ଯୁକ୍ତ ଦୁଇ ପାସଙ୍କ ପାଇଁ ଖୁସି ଖବର, ୩୨୪ଟି ସରକାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ…

The Sakala Picture
Published On

ନୂଆଦିଲ୍ଲୀ: ଆପଣ ଯୁକ୍ତ ଦୁଇ ପାସ୍‌ କରିଛନ୍ତି ଆଉ ଓଡ଼ିଶାରେ ରହି ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶାରେ ରହି ସରକାରୀ ଚାକିରି କରିବାକୁ ଇଚ୍ଛା ପ୍ରକାଶ କରୁଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ବା ଓଏସଏସସି ଆଶାୟୀଙ୍କ ପାଇଁ ଏହି ସୁଯୋଗ ନେଇ ଆସିଛି। ଓଏସଏସସି ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ଭିଡିଓଟିକୁ […]

ନୂଆଦିଲ୍ଲୀ: ଆପଣ ଯୁକ୍ତ ଦୁଇ ପାସ୍‌ କରିଛନ୍ତି ଆଉ ଓଡ଼ିଶାରେ ରହି ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶାରେ ରହି ସରକାରୀ ଚାକିରି କରିବାକୁ ଇଚ୍ଛା ପ୍ରକାଶ କରୁଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ବା ଓଏସଏସସି ଆଶାୟୀଙ୍କ ପାଇଁ ଏହି ସୁଯୋଗ ନେଇ ଆସିଛି। ଓଏସଏସସି ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ-

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

ଓଏସଏସସି ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଓଏସଏସସିରେ ଗ୍ରୁପ- ସି, ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ ଦବି ପୂରଣ ହେବ। ଏନେଇ ଆଶାୟୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଗ୍ରୁପ- ସି,ର ଏହି ପୋଷ୍ଟ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଯୁକ୍ତ ଦୁଇ ପାସ୍‌ କରିଥିବା ପରୀକ୍ଷାର୍ଥୀ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବେ । ମୋଟ ୩୨୪ଟି ପଦବୀ ପାଇଁ ହେବ ପରୀକ୍ଷା।

ଆହୁରି ପଢ଼ନ୍ତୁ: ଚାନ୍ଦିପୁରରେ DRDO ପକ୍ଷରୁ ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ସୁରକ୍ଷିତ ସ୍ଥାନକୁ ଗଲେ ୧୧ ହଜାରରୁ ଅଧିକ ଲୋକ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ୍‌ ୱେବ୍‌ସାଇଟ୍‌ ossc.gov.in କୁ ଯାଇ ଆବେଦନ କରିପାରିବେ। ଆଜିଠୁ ଫର୍ମଫିଲ ଆରମ୍ଭ ହୋଇଥିବାବେଳେ ଆସନ୍ତା ଡିସେମ୍ବର ୨୬ ପର୍ଯ୍ୟନ୍ତ ଚାଲିବ ଆବେଦନ ପ୍ରକ୍ରିୟା। ମୋଟ ୩୨୪ଟି ପଦବୀରୁ ସାଧାରଣ ପ୍ରାର୍ଥୀଙ୍କ ପାଇଁ ୧୮୮ଟି ପୋଷ୍ଟ, ଏସଇବିସିଙ୍କ ପାଇଁ ୨ଟି, ଏସସିଙ୍କ ପାଇଁ ୬୦ ଓ ଏସଟିଙ୍କ ପାଇଁ ମୋଟ୭୪ଟି ପୋଷ୍ଟ ଖାଲି ରହିଛି।

ତେବେ ଯେଉଁ ପ୍ରାର୍ଥମାନେ ଏକ କୃଷି ସମ୍ବନ୍ଧୀୟ ବିଷୟ , ଉଦ୍ୟାନ କୃଷି, ମରାମତି ଏବଂ ରକ୍ଷଣାବେକ୍ଷଣରେ ଶକ୍ତି ଚାଳିତ ଫାର୍ମ ମେସିନାରୀରେ ବିଜ୍ଞାନ କିମ୍ବା ଭୋକେସନାଲ୍‌ ପାଠ୍ୟକ୍ରମରେ ଦ୍ୱାଦଶ ସ୍ତରୀୟ ଶିକ୍ଷା ସମାପ୍ତ କରିଥିବେ ସେମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ସବୁଠୁ ବଡ଼ କଥା ହେଉଛି ଉକ୍ତ ପଦବୀ ପାଇଁ ବୟସ ସୀମା ୨୧ବର୍ଷରୁ ୩୮ବର୍ଷ ପାଇଁ ରଖାଯାଇଛି। ପ୍ରଥମେ ପ୍ରାଥମିକ ଲିଖିତ ପରୀକ୍ଷା ପରେ ମୁଖ୍ୟ ଲିଖିତ ପରୀକ୍ଷା ଓ ଡକ୍ୟୁମେଣ୍ଟ ଯାଞ୍ଚ ଅନୁଯାୟୀ ଆପଣ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବେ। ତେବେ ଆଉ ବିଳମ୍ବ ନକରି ଓଏସଏସିର ଅଫିସିଆଲ ୱେବସାଇଟ ଓଏସଏସି ଡଟ୍‌ ଜିଓଭି ଡଟ୍‌ ଇନ୍‌ କୁ ଯାଆନ୍ତୁ। ଏହାପରେ ଷ୍ଟେପ ଅନୁଯାୟୀ ଫଟୋ ଓ ଡକ୍ୟୁମେଣ୍ଟ ଅପଲୋଡ କରି ଫର୍ମ ପୂରଣ କରି ସବମିଟ୍‌ କରିଦିଅନ୍ତୁ। ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ କରି ରଖନ୍ତୁ।

27 Nov 2024 By The Sakala

ଯୁକ୍ତ ଦୁଇ ପାସଙ୍କ ପାଇଁ ଖୁସି ଖବର, ୩୨୪ଟି ସରକାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ…

ନୂଆଦିଲ୍ଲୀ: ଆପଣ ଯୁକ୍ତ ଦୁଇ ପାସ୍‌ କରିଛନ୍ତି ଆଉ ଓଡ଼ିଶାରେ ରହି ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶାରେ ରହି ସରକାରୀ ଚାକିରି କରିବାକୁ ଇଚ୍ଛା ପ୍ରକାଶ କରୁଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ବା ଓଏସଏସସି ଆଶାୟୀଙ୍କ ପାଇଁ ଏହି ସୁଯୋଗ ନେଇ ଆସିଛି। ଓଏସଏସସି ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ-

ଓଏସଏସସି ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଓଏସଏସସିରେ ଗ୍ରୁପ- ସି, ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ ଦବି ପୂରଣ ହେବ। ଏନେଇ ଆଶାୟୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଗ୍ରୁପ- ସି,ର ଏହି ପୋଷ୍ଟ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଯୁକ୍ତ ଦୁଇ ପାସ୍‌ କରିଥିବା ପରୀକ୍ଷାର୍ଥୀ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବେ । ମୋଟ ୩୨୪ଟି ପଦବୀ ପାଇଁ ହେବ ପରୀକ୍ଷା।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ୍‌ ୱେବ୍‌ସାଇଟ୍‌ ossc.gov.in କୁ ଯାଇ ଆବେଦନ କରିପାରିବେ। ଆଜିଠୁ ଫର୍ମଫିଲ ଆରମ୍ଭ ହୋଇଥିବାବେଳେ ଆସନ୍ତା ଡିସେମ୍ବର ୨୬ ପର୍ଯ୍ୟନ୍ତ ଚାଲିବ ଆବେଦନ ପ୍ରକ୍ରିୟା। ମୋଟ ୩୨୪ଟି ପଦବୀରୁ ସାଧାରଣ ପ୍ରାର୍ଥୀଙ୍କ ପାଇଁ ୧୮୮ଟି ପୋଷ୍ଟ, ଏସଇବିସିଙ୍କ ପାଇଁ ୨ଟି, ଏସସିଙ୍କ ପାଇଁ ୬୦ ଓ ଏସଟିଙ୍କ ପାଇଁ ମୋଟ୭୪ଟି ପୋଷ୍ଟ ଖାଲି ରହିଛି।

ତେବେ ଯେଉଁ ପ୍ରାର୍ଥମାନେ ଏକ କୃଷି ସମ୍ବନ୍ଧୀୟ ବିଷୟ , ଉଦ୍ୟାନ କୃଷି, ମରାମତି ଏବଂ ରକ୍ଷଣାବେକ୍ଷଣରେ ଶକ୍ତି ଚାଳିତ ଫାର୍ମ ମେସିନାରୀରେ ବିଜ୍ଞାନ କିମ୍ବା ଭୋକେସନାଲ୍‌ ପାଠ୍ୟକ୍ରମରେ ଦ୍ୱାଦଶ ସ୍ତରୀୟ ଶିକ୍ଷା ସମାପ୍ତ କରିଥିବେ ସେମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ସବୁଠୁ ବଡ଼ କଥା ହେଉଛି ଉକ୍ତ ପଦବୀ ପାଇଁ ବୟସ ସୀମା ୨୧ବର୍ଷରୁ ୩୮ବର୍ଷ ପାଇଁ ରଖାଯାଇଛି। ପ୍ରଥମେ ପ୍ରାଥମିକ ଲିଖିତ ପରୀକ୍ଷା ପରେ ମୁଖ୍ୟ ଲିଖିତ ପରୀକ୍ଷା ଓ ଡକ୍ୟୁମେଣ୍ଟ ଯାଞ୍ଚ ଅନୁଯାୟୀ ଆପଣ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବେ। ତେବେ ଆଉ ବିଳମ୍ବ ନକରି ଓଏସଏସିର ଅଫିସିଆଲ ୱେବସାଇଟ ଓଏସଏସି ଡଟ୍‌ ଜିଓଭି ଡଟ୍‌ ଇନ୍‌ କୁ ଯାଆନ୍ତୁ। ଏହାପରେ ଷ୍ଟେପ ଅନୁଯାୟୀ ଫଟୋ ଓ ଡକ୍ୟୁମେଣ୍ଟ ଅପଲୋଡ କରି ଫର୍ମ ପୂରଣ କରି ସବମିଟ୍‌ କରିଦିଅନ୍ତୁ। ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ କରି ରଖନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର