ହାଡଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା; ଦାରିଙ୍ଗିବାଡ଼ିରେ ୪ ଡିଗ୍ରୀ

The Sakala Picture
Published On

ଭୁବନେଶ୍ୱର: ଦୁଇ ଦିନର ହାଲୁକା ବିରତି ପରେ ରାଜ୍ୟକୁ ପୁଣି ଶୀତ ଫେରିଛି। ରବିବାର ରାତିଠାରୁ ବିଭିନ୍ନ ସ୍ଥାନରେ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ଫଳରେ ସାରା ରାଜ୍ୟରେ ଶୀତର ପ୍ରକୋପ ବଢ଼଼ିଛି। ସୋମବାର ସକାଳ ସୁଦ୍ଧା ରାଜ୍ୟର ୧୩ ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଦାରିଙ୍ଗବାଡ଼ି ତାପମାତ୍ରା ୪ ଡିଗ୍ରୀ ଛୁଇଁବା ସହ କାକର ବି ବରଫ (ତୁହିନ)ସ୍ଥିତିକୁ ଆସିଥିଲା। ଏହି ସ୍ଥିତି ଆହୁରି ଦୁଇ ଦିନ […]

ଭୁବନେଶ୍ୱର: ଦୁଇ ଦିନର ହାଲୁକା ବିରତି ପରେ ରାଜ୍ୟକୁ ପୁଣି ଶୀତ ଫେରିଛି। ରବିବାର ରାତିଠାରୁ ବିଭିନ୍ନ ସ୍ଥାନରେ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ଫଳରେ ସାରା ରାଜ୍ୟରେ ଶୀତର ପ୍ରକୋପ ବଢ଼଼ିଛି। ସୋମବାର ସକାଳ ସୁଦ୍ଧା ରାଜ୍ୟର ୧୩ ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଦାରିଙ୍ଗବାଡ଼ି ତାପମାତ୍ରା ୪ ଡିଗ୍ରୀ ଛୁଇଁବା ସହ କାକର ବି ବରଫ (ତୁହିନ)ସ୍ଥିତିକୁ ଆସିଥିଲା। ଏହି ସ୍ଥିତି ଆହୁରି ଦୁଇ ଦିନ ଜାରି ରହିବା ସହ ଏହି ସମୟ ମଧ୍ୟରେ କିଛି ଅଞ୍ଚଳରେ ତୀବ୍ର ଶୀତ ଲହରି(କୋଲ୍ଡ ୱେଭ୍‍ କଣ୍ଡିସନ) ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।
୪ ଡିିଗ୍ରୀ ରାତ୍ରି ତାପମାତ୍ରା ସହ ଦାରିଙ୍ଗବାଡ଼ି ଓଡ଼ିଶାର ଥଣ୍ଡା ସହରରେ ପରିଣତ ହୋଇଛି। ୧୩ ସ୍ଥାନରେରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ଏହା ବ୍ୟତୀତ ଝାରସୁଗୁଡ଼ାରେ ତାପମାତ୍ରା ୫.୬ ଡିଗ୍ରୀ ରହିଥିବା ବେଳେ ଏହି ଜିଲ୍ଲା ଡିସେମ୍ବରର ନିଜର ସର୍ବକାଳୀନ ରେକର୍ଡ ଭଙ୍ଗ କରିଛି। ପୂର୍ବରୁ ୨୦୧୯ ଡିସେମ୍ବର ୨୮ ଓ ୨୦୨୦ ଡିସେମ୍ବର ୨୧ରେ ଝାରସୁଗୁଡ଼ାରେ ୫.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। କିନ୍ତୁ ସୋମବାର ସକାଳୁ ଜିଲ୍ଲାରେ ତାପମାତ୍ରା ତଳକୁ ଖସି ୫.୬ ଡିଗ୍ରୀରେ ପହଞ୍ଚି ଡିସେମ୍ବରର ସର୍ବକାଳୀ ସର୍ବନିମ୍ନ ତାପମାତ୍ରରେ ପରିଣତ ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ଫୁଲବାଣୀ ୬.୫, ସୋନପୁର ୬.୯, କେନ୍ଦୁଝର ୭.୪ ଡିଗ୍ରୀ ରେକର୍ଡ କରାଯାଇଛି।

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ରାଜ୍ୟକୁ ବାୟୁମଣ୍ଡଳର ତଳ ଭାଗରେ ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ ପ୍ରବେଶ କରୁଥିବା ଥଣ୍ଡା ପବନ ଯୋଗୁଁ ଶୀତ ବଢ଼଼ୁଛି। ଏହି ସ୍ଥିତି ଆହୁରି ଦୁଇ ଦିନ ଜାରି ରହିବ। ଦୁଇରୁ ତିନି ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୪-୬ ଡିଗ୍ରୀ କମ୍‍ ରହିବ ବୋଲି ସେ କହିଛନ୍ତି। ତେବେ ମଙ୍ଗଳବାର ରାତିରୁ ବୁଧବାର ସକାଳ ମଧ୍ୟରେ ହିଁ ଶୀତର ପ୍ରକୋପ ସବୁଠାରୁ ଅଧିକ ରହିବ। ବିଶେଷ କରି ଝାରସୁଗୁଡ଼ା, ସୁନ୍ଦରଗଡ଼଼, ବରଗଡ଼଼ ଏବଂ କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ହେବ। ଏହି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ତୀବ୍ର ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୪ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଦେବଗଡ଼଼, ସମ୍ବଲପୁର, ଅନୁଗୁଳ, ସମ୍ବଲପୁର, ଅନଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି ଆଦି ୧୪ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ବୁଧବାର ମଧ୍ୟ ଶୀତ ଲହରୀ ପାଇଁ ୧୦ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସୋମବାର ସକାଳେ ଜାମୁକଶ୍ମୀରରୁ ଥଣ୍ଡା ପବନ ରାଜ୍ୟକୁ ସିଧା ବହୁଥିଲା। ଏହା ୨୨ ସକାଳ ପର୍ଯ୍ୟନ୍ତ ଜାରି ରହିବ। ଏହାପରେ ପାକିସ୍ତାନ ଓ ସଂଲଗ୍ନ ଉତ୍ତର ଆରବ ସାଗରରୁ ପବନ ବହିବା ସହିତ ୨୫ରେ ଉତ୍ତର ଭାରତରେ ଗୁରୁଚାପ ବଳୟ ସୃଷ୍ଟି ହେବ। ଏହାପରେ ଥଣ୍ଡା କମିବ। ୨୧ ସକାଳେ ସବୁଠାରୁ ଅଧିକ ଥଣ୍ଡା ହେବ। ୨୨ ରାତିରୁ କ୍ରମଶଃ ଥଣ୍ଡା କମିବ। ଦିନର ସର୍ବାଧିକ ତାପମାତ୍ରା ୨୩ରୁ କ୍ରମଶଃ ବଢ଼଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର