ଅଫିସ୍ରେ ମଦ ପିଉଛନ୍ତି ସରକାରୀ କର୍ମଚାରୀ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଓଡ଼ିଶା ଜୀବିକା ମିଶନ୍ କାର୍ଯ୍ୟାଳୟରେ କର୍ମଚାରୀ ଟେବୁଲ୍ ଉପରେ ମଦ ବୋତଲ ରଖି ମଦ ପିଇବା ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାଇରାଲ ଭିଡିଓରେ ଓଏଲଏମ୍ କର୍ମଚାରୀ ରବୀନ୍ଦ୍ର ପଢ଼ିହାରୀ ନିଜ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ଥାଇ ମଧ୍ୟ ମଦର ଆସର ଜମାଇଛନ୍ତି। ତାଙ୍କ ଟେବୁଲ୍ ଉପରେ ଏକ ମଦ ବୋତଲ ରହିଛି। […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଓଡ଼ିଶା ଜୀବିକା ମିଶନ୍ କାର୍ଯ୍ୟାଳୟରେ କର୍ମଚାରୀ ଟେବୁଲ୍ ଉପରେ ମଦ ବୋତଲ ରଖି ମଦ ପିଇବା ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାଇରାଲ ଭିଡିଓରେ ଓଏଲଏମ୍ କର୍ମଚାରୀ ରବୀନ୍ଦ୍ର ପଢ଼ିହାରୀ ନିଜ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ଥାଇ ମଧ୍ୟ ମଦର ଆସର ଜମାଇଛନ୍ତି। ତାଙ୍କ ଟେବୁଲ୍ ଉପରେ ଏକ ମଦ ବୋତଲ ରହିଛି। ବୋତଲରୁ ଅଧା ମଦ ଏକ କାଚ ଗ୍ଲାସରେ କଢ଼ାଯାଇ ରଖାଯାଇଛି। କେବଳ ଶ୍ରୀ ପଢ଼଼ିହାରୀ ନୁହନ୍ତି, ବ୍ଲକର ଅନ୍ୟ କର୍ମଚାରୀମାନେ ମଧ୍ୟ ଏଭଳି ଅଫିସ୍ ମଧ୍ୟରେ ମଦ ପିଉଥିବା ଉକ୍ତ ଭିଡିଓରେ ଦେଖାଯାଉଛି। ଏ ସଂପର୍କରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର କହିଛନ୍ତି, ଘଟଣାର ତଦନ୍ତ କରାଯିବ। ସରକାରୀ କର୍ମଚାରୀ ହୋଇ ଯଦି କାର୍ଯ୍ୟାଳୟ ପରିସରରେ ମଦ୍ୟପାନ କରିଥିବେ, ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।