ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବି ସମୁଦି ଅଭୟକାନ୍ତ କରୋନା ସଂକ୍ରମିତ ଚିହ୍ନଟ

The Sakala Picture
Published On

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କରୋନା ପଜିଟିଭ ଚିହ୍ନଟ। ଏଥିସହିତ ତାଙ୍କ ଭାବି ସମୁଦି ତଥା IFS ଅଭୟକାନ୍ତ ପାଠକ ମଧ୍ୟ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଉଭୟ ଝାରପଡ଼ା ଜେଲରେ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ଗତକାଲି ଝାରପଡ଼ା ଜେଲରେ ୯୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଉଭୟ ଠକେଇ ମାମଲାରେ ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ଭାବେ ଅଛନ୍ତି । ୨ […]

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କରୋନା ପଜିଟିଭ ଚିହ୍ନଟ। ଏଥିସହିତ ତାଙ୍କ ଭାବି ସମୁଦି ତଥା IFS ଅଭୟକାନ୍ତ ପାଠକ ମଧ୍ୟ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଉଭୟ ଝାରପଡ଼ା ଜେଲରେ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ଗତକାଲି ଝାରପଡ଼ା ଜେଲରେ ୯୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଉଭୟ ଠକେଇ ମାମଲାରେ ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ଭାବେ ଅଛନ୍ତି । ୨ ଦିନ ତଳେ ଝାରପଡ଼ା ଜେଲରେ ଥିବା ଅନ୍ତେବାସୀଙ୍କ କୋଭିଡ ଟେଷ୍ଟ କରାଯାଇଥିବା ବେଳେ ୯୬ ଜଣଙ୍କ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ତଳେ ସେମାନଙ୍କୁ ସାମାନ୍ୟ ଜର ଓ ଥଣ୍ଡା ହୋଇଥିଲା । ତେବେ ସେମାନେ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଛନ୍ତି । ଆଗକୁ ଯଦି ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟେ ତେବେ ସେମାନଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଲୋକସଭାରେ ପୁଣି ହଟ୍ଟଗୋଳ: ରାହୁଲ ଗାନ୍ଧୀଙ୍କ ଚୀନ ପ୍ରସଙ୍ଗ ଓ ନରୱଣେଙ୍କ ବହିକୁ ନେଇ ଗୃହ ମୁଲତବୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp