୪୦ ଡିଗ୍ରୀ ନିକଟତର ତାତି : ଆସନ୍ତାକାଲିଠୁ ହିଟ୍‌ ୱେଭ୍‌ ଆଲର୍ଟ, ୩ ଦିନ ପାଇଁ ୟେଲୋ ଆଲର୍ଟ ଜାରି

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା। ଧୀରେ ଧୀରେ ଖରାର ପ୍ରଭାବ ବୃଦ୍ଧି ସହ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଉପକୂଳରୁ ଉପାନ୍ତ ସବୁଠି ତାତି ବଢ଼ୁଥିବା ବେଳେ ଆଗାମୀ ୨-୩ ଦିନ ମଧ୍ୟରେ ଏଥିରେ ଆହୁରି ବୃଦ୍ଧି ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ମଙ୍ଗଳବାର ବୌଦ୍ଧରେ ତାପମାତ୍ରା ୩୯.୫ ଡିଗ୍ରୀକୁ ପହଞ୍ଚିଛି। ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବଲାଙ୍ଗିରରେ ୩୮.୫ ଓ ସମ୍ବଲପୁରରେ ତାପମାତ୍ରା ୩୮.୩ […]

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା। ଧୀରେ ଧୀରେ ଖରାର ପ୍ରଭାବ ବୃଦ୍ଧି ସହ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଉପକୂଳରୁ ଉପାନ୍ତ ସବୁଠି ତାତି ବଢ଼ୁଥିବା ବେଳେ ଆଗାମୀ ୨-୩ ଦିନ ମଧ୍ୟରେ ଏଥିରେ ଆହୁରି ବୃଦ୍ଧି ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ମଙ୍ଗଳବାର ବୌଦ୍ଧରେ ତାପମାତ୍ରା ୩୯.୫ ଡିଗ୍ରୀକୁ ପହଞ୍ଚିଛି। ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବଲାଙ୍ଗିରରେ ୩୮.୫ ଓ ସମ୍ବଲପୁରରେ ତାପମାତ୍ରା ୩୮.୩ ଡିଗ୍ରୀ ରେକର୍ଡ ହୋଇଛି। ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଚଳିତ ସପ୍ତାହରେ ୧୩ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଜନିତ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ବିଶେଷ କରି ପଶ୍ଚିମ ଓଡିଶା ବା ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅସ୍ତବ୍ୟସ୍ତ କରିବା ସହ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ପାର କରିବା ସମ୍ଭାବନା ରହିଛି। ସେଥିପାଇଁ ୧୩ ତାରିଖରେ ୭ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ବରଗଡ଼କୁ ଗ୍ରୀଷ୍ମ ଲହରୀ ଜନିତ ୟେଲୋ ୱାର୍ଣିର୍ଂ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

୧୪ ତାରିଖ ଓ ୧୫ ତାରିଖରେ ପ୍ରବଳ ଖରା ନେଇ ୮ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଅନୁଗୁଳ ଓ ବରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲାବାସୀଙ୍କୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଖରା ସମୟରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ସାଢେ଼ ୩ଟା ଭିତରେ ଯେତେଦୂର ସମ୍ଭବ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର