ଝଲସି ଉଠୁଛି ବିଦ୍ୟାଳୟ, ବଦଳିଛି ଚେହେରା; ଛାତ୍ର ଛାତ୍ରୀ ପାଇବେ ଯୁଗପଯୋଗୀ ଓ ଆଧୁନିକ ଶିକ୍ଷା

The Sakala Picture
Published On

ଛତ୍ରପୁର: ବଦଳିଛି ବିଦ୍ୟାଳୟର ଚେହେରା। ଶିକ୍ଷାୟତନର ପରିସରରେ ଦେଖାଦେବାରେ ଲାଗିଛି ରୂପାନ୍ତରଣର ଝଲକ। ସବୁଠୁ ବଡ଼ କଥା ହେଲା ଛାତ୍ରଛାତ୍ରୀ ପାଇବେ ଯୁଗପଯୋଗୀ ଓ ଆଧୁନିକ ଶିକ୍ଷା। ଯେକୌଣସି ବ୍ୟୟବହୁଳ ଘରୋଇ ଅଥବା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପରିବେଶ ଠାରୁ କୌଣସି ଗୁଣରେ କମ୍‍ ରହିବନି ସରକାରୀ ହାଇସ୍କୁଲ କ୍ୟାମ୍ପସ୍‍। ବିଦ୍ୟାଳୟର ପରିବେଶ ଏମିତି ସଜାଡ଼ି ହେବାରେ ଲାଗିଛି ଯେ ଛାତ୍ରଛାତ୍ରୀଙ୍କୁ ଏହା ଶିକ୍ଷା ନିମନ୍ତେ ଆକୃଷ୍ଟ କରୁଛି। ନିଶ୍ଚିତ ଭାବେ ଏହା ଦ୍ୱାରା ଅଧାରୁ ପାଠ […]

ଛତ୍ରପୁର: ବଦଳିଛି ବିଦ୍ୟାଳୟର ଚେହେରା। ଶିକ୍ଷାୟତନର ପରିସରରେ ଦେଖାଦେବାରେ ଲାଗିଛି ରୂପାନ୍ତରଣର ଝଲକ। ସବୁଠୁ ବଡ଼ କଥା ହେଲା ଛାତ୍ରଛାତ୍ରୀ ପାଇବେ ଯୁଗପଯୋଗୀ ଓ ଆଧୁନିକ ଶିକ୍ଷା। ଯେକୌଣସି ବ୍ୟୟବହୁଳ ଘରୋଇ ଅଥବା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପରିବେଶ ଠାରୁ କୌଣସି ଗୁଣରେ କମ୍‍ ରହିବନି ସରକାରୀ ହାଇସ୍କୁଲ କ୍ୟାମ୍ପସ୍‍। ବିଦ୍ୟାଳୟର ପରିବେଶ ଏମିତି ସଜାଡ଼ି ହେବାରେ ଲାଗିଛି ଯେ ଛାତ୍ରଛାତ୍ରୀଙ୍କୁ ଏହା ଶିକ୍ଷା ନିମନ୍ତେ ଆକୃଷ୍ଟ କରୁଛି। ନିଶ୍ଚିତ ଭାବେ ଏହା ଦ୍ୱାରା ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବେଶ୍‍ ମାତ୍ରାରେ ହ୍ରାସ ପାଇବ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

କେବଳ ଶ୍ରେଣୀ ବହି ପଢ଼଼ା ନୁହେଁ, ପୋଥିଗତ ବିଦ୍ୟା ବାଦେ ଯୁଗପଯୋଗୀ ଜ୍ଞାନ ଆହରଣ ପାଇଁ ଉନ୍ନତ ଗ୍ରନ୍ଥାଗାର ସାଙ୍ଗକୁ ଡିଜିଟାଲ ଲାଇବ୍ରେରୀ ଓ ଡିଜିଟାଲ କ୍ଲାସ୍‍ ରୁମରେ ଶିକ୍ଷା ଗ୍ରହଣ କରିବା ସୁଯୋଗ ପାଇଛନ୍ତି ବିଦ୍ୟାର୍ଥୀ। ଏଥିସହ କ୍ରୀଡ଼ା, କମ୍ପ୍ୟୁଟର ଶିକ୍ଷା, ଉନ୍ନତମାନର ବୈଜ୍ଞାନିକ ପରୀକ୍ଷାଗାର (ସାଇନ୍ସ ଲ୍ୟାବ୍‍)ର ସୁବିଧା ସେମାନଙ୍କୁ ମିଳିପାରିଛି। ବିଶୁଦ୍ଧ ପାନୀୟ ଜଳ ହେଉ କିମ୍ୱା ସ୍ୱଚ୍ଛ ଶୌଚାଳୟ, ଚକମକିଆ ଓ ଶିକ୍ଷଣୀୟ ବିଦ୍ୟାଳୟର ଶ୍ରେଣୀ କକ୍ଷରୁ ଆରମ୍ଭ କରି ରଙ୍ଗୀନ ପାଚେରୀରେ ଝଲସୁଛି କ୍ୟାମ୍ପସ୍‍। ଏଥିପାଇଁ ଛାତ୍ରଛାତ୍ରୀ କିମ୍ୱା ଅଭିଭାବକଙ୍କୁ କୌଣସି ଅତିରିକ୍ତ ବ୍ୟୟ ଦେବାକୁ ହୋଇନି। ସରକାର ନିଜସ୍ୱ ଅନୁଦାନରେ ଶିକ୍ଷାନୁଷ୍ଠାନରେ ଆଣିଛନ୍ତି ଏଭଳି ଆଖିଦୃଶିଆ ପରିବର୍ତ୍ତନ। ଉଲ୍ଲେଖନୀୟ ଭାବେ ଏଥିରେ କେବଳ ସରକାର ଅଂଶୀଦାର ହୋଇ ନାହାନ୍ତି, ବରଂ ଗୋଷ୍ଠୀଗତ ଅଂଶଗ୍ରହଣ ଯଥା ସ୍କୁଲ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମ୍ୟ ବା ସ୍ଥାନୀୟ ଉନ୍ନୟନ କମିଟି ଓ ଜନପ୍ରତିନିଧି ମଧ୍ୟ ବିକାଶର ଏହି ପ୍ରକ୍ରିୟାରେ ଭାଗିଦାରୀ ହୋଇଛନ୍ତି। ରାଜ୍ୟ, ଦେଶ ତଥା ଜାତିର ଭବିଷ୍ୟତକୁ ଏବେ ଠାରୁ ସ୍ମାର୍ଟ ବିଦ୍ୟାର୍ଥୀ ଭାବେ ଗଢ଼ି ତୋଳିବା ପାଇଁ ଏଭଳି କିଛି ପଦକ୍ଷେପ ରାଜ୍ୟ ସରକାର ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍‍ ତଥା ମୋ ସ୍କୁଲ ଅଭିଯାନ ଜରିଆରେ ଗ୍ରହଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଓଡ଼ିଶାର ହାଇସ୍କୁଲ ଶିକ୍ଷା କ୍ଷେତ୍ର ଚଳିତ ବର୍ଷ ଏଭଳି କିଛି ଐତିହାସିକ ରୂପାନ୍ତରଣର ସାକ୍ଷୀ ହୋଇଛି।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

ଖୋଦ୍‍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରୁ ଏହାର ଶୁଭାରମ୍ଭ ହୋଇଛି। ଶେରଗଡ଼଼ ଓ ହିଞ୍ଜିଳିକାଟୁ ବ୍ଳକ୍‍ର ଯଥାକ୍ରମେ ସମସ୍ତ ୨୭ଟି ଓ ୨୩ଟି ହାଇସ୍କୁଲରେ ଡିଜିଟାଲ କ୍ଲାସ୍‍ରୁମ୍‍ ପ୍ରତିଷ୍ଠା କରାଯାଇଛି। ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲ୍ଲାର ମୋଟ ୧୩୩ଟି ହାଇସ୍କୁଲରେ ହେବ ସ୍ମାର୍ଟ କ୍ଲାସ୍‍। ଆଉ ଏହି ପ୍ରକ୍ରିୟାକୁ ସୂଚାରୁ ରୂପେ ସମ୍ପନ୍ନ କରିବାର ଦାୟିତ୍ୱ ସକୁଶଳେ ତୁଲାଇ ଆସିଛି ଟିମ୍‍ ଗଞ୍ଜାମ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ସମଗ୍ର ଜିଲ୍ଲା ପ୍ରଶାସନ ଏଥିପାଇଁ ଦିନରାତି ଏକ କରି ଅହରହ ପ୍ରଚେଷ୍ଟା କରୁଛନ୍ତି। ରାଜ୍ୟରେ ଶିକ୍ଷା ଭିତ୍ତିଭୂମିକୁ ଭବିଷ୍ୟତର ଆହ୍ୱାନ ପାଇଁ ମଜଭୂତ ଭାବେ ପ୍ରସ୍ତୁତ କରିବ। ଆହୁରି ମଧ୍ୟ ଉଦଘାଟନୀ ବ୍ୟବସ୍ଥା ଏଭଳି ହୋଇଛି ଯେ ରାଜ୍ୟର ଶତାଧିକ ବିଧାୟକ ଏହାର ପ୍ରତ୍ୟକ୍ଷଦର୍ଶୀ ସାଜୁଛନ୍ତି। ସେମାନେ ପରବର୍ତ୍ତୀ ସମୟରେ ନିଜ ଅଞ୍ଚଳରେ ହାଇସ୍କୁଲର ଏଭଳି ବିକାଶକୁ ତ୍ୱରାନ୍ୱିତ କରାଇବାରେ ସହଯୋଗୀ ଭୂମିକା ତୁଲାଇବେ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ବିଦ୍ୟାଳୟ ଉଦଘାଟିତ ହୋଇସାରିଛି। ଆଉ ଏସବୁ କାର୍ଯ୍ୟ ବହୁ ମନ୍ତ୍ରୀ ଓ ବିଧାୟକମାନେ ବୁଲି ଦେଖିଲେଣି। ଗୁରୁବାର ୨୬ ତାରିଖରେ ତୃତୀୟ ପର୍ଯ୍ୟାୟ ଉଦ୍‍ଘାଟନ କାର୍ଯ୍ୟକ୍ରମ ରହିଛି। ପରେ ୨୮ ଓ ୩୦ ତାରିଖ ଚତୁର୍ଥ ଓ ପଞ୍ଜମ ପର୍ଯ୍ୟାୟରେ ୫-ଟି ରୁପାନ୍ତରିତ ବିଦ୍ୟାଳୟଗୁଡିକ ଉଦ୍‍ଘାଟନ ହେବ।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

25 Aug 2021 By The Sakala

ଝଲସି ଉଠୁଛି ବିଦ୍ୟାଳୟ, ବଦଳିଛି ଚେହେରା; ଛାତ୍ର ଛାତ୍ରୀ ପାଇବେ ଯୁଗପଯୋଗୀ ଓ ଆଧୁନିକ ଶିକ୍ଷା

ଛତ୍ରପୁର: ବଦଳିଛି ବିଦ୍ୟାଳୟର ଚେହେରା। ଶିକ୍ଷାୟତନର ପରିସରରେ ଦେଖାଦେବାରେ ଲାଗିଛି ରୂପାନ୍ତରଣର ଝଲକ। ସବୁଠୁ ବଡ଼ କଥା ହେଲା ଛାତ୍ରଛାତ୍ରୀ ପାଇବେ ଯୁଗପଯୋଗୀ ଓ ଆଧୁନିକ ଶିକ୍ଷା। ଯେକୌଣସି ବ୍ୟୟବହୁଳ ଘରୋଇ ଅଥବା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପରିବେଶ ଠାରୁ କୌଣସି ଗୁଣରେ କମ୍‍ ରହିବନି ସରକାରୀ ହାଇସ୍କୁଲ କ୍ୟାମ୍ପସ୍‍। ବିଦ୍ୟାଳୟର ପରିବେଶ ଏମିତି ସଜାଡ଼ି ହେବାରେ ଲାଗିଛି ଯେ ଛାତ୍ରଛାତ୍ରୀଙ୍କୁ ଏହା ଶିକ୍ଷା ନିମନ୍ତେ ଆକୃଷ୍ଟ କରୁଛି। ନିଶ୍ଚିତ ଭାବେ ଏହା ଦ୍ୱାରା ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବେଶ୍‍ ମାତ୍ରାରେ ହ୍ରାସ ପାଇବ।

କେବଳ ଶ୍ରେଣୀ ବହି ପଢ଼଼ା ନୁହେଁ, ପୋଥିଗତ ବିଦ୍ୟା ବାଦେ ଯୁଗପଯୋଗୀ ଜ୍ଞାନ ଆହରଣ ପାଇଁ ଉନ୍ନତ ଗ୍ରନ୍ଥାଗାର ସାଙ୍ଗକୁ ଡିଜିଟାଲ ଲାଇବ୍ରେରୀ ଓ ଡିଜିଟାଲ କ୍ଲାସ୍‍ ରୁମରେ ଶିକ୍ଷା ଗ୍ରହଣ କରିବା ସୁଯୋଗ ପାଇଛନ୍ତି ବିଦ୍ୟାର୍ଥୀ। ଏଥିସହ କ୍ରୀଡ଼ା, କମ୍ପ୍ୟୁଟର ଶିକ୍ଷା, ଉନ୍ନତମାନର ବୈଜ୍ଞାନିକ ପରୀକ୍ଷାଗାର (ସାଇନ୍ସ ଲ୍ୟାବ୍‍)ର ସୁବିଧା ସେମାନଙ୍କୁ ମିଳିପାରିଛି। ବିଶୁଦ୍ଧ ପାନୀୟ ଜଳ ହେଉ କିମ୍ୱା ସ୍ୱଚ୍ଛ ଶୌଚାଳୟ, ଚକମକିଆ ଓ ଶିକ୍ଷଣୀୟ ବିଦ୍ୟାଳୟର ଶ୍ରେଣୀ କକ୍ଷରୁ ଆରମ୍ଭ କରି ରଙ୍ଗୀନ ପାଚେରୀରେ ଝଲସୁଛି କ୍ୟାମ୍ପସ୍‍। ଏଥିପାଇଁ ଛାତ୍ରଛାତ୍ରୀ କିମ୍ୱା ଅଭିଭାବକଙ୍କୁ କୌଣସି ଅତିରିକ୍ତ ବ୍ୟୟ ଦେବାକୁ ହୋଇନି। ସରକାର ନିଜସ୍ୱ ଅନୁଦାନରେ ଶିକ୍ଷାନୁଷ୍ଠାନରେ ଆଣିଛନ୍ତି ଏଭଳି ଆଖିଦୃଶିଆ ପରିବର୍ତ୍ତନ। ଉଲ୍ଲେଖନୀୟ ଭାବେ ଏଥିରେ କେବଳ ସରକାର ଅଂଶୀଦାର ହୋଇ ନାହାନ୍ତି, ବରଂ ଗୋଷ୍ଠୀଗତ ଅଂଶଗ୍ରହଣ ଯଥା ସ୍କୁଲ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମ୍ୟ ବା ସ୍ଥାନୀୟ ଉନ୍ନୟନ କମିଟି ଓ ଜନପ୍ରତିନିଧି ମଧ୍ୟ ବିକାଶର ଏହି ପ୍ରକ୍ରିୟାରେ ଭାଗିଦାରୀ ହୋଇଛନ୍ତି। ରାଜ୍ୟ, ଦେଶ ତଥା ଜାତିର ଭବିଷ୍ୟତକୁ ଏବେ ଠାରୁ ସ୍ମାର୍ଟ ବିଦ୍ୟାର୍ଥୀ ଭାବେ ଗଢ଼ି ତୋଳିବା ପାଇଁ ଏଭଳି କିଛି ପଦକ୍ଷେପ ରାଜ୍ୟ ସରକାର ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍‍ ତଥା ମୋ ସ୍କୁଲ ଅଭିଯାନ ଜରିଆରେ ଗ୍ରହଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଓଡ଼ିଶାର ହାଇସ୍କୁଲ ଶିକ୍ଷା କ୍ଷେତ୍ର ଚଳିତ ବର୍ଷ ଏଭଳି କିଛି ଐତିହାସିକ ରୂପାନ୍ତରଣର ସାକ୍ଷୀ ହୋଇଛି।

ଖୋଦ୍‍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରୁ ଏହାର ଶୁଭାରମ୍ଭ ହୋଇଛି। ଶେରଗଡ଼଼ ଓ ହିଞ୍ଜିଳିକାଟୁ ବ୍ଳକ୍‍ର ଯଥାକ୍ରମେ ସମସ୍ତ ୨୭ଟି ଓ ୨୩ଟି ହାଇସ୍କୁଲରେ ଡିଜିଟାଲ କ୍ଲାସ୍‍ରୁମ୍‍ ପ୍ରତିଷ୍ଠା କରାଯାଇଛି। ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲ୍ଲାର ମୋଟ ୧୩୩ଟି ହାଇସ୍କୁଲରେ ହେବ ସ୍ମାର୍ଟ କ୍ଲାସ୍‍। ଆଉ ଏହି ପ୍ରକ୍ରିୟାକୁ ସୂଚାରୁ ରୂପେ ସମ୍ପନ୍ନ କରିବାର ଦାୟିତ୍ୱ ସକୁଶଳେ ତୁଲାଇ ଆସିଛି ଟିମ୍‍ ଗଞ୍ଜାମ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ସମଗ୍ର ଜିଲ୍ଲା ପ୍ରଶାସନ ଏଥିପାଇଁ ଦିନରାତି ଏକ କରି ଅହରହ ପ୍ରଚେଷ୍ଟା କରୁଛନ୍ତି। ରାଜ୍ୟରେ ଶିକ୍ଷା ଭିତ୍ତିଭୂମିକୁ ଭବିଷ୍ୟତର ଆହ୍ୱାନ ପାଇଁ ମଜଭୂତ ଭାବେ ପ୍ରସ୍ତୁତ କରିବ। ଆହୁରି ମଧ୍ୟ ଉଦଘାଟନୀ ବ୍ୟବସ୍ଥା ଏଭଳି ହୋଇଛି ଯେ ରାଜ୍ୟର ଶତାଧିକ ବିଧାୟକ ଏହାର ପ୍ରତ୍ୟକ୍ଷଦର୍ଶୀ ସାଜୁଛନ୍ତି। ସେମାନେ ପରବର୍ତ୍ତୀ ସମୟରେ ନିଜ ଅଞ୍ଚଳରେ ହାଇସ୍କୁଲର ଏଭଳି ବିକାଶକୁ ତ୍ୱରାନ୍ୱିତ କରାଇବାରେ ସହଯୋଗୀ ଭୂମିକା ତୁଲାଇବେ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ବିଦ୍ୟାଳୟ ଉଦଘାଟିତ ହୋଇସାରିଛି। ଆଉ ଏସବୁ କାର୍ଯ୍ୟ ବହୁ ମନ୍ତ୍ରୀ ଓ ବିଧାୟକମାନେ ବୁଲି ଦେଖିଲେଣି। ଗୁରୁବାର ୨୬ ତାରିଖରେ ତୃତୀୟ ପର୍ଯ୍ୟାୟ ଉଦ୍‍ଘାଟନ କାର୍ଯ୍ୟକ୍ରମ ରହିଛି। ପରେ ୨୮ ଓ ୩୦ ତାରିଖ ଚତୁର୍ଥ ଓ ପଞ୍ଜମ ପର୍ଯ୍ୟାୟରେ ୫-ଟି ରୁପାନ୍ତରିତ ବିଦ୍ୟାଳୟଗୁଡିକ ଉଦ୍‍ଘାଟନ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର