ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ପାଭିଲିଅନକୁ ସ୍ବର୍ଣ୍ଣପଦକ

The Sakala Picture
Published On

ଭୁବନେଶ୍ୱର: ଓଡିଶା ପାଭିଲିଅନକୁ ସ୍ବର୍ଣ୍ଣପଦକ । ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶାକୁ ସ୍ବର୍ଣ୍ଣପଦକ ମିଳିଛି । ଉତ୍ତମ ପ୍ରଦର୍ଶନ ପାଇଁ ଓଡିଶା ପାଭିଲିଅନକୁ ମିଳିଛି ଏହି ପୁରସ୍କାର । ନଭେମ୍ବର ୧୪ରୁ ଚାଲିଥିଲା IITF-୨୦୨୩ । କେନ୍ଦ୍ର ସରକାରଙ୍କ ବାଣିଜ୍ଯ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ପ୍ରଗତି ମୈଦାନରେ ଆୟୋଜିତ ହେଉଥିଲା ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା । ନୂଆଦିଲ୍ଲୀ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦଯାପିତ ହୋଇଛି । ୪୨ତମ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ପାଭଲିୟନ […]

ଭୁବନେଶ୍ୱର: ଓଡିଶା ପାଭିଲିଅନକୁ ସ୍ବର୍ଣ୍ଣପଦକ । ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶାକୁ ସ୍ବର୍ଣ୍ଣପଦକ ମିଳିଛି । ଉତ୍ତମ ପ୍ରଦର୍ଶନ ପାଇଁ ଓଡିଶା ପାଭିଲିଅନକୁ ମିଳିଛି ଏହି ପୁରସ୍କାର । ନଭେମ୍ବର ୧୪ରୁ ଚାଲିଥିଲା IITF-୨୦୨୩ । କେନ୍ଦ୍ର ସରକାରଙ୍କ ବାଣିଜ୍ଯ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ପ୍ରଗତି ମୈଦାନରେ ଆୟୋଜିତ ହେଉଥିଲା ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ନୂଆଦିଲ୍ଲୀ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦଯାପିତ ହୋଇଛି । ୪୨ତମ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ପାଭଲିୟନ ମୁଖ୍ୟ ଆକର୍ଷଣ ପାଲଟିଥିଲା । ଶିଳ୍ପୀ କିର୍ତ୍ତୀକିଶ୍ବର ମହାରଣା ଏହି ପାଭଲିୟନର ପରିକଳ୍ପନା ଓ ନିର୍ମାଣ କରିଥିଲେ । ଓଡ଼ିଶା ପାଭଲିୟନକୁ ଦେଶବିଦେଶରୁ ଆସିଥିବା ପର୍ଯ୍ୟଟକ ବେଶ୍ ପ୍ରଶଂସା କରିଥିଲେ । ପାରମ୍ପରିକ ଖାଦ୍ୟ ସହ ମିଲେଟରୁ ପ୍ରସ୍ତୁତ ଆରିସା ପିଠା, ମିକ୍ସଚର, କୁକିଜ୍, ନୁଡୁଲ୍ସ ଗ୍ରାହକଙ୍କୁ ପସନ୍ଦ ହୋଇଥିଲା । ସେହିପରି କନ୍ଧମାଳ ହଳଦୀ, ଅଦା, ସୋରିଷ, ପାଳୁଅ ସହ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଲୋକ କିଣିଥିଲେ । ସବୁଠାରୁ ମୁଖ୍ୟ ଆକର୍ଷଣ ପାଲଟି ଥିଲା ଓଡ଼ିଶା ହସ୍ତତନ୍ତରେ ନିର୍ମିତ କରୁଣା ପାଟ । ଏହାସହ ସୁନ୍ଦର ସୁନ୍ଦର ଘରକରଣା ଜିନିଷ ସହ ଘର ସଜେଇବା ସାମଗ୍ରୀ ମଧ୍ୟ ଲୋକଙ୍କ ମନ ଜିଣିପାରିଥିଲା । ଓଡ଼ିଶା ପାଭିଲିୟନ ମଧ୍ୟଭାଗରେ ଥିବା ବୋଇତ ଉପରେ ତନ୍ତରେ ବସ୍ତ୍ର ପ୍ରସ୍ତୁତି କଳାକୁ ଦର୍ଶକମାନେ ବହୁ ସଂଖ୍ୟାରେ ଉପଭୋଗ କରିଥିଲେ । ଏହାସହ ଚାନ୍ଦୁଆ, ପଟ୍ଟଚିତ୍ର ଓ ପ୍ରସ୍ତର ମୂର୍ତ୍ତି ନିର୍ମାଣ ଶୈଳୀ, ଏହାର ଉପଲବ୍ଧତା ସମ୍ପର୍କରେ ଶିଳ୍ପୀମାନଙ୍କୁ ପଚାରି ବୁଝିଥିଲେ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

27 Nov 2023 By The Sakala

ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ପାଭିଲିଅନକୁ ସ୍ବର୍ଣ୍ଣପଦକ

ଭୁବନେଶ୍ୱର: ଓଡିଶା ପାଭିଲିଅନକୁ ସ୍ବର୍ଣ୍ଣପଦକ । ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶାକୁ ସ୍ବର୍ଣ୍ଣପଦକ ମିଳିଛି । ଉତ୍ତମ ପ୍ରଦର୍ଶନ ପାଇଁ ଓଡିଶା ପାଭିଲିଅନକୁ ମିଳିଛି ଏହି ପୁରସ୍କାର । ନଭେମ୍ବର ୧୪ରୁ ଚାଲିଥିଲା IITF-୨୦୨୩ । କେନ୍ଦ୍ର ସରକାରଙ୍କ ବାଣିଜ୍ଯ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ପ୍ରଗତି ମୈଦାନରେ ଆୟୋଜିତ ହେଉଥିଲା ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା ।

ନୂଆଦିଲ୍ଲୀ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦଯାପିତ ହୋଇଛି । ୪୨ତମ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ପାଭଲିୟନ ମୁଖ୍ୟ ଆକର୍ଷଣ ପାଲଟିଥିଲା । ଶିଳ୍ପୀ କିର୍ତ୍ତୀକିଶ୍ବର ମହାରଣା ଏହି ପାଭଲିୟନର ପରିକଳ୍ପନା ଓ ନିର୍ମାଣ କରିଥିଲେ । ଓଡ଼ିଶା ପାଭଲିୟନକୁ ଦେଶବିଦେଶରୁ ଆସିଥିବା ପର୍ଯ୍ୟଟକ ବେଶ୍ ପ୍ରଶଂସା କରିଥିଲେ । ପାରମ୍ପରିକ ଖାଦ୍ୟ ସହ ମିଲେଟରୁ ପ୍ରସ୍ତୁତ ଆରିସା ପିଠା, ମିକ୍ସଚର, କୁକିଜ୍, ନୁଡୁଲ୍ସ ଗ୍ରାହକଙ୍କୁ ପସନ୍ଦ ହୋଇଥିଲା । ସେହିପରି କନ୍ଧମାଳ ହଳଦୀ, ଅଦା, ସୋରିଷ, ପାଳୁଅ ସହ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଲୋକ କିଣିଥିଲେ । ସବୁଠାରୁ ମୁଖ୍ୟ ଆକର୍ଷଣ ପାଲଟି ଥିଲା ଓଡ଼ିଶା ହସ୍ତତନ୍ତରେ ନିର୍ମିତ କରୁଣା ପାଟ । ଏହାସହ ସୁନ୍ଦର ସୁନ୍ଦର ଘରକରଣା ଜିନିଷ ସହ ଘର ସଜେଇବା ସାମଗ୍ରୀ ମଧ୍ୟ ଲୋକଙ୍କ ମନ ଜିଣିପାରିଥିଲା । ଓଡ଼ିଶା ପାଭିଲିୟନ ମଧ୍ୟଭାଗରେ ଥିବା ବୋଇତ ଉପରେ ତନ୍ତରେ ବସ୍ତ୍ର ପ୍ରସ୍ତୁତି କଳାକୁ ଦର୍ଶକମାନେ ବହୁ ସଂଖ୍ୟାରେ ଉପଭୋଗ କରିଥିଲେ । ଏହାସହ ଚାନ୍ଦୁଆ, ପଟ୍ଟଚିତ୍ର ଓ ପ୍ରସ୍ତର ମୂର୍ତ୍ତି ନିର୍ମାଣ ଶୈଳୀ, ଏହାର ଉପଲବ୍ଧତା ସମ୍ପର୍କରେ ଶିଳ୍ପୀମାନଙ୍କୁ ପଚାରି ବୁଝିଥିଲେ ।

https://www.thesakala.in/latest-odisha-news/gold-medal-for-odisha-pavilion-at-india-international-trade-fair/article-27718
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର