୧୭ ଯାଏ ତାତିରୁ ନାହିଁ ତ୍ରାହି, ୪୧ ଡିଗ୍ରୀ ଅତିକ୍ରମ କରିପାରେ ରାଜ୍ୟର ତାପମାତ୍ରା

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ଆରମ୍ଭ ହୋଇଛି ଖରାର ତାଉ। ମାର୍ଚ୍ଚ ମାସର ତାତି ବର୍ଷର ସବୁ ରେକର୍ଡ ଭାଙ୍ଗିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହାର ପ୍ରଭାବ ଏବେଠୁ ରାଜ୍ୟରେ ଅନୁଭୂତ ହେଲାଣି । ଗତକାଲି ପ୍ରଥମ ଥର ପାଇଁ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆଜି ମଧ୍ୟ ଦିନ ୨.୩୦ ସୁଦ୍ଧା ସମାନ ସ୍ଥିତି ରହିଛି। ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁସାରେ ଝାରସୁଗୁଡା […]

ଭୁବନେଶ୍ବର : ରାଜ୍ୟରେ ଆରମ୍ଭ ହୋଇଛି ଖରାର ତାଉ। ମାର୍ଚ୍ଚ ମାସର ତାତି ବର୍ଷର ସବୁ ରେକର୍ଡ ଭାଙ୍ଗିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହାର ପ୍ରଭାବ ଏବେଠୁ ରାଜ୍ୟରେ ଅନୁଭୂତ ହେଲାଣି । ଗତକାଲି ପ୍ରଥମ ଥର ପାଇଁ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆଜି ମଧ୍ୟ ଦିନ ୨.୩୦ ସୁଦ୍ଧା ସମାନ ସ୍ଥିତି ରହିଛି। ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁସାରେ ଝାରସୁଗୁଡା ୩୯.୮ ଡ଼ିଗ୍ରୀ,ସମ୍ବଲପୁର ୩୯.୮ ଡ଼ିଗ୍ରୀ, ରାଉରକେଲା ୩୯ ଡ଼ିଗ୍ରୀ, ହୀରାକୁଦ ୩୮.୮ ଡ଼ିଗ୍ରୀ,ଚାନ୍ଦବାଲି ୩୭.୪ ଡ଼ିଗ୍ରୀ,ଭୁବନେଶ୍ୱର ୩୭.୪ ଡ଼ିଗ୍ରୀ,କେନ୍ଦୁଝର ୩୬.୬ ଡ଼ିଗ୍ରୀ,ବାଲେଶ୍ୱର ୩୬ ଡ଼ିଗ୍ରୀ ରହିିଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ସେପଟେ ପଶ୍ଚିମ ଓଡିଶା ଆଗାମୀ ୫ ଦିନରେ ୪୧ ଡିଗ୍ରୀ ଅତିକ୍ରମ କରିପାରେ ତାପମାତ୍ରା। ତାତିର ତାଉରେ ଉପକୂଳ ରୁ ଉପାନ୍ତ ଅସମ୍ଭାଳ ତାତି ରହିଥିବା ବେଳେ ରାଜ୍ୟରେ ୪ ଦିନ ହିଟ ୱେଭ ସତର୍କତା ଦେଇଛି ପାଣିପାଗ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର ସତର୍କତା ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ୧୦ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

କଳାହାଣ୍ଡି,ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ,ବୌଦ୍ଧ, ସମ୍ବଲପୁର, ମୟୁରଭଞ୍ଜ, କେନ୍ଦୁଝର ଓ ସୋନପୁରକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତି ର ସତର୍କତାକୁ ନେଇ ବାଲେଶ୍ୱର, ଭଦ୍ରକ ଓ ଗଜପତି କୁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ। ତେବେ ହୋଲିରେ ବି ଟାଇଁ ଟାଇଁ ଖରା ଅନୁଭବ ହେବାକୁ ଥିବା ବେଳେ ୧୭ ତାରିଖ ପର୍ଯ୍ୟନ୍ତ ହିଟୱେଭ ଜାରି ରହିବ। ଆସନ୍ତାକାଲି କଳାହାଣ୍ଡି ,ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ,ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ମୟୁରଭଞ୍ଜ ,କେନ୍ଦୁଝର ଓ ସୋନପୁରକୁ ପ୍ରବଳ ଖରା ପାଇଁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଏହାସହ ଉଷ୍ମ ଓ ଆଦ୍ର ସ୍ଥିତି ର ସତର୍କତାକୁ ନେଇ ବାଲେଶ୍ୱର, ଭଦ୍ରକ, ଗଜପତି, ଖୋର୍ଦ୍ଧା ଓ କଟକକୁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ। ଉଷ୍ମ ରାତ୍ରିର ସତର୍କତାକୁ ନେଇ ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବୌଦ୍ଧରେ ୟେଲୋ ଆଲର୍ଟ ଜାରି। ସେହିପରି ୧୫ ତାରିଖରେ ବଲାଙ୍ଗୀର,ବୌଦ୍ଧ, ସୋନପୁର ,ସମ୍ବଲପୁର, ଝାରସୁଗୁଡା,କଳାହାଣ୍ଡି ଓ ସୁନ୍ଦରଗଡ ଏହି ୭ ଟି ଜିଲ୍ଲାରେ ହିଟ ୱେଭ ପାଇଁ ଅରେଞ୍ଜ ସତର୍କତା ଜାରି କରିଛି ବିଭାଗ। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିର ସତର୍କତାକୁ ନେଇ କନ୍ଧମାଳ ଓ ବରଗଡ଼କୁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ। ଉଷ୍ମ ରାତ୍ରିର ସତର୍କତାକୁ ନେଇ ବଲାଙ୍ଗୀର ସମ୍ବଲପୁର ସୁନ୍ଦରଗଡ ଓ ବୌଦ୍ଧରେ ୟେଲୋ ଆଲର୍ଟ ଜାରି। ସେହିପରି ୧୬ ତାରିଖ ରେ ପ୍ରବଳ ଖରା ନେଇ ବୌଦ୍ଧ, ସୋନପୁର ,ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡିରେ ଏବଂ ୧୭ ତାରିଖରେ ବଲାଙ୍ଗୀର ନୂଆପଡା ବରଗଡ ଅରେଞ୍ଜ ସତର୍କତା ଜାରି କରିଛି ବିଭାଗ।

ଏହିସବୁ ଜିଲ୍ଲାବାସୀଙ୍କୁ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ସାଢ଼େ ୩ଟା ଭିତରେ ଯେତେଦୂର ସମ୍ଭବ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଏଥିସହ ୪-୫ ଦିନ ଭିତରେ ଓଡ଼ିଶାରେ ତାପମାତ୍ରାର କୌଣସି ପରିବର୍ତନ ହେବାର ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥର ରେକର୍ଡ ଭାଙ୍ଗିବ ତାତି । ମାର୍ଚ୍ଚରୁ ମେ’ ଯାଏଁ ସ୍ୱାଭାବିକ ଠାରୁ ଅଧିକ ରହିବ ଦିନ ତାପମାତ୍ରା । ମାର୍ଚ୍ଚରୁ ମେ’ ମଧ୍ୟରେ ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ସମ୍ଭାବନା ରହିଛି। ଅସ୍ୱାଭାବିକ ଗରମ ସାଙ୍ଗକୁ ପୂର୍ବ ରେକର୍ଡ ଭାଙ୍ଗିପାରେ ତାତି । ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବା ସହ ୧୭ ତାରିଖ ଯାଏ ତାତିରୁ ତ୍ରାହି ନାହିଁ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର