ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ସ୍ୱାସ୍ଥ୍ୟ ସଚିବ: ଚଳିତ ବର୍ଷ ଶେଷ ସୁଦ୍ଧା ସମାଧାନ ହେବ ଡାକ୍ତର ସମସ୍ୟା – ସାଳିନୀ ପଣ୍ଡିତ

The Sakala Picture
Published On

ବାରିପଦା:ରାଜ୍ୟରେ ଥିବା ଡାକ୍ତର ଅଭାବ ସମସ୍ୟାର ଖୁବଶୀଘ୍ର ସମାଧାନ ହେବ। ବର୍ତ୍ତମାନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୨୦୫ଡାକ୍ତର ନିଯୁକ୍ତି କରାଯାଉଛି। ଆଗାମୀ ମାସ ମଧ୍ୟରେ ଆହୁରି ଡାକ୍ତର ନିଯୁକ୍ତି ହେବେ। ଚଳିତ ବର୍ଷ ଶେଷ ସୁଦ୍ଧା ଡାକ୍ତର ସମସ୍ୟା ସମାଧାନ ହେବ ବୋଲି ସ୍ୱାସ୍ଥ୍ୟ ସଚିବ ସାଳିନୀ ପଣ୍ଡିତ କହିଛନ୍ତି। ମଙ୍ଗଳବାର ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ସାଳିନୀ ପଣ୍ଡିତ ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଏହା କହିଛନ୍ତି। […]

ବାରିପଦା:ରାଜ୍ୟରେ ଥିବା ଡାକ୍ତର ଅଭାବ ସମସ୍ୟାର ଖୁବଶୀଘ୍ର ସମାଧାନ ହେବ। ବର୍ତ୍ତମାନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୨୦୫ଡାକ୍ତର ନିଯୁକ୍ତି କରାଯାଉଛି। ଆଗାମୀ ମାସ ମଧ୍ୟରେ ଆହୁରି ଡାକ୍ତର ନିଯୁକ୍ତି ହେବେ। ଚଳିତ ବର୍ଷ ଶେଷ ସୁଦ୍ଧା ଡାକ୍ତର ସମସ୍ୟା ସମାଧାନ ହେବ ବୋଲି ସ୍ୱାସ୍ଥ୍ୟ ସଚିବ ସାଳିନୀ ପଣ୍ଡିତ କହିଛନ୍ତି। ମଙ୍ଗଳବାର ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ସାଳିନୀ ପଣ୍ଡିତ ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଏହା କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ମଙ୍ଗଳବାର ସନ୍ଧ୍ୟାରେ ପହଞ୍ଚି ସେ ବାରିପଦାର ଦେବେନ୍ଦ୍ରପୁର ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ମେଡ଼ିସିନ, ଫିଜିଓଥେରାପି ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଉକ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର କାୟାକଳ୍ପ ପୁରସ୍କାର ପାଇଛି। ଏହାର ମାନ ଆଗକୁ ଆହୁରି ବୃଦ୍ଧି କରାଯିବା ନେଇ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। ଏଥି ସହିତ ବିଜୁସ୍ବାସ୍ଥ୍ୟ କାର୍ଡ ଅନୁବନ୍ଧିତ ସ୍ଥାନୀୟ ଜୀବନଦୀପ ଘରୋଇ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀ ମାନଙ୍କ ଚିକିତ୍ସା ବ୍ୟବସ୍ଥା କିପରି ଜାରି ରହିଛି ସେନେଇ ତଦାରଖ କରିଥିଲେ। ହସ୍ପିଟାଲ ବୁଲି ଦେଖିବା ସହ ଚିକିତ୍ସିତ ରୋଗୀଙ୍କ ସହ ଆଲୋଚନା କରିଥିଲେ। ସରକାରୀ ଯୋଜନାରେ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା କିପରି ଚାଲିଛି ସେନେଇ ଡାକ୍ତର, ନର୍ସ ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ବୁଧୁବାର ଜିଲ୍ଲାର ଅନ୍ୟାନ୍ୟ ହସ୍ପିଟାଲ ଗୁଡିକର ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ସିଡ଼ିଏମଓ ଡା ରୂପଭାନୁ ମିଶ୍ର, ଡିପିଏମଓ ପ୍ରୟନ୍ତ ପତି ସମେତ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର