରୀ ବଢ଼ିବା ସହ ଶୀତର ପରିମାଣ ସାମାନ୍ୟ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ମାତ୍ର ଏହି ସମୟରେ ପଶ୍ଚିମ ସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପୂର୍ବ ଭଳି ଥଣ୍ଡା ଅନୁଭୂତ ହେବ। ଶ୍ରୀଲଙ୍କା ଉପକୂଳ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ତାମିଲନାଡୁ ଓ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ରୟାଲସୀମାରେ ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ନଥିବା ବେଳେ ରାଜ୍ୟକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଆସିବା ଯୋଗୁଁ ଥଣ୍ଡା କମିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର