ସରକାର ଡବଲ ଇଞ୍ଜିନ; ରାଜ୍ୟ ବିକାଶରେ ଡବଲ ବ୍ରେକ୍‌: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶଠାରେ ଗତକାଲି ଦେଶର ସର୍ବବୃହତ ଇସ୍ପାତ ପ୍ରକଳ୍ପ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହା ସହିତ ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ମେଗା ଇସ୍ପାତ ପ୍ରକଳ୍ପ ସ୍ଥାପନ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇ ଯାଇଛି। କେବଳ ଏହି ପ୍ରକଳ୍ପ ନୁହେଁ; ପୂର୍ବ ସରକାରଙ୍କ ସମୟରେ ରାଜ୍ୟରେ ପ୍ରତିଷ୍ଠା ହେବା ପାଇଁ ଚୁକ୍ତିବଦ୍ଧ ହୋଇଥିବା ଅନେକ କମ୍ପାନୀ ଓଡ଼ିଶା ଛାଡିଲେଣି। ମାତ୍ର ରାଜ୍ୟ ସରକାର ଉତ୍ସବରେ ମାତିଛନ୍ତି । ଡ଼ବଲ ଇଞ୍ଜିନ୍‌ ସରକାରରେ ରାଜ୍ୟର ବିକାଶରେ ଡ଼ବଲ ବ୍ରେକ୍‌ ଲାଗିଛି ବୋଲି ଅଭିଯୋଗ କରିଛି ବିଜେଡି । 

ଆହୁରି ପଢ଼ନ୍ତୁ: ଏକଲବ୍ୟ ବିଦ୍ୟାଳୟରେ ଅବ୍ୟବସ୍ଥା: ରାଜରାସ୍ତାରେ ୫୦୦ ଛାତ୍ରଛାତ୍ରୀ, ୪୯ ନଂ ଜାତୀୟ ରାଜପଥ ଅବରୋଧ

  ମଙ୍ଗଳବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ପୂର୍ବ ସରକାରଙ୍କ ସମୟରେ କେନ୍ଦ୍ରାପଡା ଜିଲ୍ଲାରେ ୨୪ ମିଲିଅନ ଟନ କ୍ଷମତା ବିଶିଷ୍ଟ ଏକ ମେଗା ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ସହିତ ରାଜ୍ୟ ସରକାରଙ୍କ ଚୁକ୍ତି ହୋଇଥିଲା। ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନରେ ଥିବା ନିପନ ଷ୍ଟିଲ କାରଖାନାକୁ ପରିଭ୍ରମଣ କରିଥିଲେ। ଏହାପରେ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ, ରେଲୱେ ଲାଇନ, ରାସ୍ତା ନିର୍ମାଣ ଓ ନିକଟରେ ଏକ ବନ୍ଦର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା; କିନ୍ତୁ ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ ସମସ୍ତ କାମ ଧିମେଇ ଯାଇଛି । ଗତକାଲି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ସେଠାରେ ଅନୁରୂପ ଏକ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ଓଡ଼ିଶାରେ ପ୍ରସ୍ତାବିତ ପ୍ରକଳ୍ପ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ଓଡ଼ିଶାରେ ପ୍ରତିଷ୍ଠା ହେବା ପ୍ରକଳ୍ପକୁ ବିଶ୍ୱର ସର୍ବବୃହତ ଗ୍ରୀନଫିଲ୍ଡ ପ୍ରକଳ୍ପ କୁହାଯାଉଥିବା ବେଳେ ଆନ୍ଧ୍ରରେ ଆରମ୍ଭ ହେବାକୁ ଯାଉଥିବା ପ୍ରକଳ୍ପକୁ ମଧ୍ୟ ବିଶ୍ୱର ସର୍ବବୃହତ ଗ୍ରୀନଫିଲ୍ଡ ଇସ୍ପାତ ପ୍ରକଳ୍ପ କୁହାଯାଉଛି । ପୂର୍ବରୁ ଏନେଇ ପ୍ରଶ୍ନ ଉଠିଥିଲା ବେଳେ ରାଜ୍ୟ ବିଜେପି ସରକାର ଏହାକୁ ଅସ୍ୱୀକାର କରିଆସୁଛନ୍ତି । କିନ୍ତୁ ଓଡ଼ିଶାରେ ଏହି ପ୍ରକଳ୍ପ କାର୍ଯ୍ୟ ଠପ୍‌ ହୋଇଯାଇଥିବା ବେଳେ ଆନ୍ଧ୍ରରେ ଆରମ୍ଭ ହୋଇଯାଇଛି। ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ ବିଜେପି ସରକାରକୁ ଆସିଥିବା ବେଳେ ରାଜ୍ୟର ବିକାଶରେ ଡବଲ ବ୍ରେକ ଲାଗିଛି । ପୂର୍ବ ସରକାରଙ୍କ ସମୟରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଚୁକ୍ତିବଦ୍ଧ ହୋଇଥିବା କମ୍ପାନୀ ମାନଙ୍କ ଭିତରୁ କେବଳ ଏଏମଏନଏସ ନୁହେଁ, ଏମିତି ଅନେକ କମ୍ପାନୀ ଓଡ଼ିଶାରୁ ବିଦାୟ ନେଲେଣି।ରାଜ୍ୟ ଓ ରାଜ୍ୟ ବାହାରେ ଉକ୍ରର୍ଷ ଓଡ଼ିଶା କାର୍ଯ୍ୟକ୍ରମ ହେଉଛି ଓ ଅନେକ ଶିଳ୍ପ ଅନୁଷ୍ଠାନ ଓଡ଼ିଶା ଆସିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ବୋଲି ସରକାର କହୁଛନ୍ତି; କିନ୍ତୁ ଶିଳ୍ପ ଅନୁଷ୍ଠାନ ଆସିବା ପରିବର୍ତ୍ତେ ବିଦାୟ ନେଉଛନ୍ତି।  ୨୦ ମାସର ବିଜେପି ଶାସନରେ କଟକ ଠାରେ ପ୍ରତିଷ୍ଠା ହେବାକୁ ଥିବା ଜିନ୍ଦଲ ଇଭି ପ୍ରକଳ୍ପ, ଚୌଦ୍ୱାର ଠାରେ ପ୍ରତିଷ୍ଠା ହେବାକୁ ଥିବା ୱେଲସ୍ପନ କମ୍ପାନୀ, ଢେଙ୍କାନାଳ ଓ ଅନୁଗୁଳ ଠାରେ ପ୍ରତିଷ୍ଠା ହେବାକୁ ଥିବା ୱାରୀ ସୋଲାର ପ୍ରକଳ୍ପ ଓ ସେମି କଣ୍ଡକ୍ଟର ତିଆରି କରୁଥିବା ଏସ ରାମ, ଏନ ରାମ କମ୍ପାନୀ ଅନ୍ୟ ରାଜ୍ୟକୁ ଚାଲିଗଲେଣି ବୋଲି ସେ ଅଭିଯୋଗ କରିଛନ୍ତି । 

ଆହୁରି ପଢ଼ନ୍ତୁ: ନନ୍ଦନକାନନକୁ ଆସିଲା ନୂଆ ଅତିଥି; ପ୍ରଥମ ଥର ପାଇଁ ମା' ହେଲା ସିଂହୀ 'ଶ୍ରେୟା', ଗୋଟିଏ ଶାବକ ଜନ୍ମ

ସାରଦା ପ୍ରସନ୍ନ ଜେନା କହିଥିଲେ ଯେ ପାରାଦ୍ୱୀପ ବାଲିଯାତ୍ରା ସମୟରେ ପାରାଦ୍ୱୀପ ବିଧାୟକ ତଥା ରାଜ୍ୟର ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସେ ସଭା ମଣ୍ଡପରୁ ଏଏମଏନଏସ ରାଜ୍ୟରେ ପ୍ରତିଷ୍ଠା ହେବା ନେଇ ସ୍ପଷ୍ଟ କରନ୍ତୁ ବୋଲି କହିଥିଲେ। ତାଙ୍କ ପ୍ରଶ୍ନର ଉତ୍ତରରେ ଉଭୟ ଶିଳ୍ପ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ସମ୍ମୁଖରେ ଏହା ଓଡ଼ିଶାରୁ ଯାଇନାହିଁ ବୋଲି କହିଥିଲେ । ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଶିଳ୍ପ ମନ୍ତ୍ରୀ ମଧ୍ୟ ଏଏମଏନଏସ ରାଜ୍ୟରୁ ଯାଇନାହିଁ ବୋଲି କହିଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଆନ୍ଧ୍ରରେ ଗତକାଲି ଏହି ପ୍ରକଳ୍ପର ଶୁଭ ଦିଆଯାଇଛି। ତେଣୁ ଗତକାଲି ଆମ ରାଜ୍ୟ ପାଇଁ ଏକ କଳା ଦିବସ ଥିଲା । ରାଜ୍ୟ ସରକାର ପ୍ରକୃତ ତଥ୍ୟ ଉପରୁ ପରଦା ଉଠାନ୍ତୁ। ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଡବଲ୍ ଇଞ୍ଜିନ ସରକାରକୁ ନବୀନଙ୍କ ଟାର୍ଗେଟ୍; 'ଚାଷୀ, ମହିଳା, ମଧ୍ୟବିତ୍ତ, ଗରିବ, ସମସ୍ତେ ହଇରାଣ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର