ଗାଧୋଇବାକୁ ଆସି ମହାନଦୀ ସ୍ରୋତରେ ଫସିଗଲେ ଯୁବତୀ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

The Sakala Picture
Published On

ସମ୍ବଲପୁର : ମହାନଦୀକୁ ଗାଧୋଇବାକୁ ଯାଇଥିଲେ ଯୁବତୀ। ପ୍ରଖର ସ୍ରୋତରେ ଫସି ଗଲେ । ବାହାରକୁ ଆସିନପାରି ନଦୀ ଭିତରେ ଥିବା ଏକ ପଥରରେ ଜୀବନ ବଞ୍ଚାଇ ରହିଲେ । ପରେ ସାହଯ୍ୟ ପାଇଁ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ କ୍ଷେତରାଜପୁର ଆଦର୍ଶ ଥାନା ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଯୁବତୀ ଜଣକଙ୍କ ବରଗଡ଼ ଜିଲ୍ଲା ରେଙ୍ଗାଲୀ କ୍ୟାମ୍ପ […]

ସମ୍ବଲପୁର : ମହାନଦୀକୁ ଗାଧୋଇବାକୁ ଯାଇଥିଲେ ଯୁବତୀ। ପ୍ରଖର ସ୍ରୋତରେ ଫସି ଗଲେ । ବାହାରକୁ ଆସିନପାରି ନଦୀ ଭିତରେ ଥିବା ଏକ ପଥରରେ ଜୀବନ ବଞ୍ଚାଇ ରହିଲେ । ପରେ ସାହଯ୍ୟ ପାଇଁ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ କ୍ଷେତରାଜପୁର ଆଦର୍ଶ ଥାନା ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଯୁବତୀ ଜଣକଙ୍କ ବରଗଡ଼ ଜିଲ୍ଲା ରେଙ୍ଗାଲୀ କ୍ୟାମ୍ପ ଅଞ୍ଚଳର ପ୍ରଭାବତୀ ସେଠ(୨୨) ବୋଲି ଜଣାପଡିଛି । ସେ ସମ୍ବଲପୁରରେ ରହି ଏକ ଘରୋଇ ଶିକ୍ଷା ଅନୁଷ୍ଠାନରେ କୋଚିଂ ନେଉଛନ୍ତି। ତେବେ ଆଜି ସମ୍ବଲପୁରର ସମଲେଶ୍ୱରୀ ଘାଟକୁ ଗାଧେଇବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିଲା। ସୂଚନାଯୋଗ୍ୟ, ବର୍ତମାନ ହୀରାକୁଦର ୪ ଗେଟ ଦେଇ ଜଳ ନିଷ୍କାସନ ଚାଲୁ ରହିଛି ।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

01 Aug 2021 By The Sakala

ଗାଧୋଇବାକୁ ଆସି ମହାନଦୀ ସ୍ରୋତରେ ଫସିଗଲେ ଯୁବତୀ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ସମ୍ବଲପୁର : ମହାନଦୀକୁ ଗାଧୋଇବାକୁ ଯାଇଥିଲେ ଯୁବତୀ। ପ୍ରଖର ସ୍ରୋତରେ ଫସି ଗଲେ । ବାହାରକୁ ଆସିନପାରି ନଦୀ ଭିତରେ ଥିବା ଏକ ପଥରରେ ଜୀବନ ବଞ୍ଚାଇ ରହିଲେ । ପରେ ସାହଯ୍ୟ ପାଇଁ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ କ୍ଷେତରାଜପୁର ଆଦର୍ଶ ଥାନା ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଯୁବତୀ ଜଣକଙ୍କ ବରଗଡ଼ ଜିଲ୍ଲା ରେଙ୍ଗାଲୀ କ୍ୟାମ୍ପ ଅଞ୍ଚଳର ପ୍ରଭାବତୀ ସେଠ(୨୨) ବୋଲି ଜଣାପଡିଛି । ସେ ସମ୍ବଲପୁରରେ ରହି ଏକ ଘରୋଇ ଶିକ୍ଷା ଅନୁଷ୍ଠାନରେ କୋଚିଂ ନେଉଛନ୍ତି। ତେବେ ଆଜି ସମ୍ବଲପୁରର ସମଲେଶ୍ୱରୀ ଘାଟକୁ ଗାଧେଇବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିଲା। ସୂଚନାଯୋଗ୍ୟ, ବର୍ତମାନ ହୀରାକୁଦର ୪ ଗେଟ ଦେଇ ଜଳ ନିଷ୍କାସନ ଚାଲୁ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର