ଶ୍ରାବଣରେ ବୈଶାଖର ତାତି, ଗୁଳୁଗୁଳି ପ୍ରକୋପରେ ଅସ୍ତବ୍ୟସ୍ତ ଜନଜୀବନ

The Sakala Picture
Published On

ଭୁବନେଶ୍ୱର: ମୌସୁମୀ ଓଡ଼ିଶା ଠୁଇଁଲା, ଲଘୁଚାପ ହେଲା। ମୌସୁମୀ ଛୁଇଁବାର ପ୍ରାଥମିକ ସ୍ଥିତିରେ ଭଲ ବର୍ଷା ମଧ୍ୟ ହେଲା। ମାତ୍ର ଗତ ସପ୍ତାହେ ହେବ କାଁ ଭାଁ ଅଞ୍ଚଳକୁ ଛାଡ଼ି ଦେଲେ ବର୍ଷାର ଦେଖା ଦର୍ଶନ ନାହିଁ। ଫଳରେ ରାଜ୍ୟରେ ଚାଷ କାମ ଆଗେଇବା ତ ଦୂରର କଥା ଆରମ୍ଭ ହୋଇପାରୁ ନାହିଁ। ବର୍ଷାକୁ ଲକ୍ଷ୍ୟ କରି ଚାଷୀ ହଳ କରିବା ପରେ ତଳି ପକାଇଛି। ହେଲେ ବିଲରେ ପାଣି ନ ଥିବାରୁ ତଳି ଉଠିବାରେ ସମସ୍ୟା […]

ଭୁବନେଶ୍ୱର: ମୌସୁମୀ ଓଡ଼ିଶା ଠୁଇଁଲା, ଲଘୁଚାପ ହେଲା। ମୌସୁମୀ ଛୁଇଁବାର ପ୍ରାଥମିକ ସ୍ଥିତିରେ ଭଲ ବର୍ଷା ମଧ୍ୟ ହେଲା। ମାତ୍ର ଗତ ସପ୍ତାହେ ହେବ କାଁ ଭାଁ ଅଞ୍ଚଳକୁ ଛାଡ଼ି ଦେଲେ ବର୍ଷାର ଦେଖା ଦର୍ଶନ ନାହିଁ। ଫଳରେ ରାଜ୍ୟରେ ଚାଷ କାମ ଆଗେଇବା ତ ଦୂରର କଥା ଆରମ୍ଭ ହୋଇପାରୁ ନାହିଁ। ବର୍ଷାକୁ ଲକ୍ଷ୍ୟ କରି ଚାଷୀ ହଳ କରିବା ପରେ ତଳି ପକାଇଛି। ହେଲେ ବିଲରେ ପାଣି ନ ଥିବାରୁ ତଳି ଉଠିବାରେ ସମସ୍ୟା ସୃଷ୍ଟି ହେଉଛି। ଅନେକ ସ୍ଥାନରେ ତଳି ପଡ଼ିପାରୁ ନ ଥିବା ବେଳେ କିଛି ସ୍ଥାନରେ ଚାଷୀ ତଳି ବଞ୍ଚାଇବା ପାଇଁ ଜଳ ସିଞ୍ଚନ କରିବାକୁ ବାଧ୍ୟ ହେଉଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ମୌସୁମୀ ଋତୁରେ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୧୦୪ଟି ବ୍ଲକରେ ସ୍ୱାଭାବିକଠାରୁ ଅଧିକ କିମ୍ବା ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୧୦ ବ୍ଲକରେ ନିଅଣ୍ଟିଆ ବର୍ଷା ହୋଇଛି। ଏଥି ମଧ୍ୟରୁ ୫୮ଟି ବ୍ଲକରେ ୧୯-୩୯ ପ୍ରତିଶତ କମ୍‌‌ ବର୍ଷା ହୋଇଥିବା ବେଳେ ୭୧ ଟି ବ୍ଲକରେ ୩୯-୫୯ ପ୍ରତିଶତ କମ୍‌‌ ଅର୍ଥାତ ଅତି ନିଅଣ୍ଟିଆ ବର୍ଷା ହୋଇଛି। ସେହିପରି ବାକି ୮୧ଟି ବ୍ଲକରେ ସ୍ୱଳ୍ପ ବର୍ଷା ହୋଇଥିବା ନେଇ ରାଜ୍ୟ ସରକାରଙ୍କ ତଥ୍ୟରୁ ଜଣାପଡ଼ିଛି। ଏହି ସ୍ଥିତି ଯୋଗୁଁ ଚାଷକାର୍ଯ୍ୟ ପ୍ରଭାବିତ ହୋଇଥିବା ବେଳେ ବଡ଼ ବର୍ଷାକୁ ଚାଷୀମାନେ ଚାହିଁ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଅନ୍ୟପଟେ ବର୍ଷା କମିବା ଯୋଗୁଁ ଆକାଶ ନିର୍ମଳ ରହୁଛି ଓ ସୂର୍ଯ୍ୟଙ୍କ କିରଣ ପ୍ରଖର ରହୁଛି। ଏହାସହିତ ବର୍ତ୍ତମାନ ରହୁଥିବା ଆର୍ଦ୍ରତା ଯୋଗୁଁ ଗୁଳୁଗୁଳିର ପ୍ରକୋପ ମଧ୍ୟ ପୂର୍ବାପେକ୍ଷା ଅଧିକ ବଢ଼଼ିଛି। ତେବେ ଗୁଳୁଗୁଳିରୁ ତ୍ରାହି ମିଳିବା ସହ ମଙ୍ଗଳବାରଠାରୁ ବର୍ଷାର ପରିମାଣ ବଢ଼଼ିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ପାଣିପାଗ କେନ୍ଦ୍ର କହିଛି ଯେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼଼ିବ। ଏଥିପାଇଁ ମଙ୍ଗଳବାର ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିବାବେଳେ ଏହି ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା କରାଯାଇଛି। ସେହିପରି ବୁଧବାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଗୁରୁବାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି ହୋଇଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର