ଏକ ଘରୋଇ ସ୍କୁଲ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

The Sakala Picture
Published On

ଖୋର୍ଦ୍ଧା: ଏକ ଘରୋଇ ସ୍କୁଲ ପରିସରରେ ଥିବା ହଷ୍ଟେଲ ନିକଟସ୍ଥ ଆମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ରର ମୃତଦେହ ଉଦ୍ଧାର କରାଯଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ନୟାଗଡ଼ ରାସ୍ତାରେ ଥିବା ଏକ ଘରୋଇ ପବ୍ଲିକ ସ୍କୁଲ ପରିସରରେ। ସେଇ ସ୍କୁଲରେ ପଢୁଥିବା ଦଶମ ଶ୍ରେଣୀର ଛାତ୍ରର ମୃତଦେହ ଗତ ରାତିରେ ଏକ ଆମ୍ମ୍ୱ ଗଛରେ ଝୁଲୁଥିବା ଦେଖି ସ୍କୁଲ ଅଧକ୍ଷ ପୁଲିସକୁ ଖବର ଦେଇଥିଲେ। ମୃତ ଛାତ୍ରର ନାମ ପାବିଲ୍ୟାସ […]

ଖୋର୍ଦ୍ଧା: ଏକ ଘରୋଇ ସ୍କୁଲ ପରିସରରେ ଥିବା ହଷ୍ଟେଲ ନିକଟସ୍ଥ ଆମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ରର ମୃତଦେହ ଉଦ୍ଧାର କରାଯଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ନୟାଗଡ଼ ରାସ୍ତାରେ ଥିବା ଏକ ଘରୋଇ ପବ୍ଲିକ ସ୍କୁଲ ପରିସରରେ। ସେଇ ସ୍କୁଲରେ ପଢୁଥିବା ଦଶମ ଶ୍ରେଣୀର ଛାତ୍ରର ମୃତଦେହ ଗତ ରାତିରେ ଏକ ଆମ୍ମ୍ୱ ଗଛରେ ଝୁଲୁଥିବା ଦେଖି ସ୍କୁଲ ଅଧକ୍ଷ ପୁଲିସକୁ ଖବର ଦେଇଥିଲେ। ମୃତ ଛାତ୍ରର ନାମ ପାବିଲ୍ୟାସ କର୍ଜି। ସେ ଦଶମ ଶ୍ରେଣୀରେ ପଢ଼ୁଥିଲା। ତାର ଘର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ମୃତଦେହ ପୁଲିସ ଜବତ କରିଛି। ଖୋର୍ଦ୍ଧା ତହସିଲଦାର ବିଭାସ ପାଣିଗ୍ରାହୀ, ଏସଡିପିଓ ଦିଲ୍ଲୀପ ଦାସ, ଆଦର୍ଶ ଥାନା ଅଧିକାରୀ ତାରିଖ ଆହମ୍ମଦ ପ୍ରମୁଖ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର