ସିଦ୍ଧ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ବନ୍ଦ ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

The Sakala Picture
Published On

ଦିଗପହଣ୍ଡି: ସମଗ୍ର ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜା ପାଉଥିବା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧିନସ୍ଥ ବଡଡୁମ୍ୱବୁଳା ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମାଁ ସିଦ୍ଧ ବାଙ୍କେଶ୍ୱରୀଙ୍କ ଚଳିତ ବର୍ଷ ବାର୍ଷିକ ଯାତ୍ରା ମହୋତ୍ସବକୁ ଗଞ୍ଜାମ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବାତିଲ କରାଯାଇଛି। ବ୍ରହ୍ମପୁର ଉପଜିଲାପାଳ ଭି.କିର୍ତ୍ତି ଭାସନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ୱାଇଁ ଙ୍କ ଉପସ୍ଥିତିରେ ବଡ଼ ଡୁମ୍ୱୁଳା ଗ୍ରାମର ମୁଖ୍ୟ ରାଜପଥକୁ ଚତୁର୍ଦ୍ଦିଗକୁ ସମ୍ପୂର୍ଣ୍ଣ ସିଲ୍‍ କରିଦେବା […]

ଦିଗପହଣ୍ଡି: ସମଗ୍ର ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜା ପାଉଥିବା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧିନସ୍ଥ ବଡଡୁମ୍ୱବୁଳା ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମାଁ ସିଦ୍ଧ ବାଙ୍କେଶ୍ୱରୀଙ୍କ ଚଳିତ ବର୍ଷ ବାର୍ଷିକ ଯାତ୍ରା ମହୋତ୍ସବକୁ ଗଞ୍ଜାମ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବାତିଲ କରାଯାଇଛି। ବ୍ରହ୍ମପୁର ଉପଜିଲାପାଳ ଭି.କିର୍ତ୍ତି ଭାସନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ୱାଇଁ ଙ୍କ ଉପସ୍ଥିତିରେ ବଡ଼ ଡୁମ୍ୱୁଳା ଗ୍ରାମର ମୁଖ୍ୟ ରାଜପଥକୁ ଚତୁର୍ଦ୍ଦିଗକୁ ସମ୍ପୂର୍ଣ୍ଣ ସିଲ୍‍ କରିଦେବା ସହ ମୁଖ୍ୟ ପ୍ରବେଶପଥ ରାସ୍ତାକୁ ବୁଧବାର ରାତି ପ୍ରାୟ ୮ଟା ରେ ଖୋଳି ଦିଆଯାଇଥିବା ଜଣାପଡ଼ିଛି। କରୋନା ସଂକ୍ରମଣର ୨ୟ ଲହରକୁ ରୋକିବା ନିମନ୍ତେ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ ଏହିକି ଯେ, ସରକାରଙ୍କ ନିର୍ଦ୍ଦେଶନାମା ପ୍ରକାରେ କରୋନା କଟକଣା ଅନୁପାଳନ ପୂର୍ବକ ମା’ଙ୍କ ଯାତ୍ରା ମହୋତ୍ସବକୁ ସୂଚାରୁ ରୂପେ ପରିଚାଳନା ନିମନ୍ତେ ଗତ ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ପ୍ରସ୍ତୁତି ବୈଠକ ସ୍ଥାନୀୟ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଥିଲା। ମା’ ସିଦ୍ଧ ବାଙ୍କେଶ୍ୱରୀ ଉନ୍ନୟନ ଓ ପରିଚାଳନା କମିଟି ଆନୁକୂଲ୍ୟରେ ମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ହରିସେବକ ପଣ୍ଡା ଏହି ବୈଠକ ରେ ସଭାପତିତ୍ୱ କରିଥିବା ବେଳେ ଦିଗପହଣ୍ଡି ତହସିଲଦାର, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା, ମନ୍ଦିର ପରିଚାଳନା କମିଟି ଉପ ସଭାପତି ସଞ୍ଜୀବ କୁମାର, ସମ୍ପାଦକ ଉପେନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ସୁଦାମ ଦୋରା, ପଦ୍ମନାଭପୁର ସରପଞ୍ଚ କ୍ରିଷ୍ଣାରାଓ ସୁବୁଦ୍ଧି, ପୂର୍ବତନ ସମିତି ସଭ୍ୟ ରମେଶ ପାଢୀଙ୍କ ସମେତ ମନ୍ଦିର ସେବାୟତ ମାନେ ଉପସ୍ଥିତ ଥିଲେ। କରୋନା କଟକଣା ଅନୁପାଳନ ପୂର୍ବକ ଚଳିତ ଫାଲଗୁନ ଶୁକ୍ଳ ତ୍ରୟୋଦଶୀ ତିଥି ଶନିବାର ଠାରୁ ଚୈତ୍ର କୃଷ୍ଣ ପ୍ରତିପଦା ତିଥି ସୋମବାର ଯାଏଁ ୩ ଦିନ ମା’ ସିଦ୍ଧ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ଅନୁଷ୍ଠିତ କରାଯିବା ନିମନ୍ତେ ସର୍ବସମ୍ମତକ୍ରମେ ନିଷ୍ପତ୍ତି ନିଆଯାଇଥିଲା। କରୋନା ବ୍ୟାପିବାର ଆଶଂକା ଯୋଗୁଁ ଶ୍ରଦ୍ଧାଳୁଙ୍କ ଗହଳ ଚହଳ କୁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ବାରଣ କରାଯିବା ସହ ଅସ୍ଥାୟୀ ଉଠା ଦୋକାନକୁ କୌଣସି ପ୍ରକାର ଅନୁମତି ଦିଆଯିବ ନାହିଁ ବୋଲି ବୈଠକରେ ପ୍ରସ୍ତାବ ଗୃହୀତ କରାଯାଇଥିଲା। ମା’ ବାଙ୍କେଶ୍ୱରୀଙ୍କ ଯାତ୍ରା ସମୟରେ ପ୍ରବଳ ଜନସମାଗମ ହେବା ଆଶଙ୍କା ରହିଥିବାରୁ ଯାତ୍ରା ପୀଠକୁ ସଂଯୋଗ କରୁଥିବା ସମସ୍ତ ମୁଖ୍ୟରାସ୍ତା ଗୁଡ଼ିକୁ ପ୍ରଶାସନ ପକ୍ଷରୁ ବିଚ୍ଛିନ୍ନ କରି ଦିଆଯାଇଛି।

24 Mar 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର