ମହନୀୟତାର ପରିଚୟ ଦେଲେ ରାଜ୍ୟପାଳ : ସେଲୁନ ସେବା ଯୋଗାଉଥିବା କର୍ମଚାରୀଙ୍କ କଥା ରଖି ତାଙ୍କ ଘରେ ପହଞ୍ଚିଲେ

The Sakala Picture
Published On

ବାଲିପାଟଣା : ପୁଣିଥରେ ନିଜ ମହନୀୟତାର ପରିଚୟ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ନିଜ କର୍ମଚାରୀଙ୍କ କଥା ରକ୍ଷାକରି ମଙ୍ଗଳବାର ବାଲିପାଟଣା ସ୍ଥିତ କୁରୁଞ୍ଜିପୁର ପଞ୍ଚାୟତର ନିଶ୍ଚିନ୍ତପୁର ଗ୍ରାମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ଭେଟିଛନ୍ତି। ଏହି ଗ୍ରାମର ସ୍ମୃତିରଞ୍ଜନ ବାରିକ ରାଜଭବନରେ ସେଲୁନ କାର୍ଯ୍ୟ କରନ୍ତି। ତାଙ୍କ ଝିଅ ଏସ୍‍. ଆରାଧ୍ୟାଙ୍କ ଗତ ଏପ୍ରିଲ୍‍ ମାସରେ ଜନ୍ମଦିନ ଉପଲକ୍ଷେ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ସେତେବେଳେ ରାଜ୍ୟପାଳଙ୍କ ଦିଲ୍ଲୀ […]

ବାଲିପାଟଣା : ପୁଣିଥରେ ନିଜ ମହନୀୟତାର ପରିଚୟ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ନିଜ କର୍ମଚାରୀଙ୍କ କଥା ରକ୍ଷାକରି ମଙ୍ଗଳବାର ବାଲିପାଟଣା ସ୍ଥିତ କୁରୁଞ୍ଜିପୁର ପଞ୍ଚାୟତର ନିଶ୍ଚିନ୍ତପୁର ଗ୍ରାମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ଭେଟିଛନ୍ତି। ଏହି ଗ୍ରାମର ସ୍ମୃତିରଞ୍ଜନ ବାରିକ ରାଜଭବନରେ ସେଲୁନ କାର୍ଯ୍ୟ କରନ୍ତି। ତାଙ୍କ ଝିଅ ଏସ୍‍. ଆରାଧ୍ୟାଙ୍କ ଗତ ଏପ୍ରିଲ୍‍ ମାସରେ ଜନ୍ମଦିନ ଉପଲକ୍ଷେ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

କିନ୍ତୁ ସେତେବେଳେ ରାଜ୍ୟପାଳଙ୍କ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସେ ଆସିପାରିନଥିଲେ। ସେତେବେଳେ ସେ କଥା ଦେଇଥିଲେ ଆଉ ଦିନେ ଘରକୁ ଯିବେ। ପ୍ରତି ଦଶ ଦିନରେ ଥରେ ଯାଇ ଖିଅର କରୁଥିବା ବାରିକ ସ୍ମୃତି ରଞ୍ଜନକୁ ଦେଇଥିବା କଥା ରକ୍ଷାକରି ଗତକାଲି ତାଙ୍କ ଘରକୁ ଅତିଥି ହୋଇ ଆସିଥିଲେ ରାଜ୍ୟପାଳ।ତାଙ୍କ ଘରେ ପହଞ୍ଚିବା ପରେ ରାଜ୍ୟପାଳଙ୍କୁ ଗ୍ରାମବାସୀମାନେ ନାମ ସଂକୀର୍ତ୍ତନ ଓ ମହିଳାମାନେ ହୁଳହୁଳି ଦେଇ ସ୍ୱାଗତ କରିଥିଲେ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ମହାମହିମ ରାଜ୍ୟପାଳ ନିମନ୍ତ୍ରଣ ରକ୍ଷା କରି ଆସିଥିବାରୁ ସ୍ମୃତିରଞ୍ଜନଙ୍କ ପରିବାର ଲୋକଙ୍କ ପାଦ ତଳେ ଲାଗୁ ନଥିଲା ଆଜି।ପୋଡପିଠା ଠାରୁ ଆରମ୍ଭ କରି ବିଭିନ୍ନ ପିଠା ଆଉ ଶୁଖିଲା ଖାଦ୍ୟ ଯତ୍ନରେ ବନାଇଥିଲେ ସାରା ପରିବାର ଲୋକ। ବିଭିନ୍ନ ଫଳ ମଧ୍ୟ ସଜାଇ ପ୍ଲେଟ ରେ ରଖିଥଲେ। ଦୁଆର ମୁହଁରେ ପିଢ଼ା ପାଣି ରଖି ଫୁଲ ଦିପଦାନି ଧରି ଅପେକ୍ଷା କରିବା ପରେ ଅତିଥି ପହଞ୍ଚି ଥିଲେ।ହୁଳହୁଳି ଶଙ୍ଖ ଧ୍ଵନି ପ୍ରକମ୍ପିତ ହୋଇଥିଲା ଗ୍ରାମ ଦାଣ୍ଡ।ଗ୍ରାମବାସୀ ଖୋଳ କରତାଳ ବଜାଇ ପାଛୋଟି ଆଣିଥଲେ ଗ୍ରାମର ମହାନ୍ ଅତିଥିଙ୍କୁ। ଘରେ ପ୍ରାୟ ଅଧଘଣ୍ଟା ରହିବା ମଧ୍ୟରେ କୁନି ଝିଅଟିକୁ କୋଳରେ ବସାଇ ରାଜ୍ୟପାଳ ଆଶୀର୍ବାଦ କରିଥିଲେ। ସମସ୍ତଙ୍କ ସହିତ ଫୋଟୋ ଉଠାଇବା ପରେ ସମସ୍ତଙ୍କୁ ଆଶୀର୍ବାଦ କରି ସେ ବିଦାୟ ନେଇଥିଲେ। ପରିବାର ପକ୍ଷରୁ ରାଜ୍ୟପାଳଙ୍କୁ ଜଗନ୍ନାଥଙ୍କ ଫଟୋଚିତ୍ର ଥିବା ଏକ ଚାନ୍ଦୁଆ ପ୍ରଦାନ କରିଥିଲେ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର