ବୁଧବାରଠାରୁ ଗ୍ରୀଷ୍ମ ପ୍ରବାହ: ୬ ଜିଲ୍ଲାକୁ ଆଇଏମଡିର ହିଟ୍‍ୱେଭ୍‍ ଆଲର୍ଟ

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ବୁଧବାରଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପବାହ (ହିଟ୍‍ ୱେଭ୍‍) ପରିସ୍ଥିତି ସୃଷ୍ଟି ହେବ। ଆଗାମୀ ୩ ରୁ ୪ ଦିନ ଯାଏଁ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବେଶ କରିବ। ଏହା ପ୍ରଭାବରେ ରାଜ୍ୟରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। ଫଳରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ସୃଷ୍ଟି ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏବେ କ୍ରମାଗତ […]

ଭୁବନେଶ୍ୱର: ଆସନ୍ତା ବୁଧବାରଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପବାହ (ହିଟ୍‍ ୱେଭ୍‍) ପରିସ୍ଥିତି ସୃଷ୍ଟି ହେବ। ଆଗାମୀ ୩ ରୁ ୪ ଦିନ ଯାଏଁ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବେଶ କରିବ। ଏହା ପ୍ରଭାବରେ ରାଜ୍ୟରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। ଫଳରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ସୃଷ୍ଟି ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏବେ କ୍ରମାଗତ ଭାବେ ରାଜ୍ୟରେ ତାପମାତ୍ରା ବଢ଼଼ି ଚାଲିଛି। ରବିବାର ଟିଟଲାଗଡ଼଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି। ତାପମାତ୍ରା ବୃଦ୍ଧି ଯୋଗୁଁ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ଆଶଙ୍କା କରାଯାଇଛି। ଅନ୍ୟପଟେ ଚଳିତ ବର୍ଷର ଏହା ପ୍ରଥମ ହିଟ୍‍ ୱେଭ୍‍ ସ୍ଥିତି ହୋଇଥିବାରୁ ଯଥେଷ୍ଟ ସତର୍କତା ଅବଲମ୍ଭନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହେଲା ସ୍କର୍ପିଓ, ଶାଶୂ ଓ ଜ୍ୱାଇଁଙ୍କ ମୃତ୍ୟୁ

୧୬ ତାରିଖ ଅର୍ଥାତ ବୁଧବାରଠାରୁ ବିଶେଷ କରି ଖରାର ପ୍ରକୋପ ବୃଦ୍ଧି ହେବ। ସେହିଦିନ ୩ ଟି ଜିଲ୍ଲା ଯଥା ବଲାଙ୍ଗୀର, ସୋନପୁର ଓ ବୌଦ୍ଧରେ ଖରାର ସର୍ବାଧିକ ପ୍ରଭାବ ରହିବାର ଆଶଙ୍କା ରହିଛି। ସେହିପରି ଗୁରୁବାର ଏହି ୩ ଜିଲ୍ଲା ସମେତ ଅନୁଗୁଳ, ନୟାଗଡ଼଼ ଓ ଖୋର୍ଦ୍ଧାରେ ମଧ୍ୟ ଟାଣ ଖରା ହେବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଦୁଇ ପ୍ରଥମ ଦିନ ୩ ଓ ଦ୍ୱିତୀୟ ଦିନରେ ଏହି ୬ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଏହି ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଏସ୍‍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଲୋକମାନଙ୍କ ମଧ୍ୟରେ ହିଟ୍‍ ୱେଭ୍‍ ସତର୍କତା ପାଇଁ ଜିଲ୍ଲାରେ ପ୍ରଚାର କରିବା ସହିତ ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନିଜର ରଖିବାରୁ ଏସ୍‍ଆରସିଙ୍କ କାର୍ଯ୍ୟଳୟ ପକ୍ଷରୁ ଏହି ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି। ତାତି ବଢ଼଼ିବା ନେଇ ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ମଧ୍ୟ ପୂର୍ବରୁ ସୂଚନା ଦେଇଥିଲେ। ମାର୍ଚ୍ଚ ତୃତୀୟ ସପ୍ତାହ ବେଳକୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ଗରମ ଅନୁଭୂତ ହେବ ବୋଲି ସେ ପୂର୍ବାନୁମାନ କରିବା ସହିତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ଗରମ ହେବ ବୋଲି ସେ କହିଥିଲେ। ରାଜ୍ୟକୁ ବର୍ତ୍ତମାନ ଉତ୍ତର-ପଶ୍ଚିମ ଭାରତ ଓ ସଂଲଗ୍ନ ପାକିସ୍ତାନ ଅଞ୍ଚଳରୁ ପବନ ପ୍ରବେଶ କରୁଛି। ସେଠାରେ ତାପମାତ୍ରା ବୃଦ୍ଧି ହୋଇଥିବାରୁ ସେଠାରୁ ଗରମ ଓ ଶୁଷ୍କ ପବନ କେନ୍ଦ୍ରୀୟ ଭାରତ ଦେଇ ରାଜ୍ୟକୁ ଆସିବ। ଏହା ଯୋଗୁଁ ରାଜ୍ୟରେ ଗରମ ବଢ଼଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡି ଜେଜେ ଓ ନାତି ମୃତ

ଅନ୍ୟପଟେ ଗତ ୩୬ ଘଣ୍ଟା ମଧ୍ୟରେ ଅନେକ ଜିଲ୍ଲାରେ ତାପମାତ୍ରାରେ ବୃଦ୍ଧି ଘଟିଛି। ୩୮ ଡିଗ୍ରୀ ସହ ଟିଟଲାଗଡ଼଼ ତତଲାଗଡ଼଼ରେ ପରିଣତ ହୋଇଥିବା ବେଳେ ବଲାଙ୍ଗୀରରେ ୩୭.୮, ଝାରସୁଗୁଡ଼ା ୩୭.୩, ଅନଗୁଳ ୩୭.୧ ଓ ଭୁବନେଶ୍ୱର ୩୬.୬ ଡିଗ୍ରୀ ରେକର୍ଡ କରାଯାଇଛି। ଏହି ସହର ବ୍ୟତୀତ ଆଉ ୧୧ ସହରରେ ତାପମାତ୍ରା ୩୬ ଡିଗ୍ରୀ କିମ୍ବା ଏହାଠାରୁ ତାପମାତ୍ରା ଅଧିକ ରହିଛି।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର