ଟିକସ ଫାଙ୍କିବା ପଡିଲା ମହାଙ୍ଗା: ୨ ଟ୍ରକକୁ ୨ କୋଟିରୁ ଉର୍ଦ୍ଧ୍ବ ଜୋରିମାନା

The Sakala Picture
Published On

ବାରିପଦା: ଟିକସ ଫାଙ୍କିବା ଅଭିଯୋଗରେ ଦୁଇ ଗୋଟି ଟ୍ରକ୍‌କୁ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଜୋରିମାନା କରିଛନ୍ତି ସେଣ୍ଟ୍ରାଲ ଏକ୍ସସାଇଜ ଓ ଜିଏସ୍‌ଟି ଟିମ। ସୂଚନା ଅନୁଯାୟୀ, ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଗୁଟକା ଓ ପାନ ମସଲା ଆଦି ବୋଝେଇ କରି ଯାଉଥିଲା ଉକ୍ତ ଟ୍ରକ ଦ୍ୱୟ। ବିଶ୍ୱସ୍ତସୂତ୍ରରୁ ଖବର ପାଇ ବାରିପଦା ଓ ରାଉରକେଲା ସେଣ୍ଟ୍ରାଲ ଏକ୍ସସାଇଜ ଓ ଜିଏସ୍‌ଟି ବିଭାଗର ଏକ ସତନ୍ତ୍ର ୧୦ଜଣିଆ ଟିମ ମାଡି ବସିଥିଲେ। ଉକ୍ତ ୨ ଟ୍ରକ୍‌କୁ ଅଟକ […]

ବାରିପଦା: ଟିକସ ଫାଙ୍କିବା ଅଭିଯୋଗରେ ଦୁଇ ଗୋଟି ଟ୍ରକ୍‌କୁ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଜୋରିମାନା କରିଛନ୍ତି ସେଣ୍ଟ୍ରାଲ ଏକ୍ସସାଇଜ ଓ ଜିଏସ୍‌ଟି ଟିମ। ସୂଚନା ଅନୁଯାୟୀ, ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଗୁଟକା ଓ ପାନ ମସଲା ଆଦି ବୋଝେଇ କରି ଯାଉଥିଲା ଉକ୍ତ ଟ୍ରକ ଦ୍ୱୟ। ବିଶ୍ୱସ୍ତସୂତ୍ରରୁ ଖବର ପାଇ ବାରିପଦା ଓ ରାଉରକେଲା ସେଣ୍ଟ୍ରାଲ ଏକ୍ସସାଇଜ ଓ ଜିଏସ୍‌ଟି ବିଭାଗର ଏକ ସତନ୍ତ୍ର ୧୦ଜଣିଆ ଟିମ ମାଡି ବସିଥିଲେ। ଉକ୍ତ ୨ ଟ୍ରକ୍‌କୁ ଅଟକ ରଖିବା ସହ ଜରିମାନା ନେଇ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରେମିକାକୁ ହତ୍ୟା କରି ଦୁର୍ଘଟଣା ରୂପ ଦେଇଥିଲା ପ୍ରେମିକ, ବାନ୍ଧିଲା ପୋଲିସ

ଜିଲ୍ଲାର ୧୮ ନଂ ଜାତୀୟ ରାଜପଥର କୁଲିଅଣା ଟୋଲ ପ୍ଲାଜା ନିକଟରେ ଦୁଇଟି ଟ୍ରକକୁ ଜବତ କରାଯାଇଛି। ବାରିପଦା ସ୍ଥିତ କାର୍ଯ୍ୟାଳୟକୁ ଆଣିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ। ଟ୍ରକ୍ ଦୁଇଟିରେ ପ୍ରାୟ ୬ଶହରୁ ଊର୍ଦ୍ଧ୍ୱ ପେଟି ପାନ ମସଲା ଥିବା ବେଳେ ସେମାନଙ୍କର କାଗଜପତ୍ର ଯାଞ୍ଚ ବେଳେ କେନ୍ଦ୍ରୀୟ ଟିକସ ଦିଆଯାଇ ନ ଥିବା ଜଣାପଡିଥିଲା। ଏହାପରେ ଜିଏସ୍‌ଟି ବିଭାଗ ପକ୍ଷରୁ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ଟ୍ରକ୍‌ ଦ୍ୱୟ ପ୍ରକୃତରେ କେଉଁ ଠାରୁ ଆସି କେଉଁ ମାଲିକ ପାଖକୁ ଯାଉଥିଲା ତାର ପ୍ରକୃତ ତଦନ୍ତ ଚାଲୁଥିବା କେନ୍ଦ୍ରୀୟ ଜିଏସ୍‌ଟି ବିଭାଗ ପକ୍ଷରୁ କୁହାଯାଇଛି। ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇ ପାରିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି

01 Dec 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର