+୨ ସ୍ପଟ ନାମଲେଖା ପାଇଁ ଆଜି ଆବେଦନର ଶେଷ ଦିନ, ୭ରୁ ନାମଲେଖା

The Sakala Picture
Published On

ଭୁବନେଶ୍ବର : ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ସୋମବାର ସ୍ପଟ ନାମଲେଖା ଲାଗି ମେଧା ତାଲିକା ପ୍ରକାଶ ପାଇଛି। ଛାତ୍ରଛାତ୍ରୀ ସ୍ପଟ ନାମଲେଖା ଲାଗି ୪ ତାରିଖ ଦିନ ୩ଟାରୁ ୫ ତାରିଖ ୨ଟା ପର୍ଯ୍ୟନ୍ତ ନାମ ପଞ୍ଜିକରଣ କରିବେ। ୫ ତାରିଖ ଦିନ ୫ଟା ସମୟରେ ସ୍ପଟ ନାମଲେଖା ଲାଗି ଚୁଡାନ୍ତ ମେରିଟ ଲିଷ୍ଟ ପ୍ରକାଶ ପାଇବ ଓ ୭ ତାରିଖରେ ନାମଲେଖା ହେବ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା […]

ଭୁବନେଶ୍ବର : ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ସୋମବାର ସ୍ପଟ ନାମଲେଖା ଲାଗି ମେଧା ତାଲିକା ପ୍ରକାଶ ପାଇଛି। ଛାତ୍ରଛାତ୍ରୀ ସ୍ପଟ ନାମଲେଖା ଲାଗି ୪ ତାରିଖ ଦିନ ୩ଟାରୁ ୫ ତାରିଖ ୨ଟା ପର୍ଯ୍ୟନ୍ତ ନାମ ପଞ୍ଜିକରଣ କରିବେ। ୫ ତାରିଖ ଦିନ
୫ଟା ସମୟରେ ସ୍ପଟ ନାମଲେଖା ଲାଗି ଚୁଡାନ୍ତ ମେରିଟ ଲିଷ୍ଟ ପ୍ରକାଶ ପାଇବ ଓ ୭ ତାରିଖରେ ନାମଲେଖା ହେବ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସ୍ପଟ ନାମଲେଖା ନେଇ ଗାଇଡଲାଇନ ଜାରି ହୋଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, +୨ରେ ଯେତିକି ସିଟ ବଳକା ରହିଛି ତାଠାରୁ ୫ଗୁଣ ଅଧିକ ପିଲା ସ୍ପଟ ନାମଲେଖା ଲାଗି ଆବେଦନ କରିଛନ୍ତି। ସେହିପରି କଲେଜ ଇ ସ୍ପେଶରେ ସ୍ପଟ ନାମଲେଖା ଲାଗି ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମତାଲିକା ପ୍ରକାଶ ପାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ଛାତ୍ରଛାତ୍ରୀ www.samsodisha.gov.in ରୁ ସେମାନଙ୍କର ନାମତାଲିକା ଦେଖିପାରିବା ସହିତ କଳେଜ ଗୁଡିକର  ନୋଟିସ ବୋର୍ଡରେ ମଧ୍ୟ ନାମ ତାଲିକା ପ୍ରକାଶ ପାଇବ। ସେହିପରି ବିଭାଗ ପକ୍ଷରୁ ସ୍ପଟ ନାମଲେଖା ପାଇଁ ଗାଇଡଲାଇନ ଅନୁଯାୟୀ, ଯେଉଁ ଛାତ୍ରଛାତ୍ରୀ ପୂର୍ବରୁ ସାମ ଆବେଦନ କରି ନ ଥିଲେ ଓ ସ୍ପଟ ନାମଲେଖା ଲାଗି ସଦ୍ୟ ଆବେଦନ କରିଛନ୍ତି, ସେମାନଙ୍କୁ ନାମଲେଖାରୁ ବାଦ ଦିଆଯିବ। ସେହିପରି ଯେଉଁମାନେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଚୟନ ହୋଇଥିଲେ କିନ୍ତୁ କୌଣସି କାରଣ ଯୋଗୁ ନାମଲେଖାଇ ପାରି ନ ଥିବେ ସେମାନେ ନିଜର ଇଣ୍ଟିମେସନ ଲେଟର ଚୟହୋଇଥିବା କଲେଜରେ ଦାଖଲ କରିବେ ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଯେଉଁ ପିଲାମାନଙ୍କର ନାମ ସ୍ପଟ ନାମଲେଖା ତାଲିକାରେ ରହିଛି ସେମାନେ କଲେଜର ଅଧକ୍ଷକଙ୍କ ନିକଟରେ ନାମଲେଖାଇବା ଲାଗି ଆଗ୍ରହୀ ବୋଲି ଏକ ହାତଲେଖା ଦରଖାସ୍ତ ପ୍ରଦାନ କରିବେ । ସେହିଭଳି ଯେଉଁ ପିଲାମାନେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ଚୟନ ହୋଇଥିବେ କିନ୍ତୁ ସ୍ଲାଇଡ-ଅଫ କରିନଥିବେ ସେମାନେ ମଧ୍ୟ ସ୍ପଟ ନାମଲେଖା ଲାଗି ଯୋଗ୍ୟ ବିବେଚିତ ହେବେନି। ଏହା ସହ ସ୍ପଟ ନାମଲେଖା ସମ୍ପୁର୍ଣ୍ଣଭାବେ ମେରିଟଲିଷ୍ଟ ଅନୁଯାୟୀ କରାଯିବ। ସ୍ଵଟ ନାମଲେଖା ସମୟରେ କୈାଣସି ସାର୍ଟିଫିକେଟ ଯଥା ଟିସି, ସିଏଲସି, ଏସ ଏଲସି ଯେଉଁମାନେ ଦାଖଲ କରିପାରିବେନି ସେମାନେ ଅଣ୍ଡରଟେକିଂ ଲେଖି ୩୦ ଦିନ ମଧ୍ୟରେ ସମସ୍ତ ପ୍ରମାଣପତ୍ର ପ୍ରଦାନ କରିବେ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର