ଘର ସାମ୍ନାରେ ଥିବା ବନ୍ଦ ଗ୍ୟାରେଜରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

The Sakala Picture
Published On

ଢେଙ୍କାନାଳ: ଘର ସାମ୍ନାରେ ଥିବା ବନ୍ଦ ଗ୍ୟାରେଜରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ଘର ସାମ୍ନାରେ ଥିବା ବନ୍ଦ ଗ୍ୟାରେଜରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଢେଙ୍କାନାଳ କାମାକ୍ଷାନଗର ତୁମୁସିଙ୍ଗା ଥାନା ଅନ୍ତର୍ଗତ ଗୁନେଇବିଲି ଗାଁର ଏ ଘଟଣା। ଘର ସାମ୍ନାରେ ଥିବା ଗ୍ୟାରେଜ ଘର ଭିତରେ ମୃତଦେହ ପଡ଼ିଥିବା ବେଳେ ଘର ବାହାରେ ପଡିଥିଲା ତାଲା । ମୃତ ପ୍ରଧାନଶିକ୍ଷୟତ୍ରୀ ଜଣକ ତୁମୁସିଙ୍ଗା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀ। […]

ଢେଙ୍କାନାଳ: ଘର ସାମ୍ନାରେ ଥିବା ବନ୍ଦ ଗ୍ୟାରେଜରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ଘର ସାମ୍ନାରେ ଥିବା ବନ୍ଦ ଗ୍ୟାରେଜରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଢେଙ୍କାନାଳ କାମାକ୍ଷାନଗର ତୁମୁସିଙ୍ଗା ଥାନା ଅନ୍ତର୍ଗତ ଗୁନେଇବିଲି ଗାଁର ଏ ଘଟଣା। ଘର ସାମ୍ନାରେ ଥିବା ଗ୍ୟାରେଜ ଘର ଭିତରେ ମୃତଦେହ ପଡ଼ିଥିବା ବେଳେ ଘର ବାହାରେ ପଡିଥିଲା ତାଲା । ମୃତ ପ୍ରଧାନଶିକ୍ଷୟତ୍ରୀ ଜଣକ ତୁମୁସିଙ୍ଗା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ସୂଚନା ଅନୁସାରେ, ସବୁଦିନ ପରି ରାତିରେ ଖାଇପିଇ ସାରି ଘରେ ଶୋଇଥିଲେ । ସକାଳୁ ପ୍ରଭାତୀଙ୍କ ଡ୍ରାଇଭର ଘରକୁ ଆସି ପ୍ରଭାତୀଙ୍କୁ ସ୍କୁଲ ନେବା ପାଇଁ ଡ଼ାକିଥିବା ବେଳେ ଘରେ ଥିବା ଶଶ୍ୱର ବୋହୂ ଘରେ ନଥିବା କହିଥିଲେ । ପରେ ପରିବାର ଲୋକ ଏଣେତେଣେ ଖୋଜାଖୋଜି କରିବାରୁ ଘର ସାମ୍ନାରେ ଥିବା ଗ୍ୟାରେଜ ଘରୁ ବାହାରୁ ତାଲା ପଡ଼ିଥିବା ଦେଖିଥିଲେ । ଘର ତାଲା ଭାଙ୍ଗିବାରୁ ପ୍ରଭାତୀ ଘର ଭିତରେ ସନ୍ଦେହଜନକ ଭାବେ ପଡିଥିବା ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

ପ୍ରଭାତୀଙ୍କ ଶଶ୍ୱର ତୁମୁସିଙ୍ଗା ଥାନାରେ ଖବର ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ଢେଙ୍କାନାଳ ଜିଲ୍ଲା ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଯାଞ୍ଚ ପରେ ମୃତ ଶିକ୍ଷୟତ୍ରୀଙ୍କ ଦୁଇଟି ମୋବାଇଲ ଓ ତାଙ୍କ ଝିଅର ମୋବାଇଲ ଗାଏବ ଥିବା ସୂଚନା ପାଇଛି । ଏବଂ ଶିକ୍ଷୟତ୍ରୀ ଙ୍କ ସୁନାହାର ମଧ୍ୟ ଲୁଟ ହୋଇଥିବା ନେଇ ଜଣାପଡିଛି । ଯାହାକୁ ନେଇ ଘଟଣାରେ ନୂଆ ମୋଡ଼ ସୃଷ୍ଟି ହେଉଥିବା ବେଳେ ପ୍ରଧାନଶିକ୍ଷୟତ୍ରୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ସୃଷ୍ଟି କରୁଛି । ତେବେ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଦୁଇବର୍ଷ ତଳେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଗୋଟିଏ ପୁଅ ଓ ଝିଅ ଥିବା ଜଣାପଡିଛି । ତେବେ ଶିକ୍ଷୟତ୍ରୀ ଜଣକ କାମାକ୍ଷାନଗର ବ୍ଲକ ଓଷ୍ଟା ସଙ୍ଘ ର ସଭାପତି ଥିବା ଜଣାପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

20 Feb 2025 By The Sakala

ଘର ସାମ୍ନାରେ ଥିବା ବନ୍ଦ ଗ୍ୟାରେଜରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଢେଙ୍କାନାଳ: ଘର ସାମ୍ନାରେ ଥିବା ବନ୍ଦ ଗ୍ୟାରେଜରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ଘର ସାମ୍ନାରେ ଥିବା ବନ୍ଦ ଗ୍ୟାରେଜରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଢେଙ୍କାନାଳ କାମାକ୍ଷାନଗର ତୁମୁସିଙ୍ଗା ଥାନା ଅନ୍ତର୍ଗତ ଗୁନେଇବିଲି ଗାଁର ଏ ଘଟଣା। ଘର ସାମ୍ନାରେ ଥିବା ଗ୍ୟାରେଜ ଘର ଭିତରେ ମୃତଦେହ ପଡ଼ିଥିବା ବେଳେ ଘର ବାହାରେ ପଡିଥିଲା ତାଲା । ମୃତ ପ୍ରଧାନଶିକ୍ଷୟତ୍ରୀ ଜଣକ ତୁମୁସିଙ୍ଗା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀ।

ସୂଚନା ଅନୁସାରେ, ସବୁଦିନ ପରି ରାତିରେ ଖାଇପିଇ ସାରି ଘରେ ଶୋଇଥିଲେ । ସକାଳୁ ପ୍ରଭାତୀଙ୍କ ଡ୍ରାଇଭର ଘରକୁ ଆସି ପ୍ରଭାତୀଙ୍କୁ ସ୍କୁଲ ନେବା ପାଇଁ ଡ଼ାକିଥିବା ବେଳେ ଘରେ ଥିବା ଶଶ୍ୱର ବୋହୂ ଘରେ ନଥିବା କହିଥିଲେ । ପରେ ପରିବାର ଲୋକ ଏଣେତେଣେ ଖୋଜାଖୋଜି କରିବାରୁ ଘର ସାମ୍ନାରେ ଥିବା ଗ୍ୟାରେଜ ଘରୁ ବାହାରୁ ତାଲା ପଡ଼ିଥିବା ଦେଖିଥିଲେ । ଘର ତାଲା ଭାଙ୍ଗିବାରୁ ପ୍ରଭାତୀ ଘର ଭିତରେ ସନ୍ଦେହଜନକ ଭାବେ ପଡିଥିବା ଦେଖିବାକୁ ମିଳିଥିଲା।

ପ୍ରଭାତୀଙ୍କ ଶଶ୍ୱର ତୁମୁସିଙ୍ଗା ଥାନାରେ ଖବର ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ଢେଙ୍କାନାଳ ଜିଲ୍ଲା ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଯାଞ୍ଚ ପରେ ମୃତ ଶିକ୍ଷୟତ୍ରୀଙ୍କ ଦୁଇଟି ମୋବାଇଲ ଓ ତାଙ୍କ ଝିଅର ମୋବାଇଲ ଗାଏବ ଥିବା ସୂଚନା ପାଇଛି । ଏବଂ ଶିକ୍ଷୟତ୍ରୀ ଙ୍କ ସୁନାହାର ମଧ୍ୟ ଲୁଟ ହୋଇଥିବା ନେଇ ଜଣାପଡିଛି । ଯାହାକୁ ନେଇ ଘଟଣାରେ ନୂଆ ମୋଡ଼ ସୃଷ୍ଟି ହେଉଥିବା ବେଳେ ପ୍ରଧାନଶିକ୍ଷୟତ୍ରୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ସୃଷ୍ଟି କରୁଛି । ତେବେ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଦୁଇବର୍ଷ ତଳେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଗୋଟିଏ ପୁଅ ଓ ଝିଅ ଥିବା ଜଣାପଡିଛି । ତେବେ ଶିକ୍ଷୟତ୍ରୀ ଜଣକ କାମାକ୍ଷାନଗର ବ୍ଲକ ଓଷ୍ଟା ସଙ୍ଘ ର ସଭାପତି ଥିବା ଜଣାପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର