ଦିନ ସାଢ଼େ ୨ଟା ସୁଦ୍ଧା ଟ୍ବିନ୍ ସିଟିରେ ୪୦ ଡିଗ୍ରୀ ଉପରେ ତାପମାତ୍ରା; ଆଗାମୀ ୫ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ

The Sakala Picture
Published On

ଭୁବନେଶ୍ୱର: ହୋଲିରେ ସିଝିବ ସାରା ଓଡିଶା। ସୂର୍ଯ୍ୟଙ୍କ ରୌଦ୍ରତାପରେ ଅସ୍ତବ୍ୟସ୍ତ ଜନଜୀବନ। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୦ ଟପିଲା ତାତି । ୨ଟି ସହରରେ ୪୦ ଡିଗ୍ରୀ ଡେଇଁଲା ତାପମାତ୍ରା । ଝାରସୁଗୁଡ଼ାରେ ସର୍ବାଧିକ ୪୦. ୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଉରକେଲାରେ ୩୯. ୪ ଡିଗ୍ରୀ, ହୀରାକୁଦରେ ୩୯ ଡିଗ୍ରୀ, କେନ୍ଦୁଝରରେ ୩୭. ୬ ଡିଗ୍ରୀ ଏବଂ ଭୁବନେଶ୍ବର ଓ […]

ଭୁବନେଶ୍ୱର: ହୋଲିରେ ସିଝିବ ସାରା ଓଡିଶା। ସୂର୍ଯ୍ୟଙ୍କ ରୌଦ୍ରତାପରେ ଅସ୍ତବ୍ୟସ୍ତ ଜନଜୀବନ। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୦ ଟପିଲା ତାତି । ୨ଟି ସହରରେ ୪୦ ଡିଗ୍ରୀ ଡେଇଁଲା ତାପମାତ୍ରା । ଝାରସୁଗୁଡ଼ାରେ ସର୍ବାଧିକ ୪୦. ୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଉରକେଲାରେ ୩୯. ୪ ଡିଗ୍ରୀ, ହୀରାକୁଦରେ ୩୯ ଡିଗ୍ରୀ, କେନ୍ଦୁଝରରେ ୩୭. ୬ ଡିଗ୍ରୀ ଏବଂ ଭୁବନେଶ୍ବର ଓ ଚାନ୍ଦବାଲିରେ ୩୭ ଡିଗ୍ରୀ ତାପପାତ୍ରା ରେକର୍ଡ ହୋଇଛି।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

ପ୍ରତିଦିନ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ଆସନ୍ତା ୫ଦିନ ପାଇଁ ହିଟୱେଭ୍‌ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୩ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ରାଜ୍ୟରେ ୫ଦିନ ଯାଏଁ ପ୍ରବଳ ଖରା ସହ ହିଟୱେଭର ପ୍ରଭାବ ଜାରି ରହିବ । ୩ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଚେତାବନୀ ଦେଇଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଝାରସୁଗୁଡା, ମୟୁରଭଞ୍ଜ ଓ ସମ୍ବଲପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ସୁନ୍ଦରଗଡ, ବୌଦ୍ଧ, ବଲାଙ୍ଗୀର ପାଇଁ ହିଟୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ।ଭାରତୀୟ ପାଣିପାଗର ରିପୋର୍ଟ ଅନୁଯାୟୀ, ଆଜି ଦିନ ୧୧ଟା ସୁଦ୍ଧା ଦେଶର ଚତୁର୍ଥ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡା।

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌

14 Mar 2025 By The Sakala

ଦିନ ସାଢ଼େ ୨ଟା ସୁଦ୍ଧା ଟ୍ବିନ୍ ସିଟିରେ ୪୦ ଡିଗ୍ରୀ ଉପରେ ତାପମାତ୍ରା; ଆଗାମୀ ୫ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ହୋଲିରେ ସିଝିବ ସାରା ଓଡିଶା। ସୂର୍ଯ୍ୟଙ୍କ ରୌଦ୍ରତାପରେ ଅସ୍ତବ୍ୟସ୍ତ ଜନଜୀବନ। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୦ ଟପିଲା ତାତି । ୨ଟି ସହରରେ ୪୦ ଡିଗ୍ରୀ ଡେଇଁଲା ତାପମାତ୍ରା । ଝାରସୁଗୁଡ଼ାରେ ସର୍ବାଧିକ ୪୦. ୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଉରକେଲାରେ ୩୯. ୪ ଡିଗ୍ରୀ, ହୀରାକୁଦରେ ୩୯ ଡିଗ୍ରୀ, କେନ୍ଦୁଝରରେ ୩୭. ୬ ଡିଗ୍ରୀ ଏବଂ ଭୁବନେଶ୍ବର ଓ ଚାନ୍ଦବାଲିରେ ୩୭ ଡିଗ୍ରୀ ତାପପାତ୍ରା ରେକର୍ଡ ହୋଇଛି।

ପ୍ରତିଦିନ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ଆସନ୍ତା ୫ଦିନ ପାଇଁ ହିଟୱେଭ୍‌ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୩ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ରାଜ୍ୟରେ ୫ଦିନ ଯାଏଁ ପ୍ରବଳ ଖରା ସହ ହିଟୱେଭର ପ୍ରଭାବ ଜାରି ରହିବ । ୩ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଚେତାବନୀ ଦେଇଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଝାରସୁଗୁଡା, ମୟୁରଭଞ୍ଜ ଓ ସମ୍ବଲପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ସୁନ୍ଦରଗଡ, ବୌଦ୍ଧ, ବଲାଙ୍ଗୀର ପାଇଁ ହିଟୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ।ଭାରତୀୟ ପାଣିପାଗର ରିପୋର୍ଟ ଅନୁଯାୟୀ, ଆଜି ଦିନ ୧୧ଟା ସୁଦ୍ଧା ଦେଶର ଚତୁର୍ଥ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର