ଟିକା ଅନୁପାତ ବଢାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: କେନ୍ଦ୍ର ସରକାର ପ୍ରଦାନ କରୁଥିବା ଟିକା ଅନୁପାତକୁ ବଢାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଟିକା ଅନୁପାତକୁ ୯୫:୫ ପ୍ରତିଶତ ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ନବ ଦାସ । ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାର ଜନସଂଖ୍ୟା ଅନୁସାରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍ । ରାଜ୍ୟ ସ୍ୱାସ୍ଥ୍ୟକ୍ଷେତ୍ରରେ ଘରୋଇ ହସ୍ପିଟାଲ ସଂଖ୍ୟା ମାତ୍ର […]

ଭୁବନେଶ୍ୱର: କେନ୍ଦ୍ର ସରକାର ପ୍ରଦାନ କରୁଥିବା ଟିକା ଅନୁପାତକୁ ବଢାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଟିକା ଅନୁପାତକୁ ୯୫:୫ ପ୍ରତିଶତ ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ନବ ଦାସ । ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାର ଜନସଂଖ୍ୟା ଅନୁସାରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍ । ରାଜ୍ୟ ସ୍ୱାସ୍ଥ୍ୟକ୍ଷେତ୍ରରେ ଘରୋଇ ହସ୍ପିଟାଲ ସଂଖ୍ୟା ମାତ୍ର ୫ ପ୍ରତିଶତ । ପ୍ରଚଳିତ ଗାଇଡଲାଇନରେ ରାଜ୍ୟ ୨୫ ପ୍ରତିଶତ ଟିକା ଅନୁଦାନ ହରାଇବ ।

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

ତେଣୁ କେନ୍ଦ୍ର ସରକାରଙ୍କ ରହିଥିବା ୭୫.୨୫ ପ୍ରତିଶତ ଟିକା ଅନୁପାତକୁ ୯୫:୫ ପ୍ରତିଶତରେ ପରିବର୍ତ୍ତନ କରିବା ପାଇଁ ପାଇଁ ଅପିଲ କରିଛନ୍ତି ନବ ଦାସ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଜଣାଇଛନ୍ତି । ଗୋଟେପଟେ ରାଜ୍ୟରେ ଟିକାକରଣ ପକ୍ରିୟା ଜୋରଦାର ଚାଲିଥିବା ବେଳେ ଘରୋଇ ହସ୍ପିଟାଲ ଅପେକ୍ଷା ସରକାରୀ ଟିକାକରଣରେ ରାଜ୍ୟର ଅଧିକାଂଶ ବ୍ୟକ୍ତି ଟିକା ନେଉଛନ୍ତି । ସେପଟେ ଘରୋଇ ହସ୍ପିଟାଲ ଓଡିଶାରେ କମ ରହିଛି ।

ଆହୁରି ପଢ଼ନ୍ତୁ: ଘର କବାଟ ଭାଙ୍ଗି ଆଲମିରାରୁ ୮ ଭରି ସୁନା ସମେତ ନଗଦ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ତେଣୁ ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଯେଉଁ ୨୫ ପ୍ରତିଶତ ଟିକା ଘରୋଇ ମେଡ଼ିକାଲକୁ ପ୍ରଦାନ କରୁଛନ୍ତି । ଉକ୍ତ ଅନୁପାତକୁ କମ କରିବାକୁ ନିବେଦନ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ କିଭଳି ବ୍ୟାପକ ଟିକାକରଣ କରାଯିବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଦେଶରେ ସମସ୍ତେ ମାଗଣା ଭ୍ୟକସିନ ନେବେ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏପରି ସ୍ଥିତିରେ ଯେହେତୁ କେନ୍ଦ୍ର ସରକାର ମାଗଣା ଭ୍ୟକସିନ ବିତରଣ ପାଇଁ ଘୋଷଣା କରିଛନ୍ତି ତେଣୁ ଏହି ପକ୍ରିୟା ତ୍ୱରାନିତ କରିବା ପାଇଁ ଟିକା ବିତରଣ ଅନୁପାତ ୯୫:୫ ପ୍ରତିଶତ ରଖିବାକୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଆହୁରି ପଢ଼ନ୍ତୁ: ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ଜୋରଦାର ବିରୋଧ ପ୍ରଦର୍ଶନ

26 Jun 2021 By The Sakala

ଟିକା ଅନୁପାତ ବଢାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ସରକାର ପ୍ରଦାନ କରୁଥିବା ଟିକା ଅନୁପାତକୁ ବଢାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଟିକା ଅନୁପାତକୁ ୯୫:୫ ପ୍ରତିଶତ ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ନବ ଦାସ । ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାର ଜନସଂଖ୍ୟା ଅନୁସାରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍ । ରାଜ୍ୟ ସ୍ୱାସ୍ଥ୍ୟକ୍ଷେତ୍ରରେ ଘରୋଇ ହସ୍ପିଟାଲ ସଂଖ୍ୟା ମାତ୍ର ୫ ପ୍ରତିଶତ । ପ୍ରଚଳିତ ଗାଇଡଲାଇନରେ ରାଜ୍ୟ ୨୫ ପ୍ରତିଶତ ଟିକା ଅନୁଦାନ ହରାଇବ ।

ତେଣୁ କେନ୍ଦ୍ର ସରକାରଙ୍କ ରହିଥିବା ୭୫.୨୫ ପ୍ରତିଶତ ଟିକା ଅନୁପାତକୁ ୯୫:୫ ପ୍ରତିଶତରେ ପରିବର୍ତ୍ତନ କରିବା ପାଇଁ ପାଇଁ ଅପିଲ କରିଛନ୍ତି ନବ ଦାସ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଜଣାଇଛନ୍ତି । ଗୋଟେପଟେ ରାଜ୍ୟରେ ଟିକାକରଣ ପକ୍ରିୟା ଜୋରଦାର ଚାଲିଥିବା ବେଳେ ଘରୋଇ ହସ୍ପିଟାଲ ଅପେକ୍ଷା ସରକାରୀ ଟିକାକରଣରେ ରାଜ୍ୟର ଅଧିକାଂଶ ବ୍ୟକ୍ତି ଟିକା ନେଉଛନ୍ତି । ସେପଟେ ଘରୋଇ ହସ୍ପିଟାଲ ଓଡିଶାରେ କମ ରହିଛି ।

ତେଣୁ ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଯେଉଁ ୨୫ ପ୍ରତିଶତ ଟିକା ଘରୋଇ ମେଡ଼ିକାଲକୁ ପ୍ରଦାନ କରୁଛନ୍ତି । ଉକ୍ତ ଅନୁପାତକୁ କମ କରିବାକୁ ନିବେଦନ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ କିଭଳି ବ୍ୟାପକ ଟିକାକରଣ କରାଯିବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଦେଶରେ ସମସ୍ତେ ମାଗଣା ଭ୍ୟକସିନ ନେବେ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏପରି ସ୍ଥିତିରେ ଯେହେତୁ କେନ୍ଦ୍ର ସରକାର ମାଗଣା ଭ୍ୟକସିନ ବିତରଣ ପାଇଁ ଘୋଷଣା କରିଛନ୍ତି ତେଣୁ ଏହି ପକ୍ରିୟା ତ୍ୱରାନିତ କରିବା ପାଇଁ ଟିକା ବିତରଣ ଅନୁପାତ ୯୫:୫ ପ୍ରତିଶତ ରଖିବାକୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର