ସମୃଦ୍ଧ ଓ ସୁସ୍ଥ ଓଡ଼ିଶା ମୋ ସରକାରର ଲକ୍ଷ୍ଯ- ରାଜ୍ୟପାଳ

The Sakala Picture
Published On

ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ଶୁକ୍ରବାର ଷୋଡ଼ଶ ବିଧାନସଭାର ନବମ ଅଧିବେଶନ ଅର୍ଥାତ ବଜେଟ ଅଧିବେଶନ ଆରମ୍ଭ ହୋଇଯାଇଛି। ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ  ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା । ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ମନ୍ତ୍ରୀମଣ୍ଡର ସଦସ୍ଯ ଉପସ୍ଥିତଥିଲେ। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌ ଅଭିଭାଷଣ ରଖିଛନ୍ତି।  ସିଡିଏସ୍ ବିପିନ ରାୱତଙ୍କ ସମେତ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ କରୋନା […]

ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ଶୁକ୍ରବାର ଷୋଡ଼ଶ ବିଧାନସଭାର ନବମ ଅଧିବେଶନ ଅର୍ଥାତ ବଜେଟ ଅଧିବେଶନ ଆରମ୍ଭ ହୋଇଯାଇଛି। ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ  ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା । ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ମନ୍ତ୍ରୀମଣ୍ଡର ସଦସ୍ଯ ଉପସ୍ଥିତଥିଲେ। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌ ଅଭିଭାଷଣ ରଖିଛନ୍ତି।  ସିଡିଏସ୍ ବିପିନ ରାୱତଙ୍କ ସମେତ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ କରୋନା କାଳରେ ଲଢ଼ିଥିବା ଯୋଦ୍ଧାଙ୍କୁ ରାଜ୍ୟପାଳ ଧନ୍ୟବାଦ ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ରାଜ୍ୟର ପ୍ରତି ଲୋକକୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଦିଆଯାଉଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ମାଗଣାରେ ସେବା ଦିଆଯାଉଛି। କ୍ୟାପିଟାଲ ହସ୍ପିଟାଲରେ ପିଜିଆଇ ପାଇଁ ସରକାର ମଞ୍ଜୁର କରିଛନ୍ତି। କରୋନା ମୁକାବିଲା ପାଇଁ ୫ କୋଟିରୁ ଅଧିକ ଟିକା ଦିଆଗଲାଣି। କରୋନା ଟେଷ୍ଟିଂ ପାଇଁ ବ୍ଲକ ସ୍ତରରେ ବି ବ୍ୟବସ୍ଥା କରାଯାଇଛି॥ ସମସ୍ତଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗଣ କାର୍ଯ୍ଯ ଜାରି ରହିଛି। ରାସ୍ତା ନିର୍ମାଣ ଓ ପରିବହନ କ୍ଷେତ୍ରରେ ବ୍ୟାପକ କାର୍ଯ୍ଯକ୍ରମ ହୋଇଥିହବା ରାଜ୍ୟପାଳ କହିଛନ୍ତି। ସମୃଦ୍ଧ ଓ ସୁସ୍ଥ ଓଡ଼ିଶା ମୋ ସରକାର ଲକ୍ଷ୍ଯ ବୋଲି ରାଜ୍ୟପାଳ ଆଜିର ଅଭିଭାଷଣରେ କହିଛନ୍ତି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ସେ ଆହୁରି ମଧ୍ଯ କହିଛନ୍ତି ଯେ, ମୁକ୍ତା ଯୋଜନାରେ ୭୦୦ କୋଟି ବ୍ୟୟରେ ୬୩୨୦ ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ଯୋଜନା ପାଇଁ ଆମକୁ ୭ମ ଗୁଆଙ୍ଗଝୋ ପୁରସ୍କାର ମିଳିଛି। ହସ୍ତତନ୍ତ ହସ୍ତଶିଳ୍ପ ବିକାଶ ପାଇଁ ୧୬୯ କୋଟି ବ୍ୟୟ ବରାଦ କରାଯାଇଛି। ବରିଷ୍ଠ ବୁଣାକାର ସହାୟତା ଯୋଜନାରେ ୧୩୪୧ ବୁଣାକରଙଙ୍କୁ ସହାୟତା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

୨୦୨୦-୨୧ ବର୍ଷରେ ପ୍ରାୟ ୫୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀ ପରିବାରକୁ କାଳିଆ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଇଛି । ୨୦୨୧-୨୨ ବର୍ଷରେ ଡ଼ିସେମ୍ବର ୨୦୨୧ ସୁଦ୍ଧା ୫୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀ ପରିବାରକୁ ଏହି ସହାୟତା ଯୋଗାଇ ଦିଆଯାଇଛି ।

ଏହି ସାମଗ୍ରିକ ଉପକ୍ରମ ‘ଏସିଆ ପାସିଫିକ୍ ହାଉସିଂ ଫୋରମ୍ ଇନୋଭେସନ ପୁରସ୍କାର-୨୦୨୧’ର ବିଜେତା ହୋଇଛି । ବସ୍ତି ବାସିନ୍ଦାଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ରାଜ୍ୟର ୧୧୪ଟି ସହରାଞ୍ଚଳ ସ୍ୱାୟତ୍ତ ଶାସନ ପରିଷଦର ୨୯୭୪ଟି ବସ୍ତିକୁ ‘ବିଜୁ ଆଦର୍ଶ କଲୋନୀ’ରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ବସ୍ତି ଉନ୍ନତିକରଣ ଏବଂ ଅଣ ତାଲିକାକରଣ ଉପକ୍ରମ ମାଧ୍ୟମରେ ୧ ଲକ୍ଷ ୭୦ ହଜାର ପରିବାରଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି ଏବଂ ରାଜ୍ୟର ୮ଟି ସହର ବସ୍ତିଶୂନ୍ୟ ସହରର ମାନ୍ୟତା ପାଇପାରିଛି ।

ସୂଚନା ଅନୁଯାୟୀ, ଆଜିଠୁ ଆରମ୍ଭ ହେଇ ବଜେଟ ଅଧିବେଶନ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୭ ଦିନ ମଧ୍ୟରେ ୨୭ ତାରିଖ ରବିବାର ପଡ଼ୁଥିବାର ସେହିଦିନ ଛୁଟି ରହିବ। ଅନ୍ୟ ୬ ଦିନ ଗୃହକାର୍ଯ୍ୟ ଚାଲିବ। ଏହି ଅଧିବେଶନରେ ୪ଟି ଅଧ୍ୟାଦେଶକୁ ବିଲ୍‌ ଆକାରରେ ଉପସ୍ଥାପନ କରାଯିବା ନେଇ ସୂଚନା ମିଳିଛି। ୨୬ ଓ ୨୮ ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ୨୯କୁ ସରକାରୀ କାର୍ଯ୍ୟ ଦିବସ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ୩୦ରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କାମଚଳା ବଜେଟ ଆଗତ କରିବେ। ସେହିଦିନ ମୋସନ ଅନ୍‍ ଭୋଟ ଅନ୍‍ ଆକାଉଣ୍ଟ ବା ଲେଖାନୁଦାନ ପ୍ରସ୍ତାବ ଆଗତ ହେବ ଓ ତା’ ଉପରେ ଆଲୋଚନା ଆରମ୍ଭ ହେବ। ୩୧ରେ ଲେଖାନୁଦାନ ଉପରେ ବ୍ୟୟମଞ୍ଜୁରୀ ବିଧେୟକ ଓ ବଜେଟ ଅଧିବେଶନ ଶେଷ ହେବ।

25 Mar 2022 By The Sakala

ସମୃଦ୍ଧ ଓ ସୁସ୍ଥ ଓଡ଼ିଶା ମୋ ସରକାରର ଲକ୍ଷ୍ଯ- ରାଜ୍ୟପାଳ

ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ଶୁକ୍ରବାର ଷୋଡ଼ଶ ବିଧାନସଭାର ନବମ ଅଧିବେଶନ ଅର୍ଥାତ ବଜେଟ ଅଧିବେଶନ ଆରମ୍ଭ ହୋଇଯାଇଛି। ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ  ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା । ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ମନ୍ତ୍ରୀମଣ୍ଡର ସଦସ୍ଯ ଉପସ୍ଥିତଥିଲେ। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌ ଅଭିଭାଷଣ ରଖିଛନ୍ତି।  ସିଡିଏସ୍ ବିପିନ ରାୱତଙ୍କ ସମେତ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ କରୋନା କାଳରେ ଲଢ଼ିଥିବା ଯୋଦ୍ଧାଙ୍କୁ ରାଜ୍ୟପାଳ ଧନ୍ୟବାଦ ଜଣାଇଥିଲେ।

ରାଜ୍ୟର ପ୍ରତି ଲୋକକୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଦିଆଯାଉଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ମାଗଣାରେ ସେବା ଦିଆଯାଉଛି। କ୍ୟାପିଟାଲ ହସ୍ପିଟାଲରେ ପିଜିଆଇ ପାଇଁ ସରକାର ମଞ୍ଜୁର କରିଛନ୍ତି। କରୋନା ମୁକାବିଲା ପାଇଁ ୫ କୋଟିରୁ ଅଧିକ ଟିକା ଦିଆଗଲାଣି। କରୋନା ଟେଷ୍ଟିଂ ପାଇଁ ବ୍ଲକ ସ୍ତରରେ ବି ବ୍ୟବସ୍ଥା କରାଯାଇଛି॥ ସମସ୍ତଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗଣ କାର୍ଯ୍ଯ ଜାରି ରହିଛି। ରାସ୍ତା ନିର୍ମାଣ ଓ ପରିବହନ କ୍ଷେତ୍ରରେ ବ୍ୟାପକ କାର୍ଯ୍ଯକ୍ରମ ହୋଇଥିହବା ରାଜ୍ୟପାଳ କହିଛନ୍ତି। ସମୃଦ୍ଧ ଓ ସୁସ୍ଥ ଓଡ଼ିଶା ମୋ ସରକାର ଲକ୍ଷ୍ଯ ବୋଲି ରାଜ୍ୟପାଳ ଆଜିର ଅଭିଭାଷଣରେ କହିଛନ୍ତି।

ସେ ଆହୁରି ମଧ୍ଯ କହିଛନ୍ତି ଯେ, ମୁକ୍ତା ଯୋଜନାରେ ୭୦୦ କୋଟି ବ୍ୟୟରେ ୬୩୨୦ ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ଯୋଜନା ପାଇଁ ଆମକୁ ୭ମ ଗୁଆଙ୍ଗଝୋ ପୁରସ୍କାର ମିଳିଛି। ହସ୍ତତନ୍ତ ହସ୍ତଶିଳ୍ପ ବିକାଶ ପାଇଁ ୧୬୯ କୋଟି ବ୍ୟୟ ବରାଦ କରାଯାଇଛି। ବରିଷ୍ଠ ବୁଣାକାର ସହାୟତା ଯୋଜନାରେ ୧୩୪୧ ବୁଣାକରଙଙ୍କୁ ସହାୟତା ପ୍ରଦାନ କରାଯାଇଛି।

୨୦୨୦-୨୧ ବର୍ଷରେ ପ୍ରାୟ ୫୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀ ପରିବାରକୁ କାଳିଆ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଇଛି । ୨୦୨୧-୨୨ ବର୍ଷରେ ଡ଼ିସେମ୍ବର ୨୦୨୧ ସୁଦ୍ଧା ୫୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀ ପରିବାରକୁ ଏହି ସହାୟତା ଯୋଗାଇ ଦିଆଯାଇଛି ।

ଏହି ସାମଗ୍ରିକ ଉପକ୍ରମ ‘ଏସିଆ ପାସିଫିକ୍ ହାଉସିଂ ଫୋରମ୍ ଇନୋଭେସନ ପୁରସ୍କାର-୨୦୨୧’ର ବିଜେତା ହୋଇଛି । ବସ୍ତି ବାସିନ୍ଦାଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ରାଜ୍ୟର ୧୧୪ଟି ସହରାଞ୍ଚଳ ସ୍ୱାୟତ୍ତ ଶାସନ ପରିଷଦର ୨୯୭୪ଟି ବସ୍ତିକୁ ‘ବିଜୁ ଆଦର୍ଶ କଲୋନୀ’ରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ବସ୍ତି ଉନ୍ନତିକରଣ ଏବଂ ଅଣ ତାଲିକାକରଣ ଉପକ୍ରମ ମାଧ୍ୟମରେ ୧ ଲକ୍ଷ ୭୦ ହଜାର ପରିବାରଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି ଏବଂ ରାଜ୍ୟର ୮ଟି ସହର ବସ୍ତିଶୂନ୍ୟ ସହରର ମାନ୍ୟତା ପାଇପାରିଛି ।

ସୂଚନା ଅନୁଯାୟୀ, ଆଜିଠୁ ଆରମ୍ଭ ହେଇ ବଜେଟ ଅଧିବେଶନ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୭ ଦିନ ମଧ୍ୟରେ ୨୭ ତାରିଖ ରବିବାର ପଡ଼ୁଥିବାର ସେହିଦିନ ଛୁଟି ରହିବ। ଅନ୍ୟ ୬ ଦିନ ଗୃହକାର୍ଯ୍ୟ ଚାଲିବ। ଏହି ଅଧିବେଶନରେ ୪ଟି ଅଧ୍ୟାଦେଶକୁ ବିଲ୍‌ ଆକାରରେ ଉପସ୍ଥାପନ କରାଯିବା ନେଇ ସୂଚନା ମିଳିଛି। ୨୬ ଓ ୨୮ ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ୨୯କୁ ସରକାରୀ କାର୍ଯ୍ୟ ଦିବସ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ୩୦ରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କାମଚଳା ବଜେଟ ଆଗତ କରିବେ। ସେହିଦିନ ମୋସନ ଅନ୍‍ ଭୋଟ ଅନ୍‍ ଆକାଉଣ୍ଟ ବା ଲେଖାନୁଦାନ ପ୍ରସ୍ତାବ ଆଗତ ହେବ ଓ ତା’ ଉପରେ ଆଲୋଚନା ଆରମ୍ଭ ହେବ। ୩୧ରେ ଲେଖାନୁଦାନ ଉପରେ ବ୍ୟୟମଞ୍ଜୁରୀ ବିଧେୟକ ଓ ବଜେଟ ଅଧିବେଶନ ଶେଷ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର