ଶତାଧିକ ଡାକ୍ତରଙ୍କ ପତ୍ତା ନାହିଁ: ଅନୁପସ୍ଥିତ ଡାକ୍ତରଙ୍କ ତାଲିକା ମାଗିଲା ସ୍ୱାସ୍ଥ୍ୟ ବିଭାଗ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଶତାଧିକ ଡାକ୍ତରଙ୍କ ପତ୍ତା ମିଳୁନାହିଁ। କିଛି ଡ଼ାକ୍ତର ଦୀର୍ଘଦିନ ହେଲା ଛୁଟିରେ ଅଛନ୍ତି, ଆଉ କିଛି ଡ଼ାକ୍ତର ନୂଆ ସ୍ଥାନରେ ଯୋଗ ଦେବା ଲାଗି ରିଲିଭ୍‍ ହୋଇଥିଲେ ମଧ୍ୟ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ବିଡ଼ମ୍ବନା ହେଉଛି ଡ଼ାକ୍ତରମାନେ ଛୁଟିରେ ରହିବା ସତ୍ତ୍ବେ ଦୀର୍ଘଦିନ ପରେ ଆଇନରେ ଥିବା ଫାଙ୍କର ସୁଯୋଗ ନେଇ ପୁଣି ଆସି କାର୍ଯ୍ୟରେ ଯୋଗ ଦେଉଛନ୍ତି। ବିନା ସେବାରେ ଛୁଟିରେ ରହି ସୁଦ୍ଧା ସରକାରଙ୍କଠାରୁ ଦରମା ଓ ପଦୋନ୍ନତି ଦାବି […]

ଭୁବନେଶ୍ୱର: ରାଜ୍ୟରେ ଶତାଧିକ ଡାକ୍ତରଙ୍କ ପତ୍ତା ମିଳୁନାହିଁ। କିଛି ଡ଼ାକ୍ତର ଦୀର୍ଘଦିନ ହେଲା ଛୁଟିରେ ଅଛନ୍ତି, ଆଉ କିଛି ଡ଼ାକ୍ତର ନୂଆ ସ୍ଥାନରେ ଯୋଗ ଦେବା ଲାଗି ରିଲିଭ୍‍ ହୋଇଥିଲେ ମଧ୍ୟ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ବିଡ଼ମ୍ବନା ହେଉଛି ଡ଼ାକ୍ତରମାନେ ଛୁଟିରେ ରହିବା ସତ୍ତ୍ବେ ଦୀର୍ଘଦିନ ପରେ ଆଇନରେ ଥିବା ଫାଙ୍କର ସୁଯୋଗ ନେଇ ପୁଣି ଆସି କାର୍ଯ୍ୟରେ ଯୋଗ ଦେଉଛନ୍ତି। ବିନା ସେବାରେ ଛୁଟିରେ ରହି ସୁଦ୍ଧା ସରକାରଙ୍କଠାରୁ ଦରମା ଓ ପଦୋନ୍ନତି ଦାବି କରୁଛନ୍ତି। ଏହାକୁ ନେଇ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ। କେତେଜଣ ଡ଼ାକ୍ତର କେବେଠାରୁ କାର୍ଯ୍ୟସ୍ଥଳରେ ଅନୁପସ୍ଥିତ ଅଛନ୍ତି, ଛୁଟିରେ ରହିଛନ୍ତି ବା ବିନା ଅନୁମତିରେ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି ସେ ସମ୍ପର୍କରେ ରିପୋର୍ଟ ଲୋଡ଼ିଛନ୍ତି ବିଭାଗୀୟ ଅଧିକାରୀ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ସମାଜର ପ୍ରତ୍ୟେକ ବର୍ଗର ଲୋକ ବିଶେଷକରି ଆର୍ଥିକ ସ୍ତରରେ ଦୁର୍ବଳ ପରିବାରକୁ ମାଗଣାରେ ସର୍ବୋତ୍କୃଷ୍ଠ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି, ନୂଆ ମାନବ ସମ୍ବଳ ନିଯୁକ୍ତି ହେଉଛି। ପ୍ରୋତ୍ସାହନ ଦେବାରେ ରାଜ୍ୟ ସରକାର ଅବହେଳା କରୁ ନାହାନ୍ତି। କୋଭିଡ୍‍ ମହାମାରୀ ପରେ ସ୍ୱାସ୍ଥ୍ୟ ବିଭାଗ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସରକାରଙ୍କ ଠାରୁ ଆରମ୍ଭ କରି ଜନସାଧାରଣଙ୍କ ପର୍ଯ୍ୟନ୍ତ ସମସ୍ତେ ହୃଦୟଙ୍ଗମ କରିଛନ୍ତି। କିନ୍ତୁ ଏପରି କିଛି ଡାକ୍ତର ଅଛନ୍ତି ଯାହାଙ୍କ ପାଇଁ ଜନସେବା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏପରିକି ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହୋଇ ଚୟନ ହେଉଛନ୍ତି ଏବଂ ଡାକ୍ତରଖାନାରେ ରୋଗୀ ସେବା କରିବା ଲାଗି ସହମତି ପ୍ରକାଶ କରି କୁଆଡ଼େ ଫେରାର ହୋଇଯାଉଛନ୍ତି। ସେମାନଙ୍କ ପତ୍ତା ମିଳୁ ନାହିଁ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ରାଜ୍ୟରେ ଏବେ ୧୧୧ ଜଣ ଡାକ୍ତରଙ୍କ ପତ୍ତା ମିଳୁ ନଥିବା ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱୀକାର କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣ ରିଲିଭ୍‍ ହୋଇ ସାରିବା ପରେ ନୂଆ ସ୍ଥାନରେ ଯୋଗ ଦେଇ ନାହାନ୍ତି। ସେହିପରି ଆଉ ୮୭ ଜଣ ଡାକ୍ତର ଦୀର୍ଘ ଦିନ ହେଲା ଛୁଟିରେ ଯାଇଛନ୍ତି। ମନ୍ତ୍ରୀଙ୍କ
ପ୍ରଦତ୍ତ ତଥ୍ୟ ଅନୁସାରେ ରାଜ୍ୟରେ ମୋଟ ୮୭୫୦ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ଏଥିରୁ ୩୫୭୯ ପଦବୀ ଖାଲି ରହିଛି। କାର୍ଯ୍ୟରତ ଥିବା ୫୧୭୧ ଜଣ ଡାକ୍ତରଙ୍କ ମଧ୍ୟରୁ ୩୮୯୯ ଜଣ ସ୍ଥାୟୀ ନିଯୁକ୍ତି ପାଇଛନ୍ତି ଏବଂ ୩୫ ଜଣ ଆଡହକ୍‍ରେ ନିଯୁକ୍ତି ପାଇଛନ୍ତି। ସେହିପରି ୧୦୨ ଜଣ ପୋଷ୍ଟ ପିଜି, ୧୦୫ ଜଣ ଠିକାରେ ନିଯୁକ୍ତି ପାଇଛନ୍ତି। ଅବଶିଷ୍ଟଙ୍କ ମଧ୍ୟରୁ ୭୮ ଜଣ ଡାକ୍ତର ଡିଏମ୍‍ଏଫ୍‍ ଦ୍ୱାରା ନିଯୁକ୍ତି ପାଇଥିଲା ବେଳେ ୩ ଜଣ କର୍ପସ ପାଣ୍ଠି ଅଧୀନରେ ନିଯୁକ୍ତ ହୋଇଛନ୍ତି। ତେବେ ୧୧୧ ଜଣ ଡାକ୍ତରଙ୍କ ପତ୍ତା ମିଳୁ ନାହିଁ।

ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୬୭% ପଦବୀ ଖାଲି ଅଛି। ଜିଲ୍ଲାରେ ମଞ୍ଜୁରୀପ୍ରାପ୍ତ ୧୦୬ ଡାକ୍ତର ପଦବୀରୁ ମାତ୍ର ୨୬ ଜଣ ନିୟମିତ ଡାକ୍ତର ଅଛନ୍ତି ଏବଂ ୭୧ ପଦବୀ ଖାଲି ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ୨୦୪ ପଦ ଖାଲି ଅଛି। ଗତ ୩ ବର୍ଷ ଭିତରେ ରାଜ୍ୟର ସରକାରୀ ଓ ଘରୋଇ ମେଡିକାଲ କଲେଜରୁ ୨୪୨୩ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ଜରିଆରେ ୨୨୪୭ ଜଣ ଡାକ୍ତରଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ସେହିଭଳି ଗତବର୍ଷ ସ୍ୱତନ୍ତ୍ର ନିଯୁକ୍ତି ବ୍ୟବସ୍ଥା ଜରିଆରେ ରାଜ୍ୟ ସରକାର ୮୧ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ। ବୁଧବାର ଗୃହରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ଚଳିତ ମାସ ୨୨ ତାରିଖରେ ନୂଆ କରି ଯୋଗ ଦେଇଥିବା ୫୧୦ ଜଣ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ପତ୍ର ଦିଆଯିବ। ସେଥିରୁ ୩୫୮ ଜଣ ଏଲୋପାଥିକ୍‍, ୧୧୬ ଜଣ ହୋମିଓପାଥିକ ଏବଂ ୩୬ ଜଣ ହୋମିଓପାଥିକ ଅଧ୍ୟାପକ ଅଛନ୍ତି। ନୂତନ ଡାକ୍ତରଙ୍କ ନିଯୁକ୍ତି ଦ୍ୱାରା ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା ଅନେକାଂଶରେ ଦୂର ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଡାକ୍ତରଙ୍କ ଅନୁପସ୍ଥିତି କିଛି ନୂଆ କଥା ନୁହେଁ। ଦୀର୍ଘ ୧୦ ବର୍ଷ ହେଲାଣି ସ୍ୱାସ୍ଥ୍ୟ ବିଭାଗ ଏପରି ସମସ୍ୟାର ସମ୍ମୁଖୀନ ହେଉଛି। ବ୍ୟବସ୍ଥାରେ ଥିବା ତ୍ରୁଟିକୁ ଏପରି ଡାକ୍ତରମାନେ ନିଜ ଫାଇଦା ପାଇଁ ବ୍ୟବହାର କରୁଛନ୍ତି। ବିଭାଗ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନଥିବାରୁ ଏପରି ସ୍ଥିତି ଲାଗି ରହିଛି ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ପ୍ରଫେସର ବିଜୟ ମହାପାତ୍ର କହିଛନ୍ତି, ଦୀର୍ଘ ଦିନ ପର୍ଯ୍ୟନ୍ତ ଯେଉଁ ଡାକ୍ତରମାନେ କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ। ବ୍ୟବସ୍ଥା ଅନୁସାରେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଯେଉଁମାନେ ଉପଯୁକ୍ତ କାରଣ ଦେଖା ପାରି ନାହାନ୍ତି ସେମାନଙ୍କ ତାଲିକା ବିଭାଗର ହସ୍ତଗତ ହୋଇଛି। ଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

21 Jul 2022 By The Sakala

https://www.thesakala.in/latest-odisha-news/health-department-has-asked-for-a-list-of-absents-doctors/article-13489
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର