ବହୁ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି ମାଟିର ଗାଁ ଛତ୍ରପୁର ଉପଖଣ୍ଡ ବିରିପୁର ଗ୍ରାମର କୁମ୍ଭାର ପରିବାର

The Sakala Picture
Published On

ଛତ୍ରପୁର(ପ୍ରଶାନ୍ତ ମହାରଣା): ଆଧୁନିକତାର ଛାପ ଓ ଚାପରେ ଦିନକୁ ଦିନ ବିଭିନ୍ନ ସମ୍ପ୍ରଦାୟର ଲୋକେ ସେମାନଙ୍କ କୌଳିକ ବୃତ୍ତି ପ୍ରତି ବିମୁଖ ହେଉଛନ୍ତି। ଜୀବିକା ହରାଇ କାରିଗରମାନେ ବଞ୍ଚିବାର ରାହା ଖୋଜୁଛନ୍ତି। ମାଟିର ଗାଁ ଛତ୍ରପୁର ଉପଖଣ୍ଡ ବିରିପୁର ଗ୍ରାମର କୁମ୍ଭାର ପରିବାର ବହୁ ଦୁର୍ଦ୍ଦିନ ଦେଇ ଗତି କରୁଛି। ଛତ୍ରପୁର ଉପଖଣ୍ଡ ବିରିପୁର ଗ୍ରାମର କୁମ୍ଭାର ପରିବାର ମାଟିରେ ବିଭିନ୍ନ ସମାଗ୍ରୀ ତିଆରି କରି ବେଶ ଚର୍ଚ୍ଚାରେ ରହିଥିଲେ। ଦିନ ଥିଲା ଏଠାରେ ମାଟିର ନର୍ମାଣ […]

ଛତ୍ରପୁର(ପ୍ରଶାନ୍ତ ମହାରଣା): ଆଧୁନିକତାର ଛାପ ଓ ଚାପରେ ଦିନକୁ ଦିନ ବିଭିନ୍ନ ସମ୍ପ୍ରଦାୟର ଲୋକେ ସେମାନଙ୍କ କୌଳିକ ବୃତ୍ତି ପ୍ରତି ବିମୁଖ ହେଉଛନ୍ତି। ଜୀବିକା ହରାଇ କାରିଗରମାନେ ବଞ୍ଚିବାର ରାହା ଖୋଜୁଛନ୍ତି। ମାଟିର ଗାଁ ଛତ୍ରପୁର ଉପଖଣ୍ଡ ବିରିପୁର ଗ୍ରାମର କୁମ୍ଭାର ପରିବାର ବହୁ ଦୁର୍ଦ୍ଦିନ ଦେଇ ଗତି କରୁଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଛତ୍ରପୁର ଉପଖଣ୍ଡ ବିରିପୁର ଗ୍ରାମର କୁମ୍ଭାର ପରିବାର ମାଟିରେ ବିଭିନ୍ନ ସମାଗ୍ରୀ ତିଆରି କରି ବେଶ ଚର୍ଚ୍ଚାରେ ରହିଥିଲେ। ଦିନ ଥିଲା ଏଠାରେ ମାଟିର ନର୍ମାଣ କରାଯାଉଥିବା ସାମଗ୍ରିର ବେଶ ଚାହିଦା ଥିଲା। ସେମାନେ ମାଟିରେ ବିଭିନ୍ନ ପ୍ରକାରର ପାତ୍ର ପ୍ରସ୍ତୁତ କରି ଭଲ ଦୁଇ ପାଇସା ରୋଜଗାର କରି ପରିବାର ସୁଖରେ ଚଳାଉଥିଲେ। କିନ୍ତୁ କାଳକ୍ରମେ ପ୍ଲାଷ୍ଟିକ, ଷ୍ଟିଲ ଓ କାଚରେ ନିର୍ମିତ ଘରୋଇ ସାମଗ୍ରୀର ଚାହିଦା ବୃଦ୍ଧି ପାଇବା ଯୋଗୁଁ କୁମ୍ଭାରମାନଙ୍କ ଦ୍ୱାରା ନିର୍ମାଣ କରାଯାଉଥିବା ପାତ୍ର ଗୁଡିକର ଚାହିଦା ଦିନକୁ ଦିନ ଲୋପ ପାଇବାରେ ଲାଗିଛି। ବହୁ ବର୍ଷରୁ ପୂର୍ବ ପୁରୁଷର ବିରିପୁର ଗ୍ରାମରେ ୨ଶହ ପରିବାର ଲୋକ ଏହି କୌଳିକ ବୃତ୍ତି ଆପଣାଇ ଜୀବିକାନିର୍ବାହ କରି ଆସୁଥିଲେ। ଉକ୍ତ ଗ୍ରାମକୁ ମାଟି ଗ୍ରାମ ବିରିପୁରୁ ବୋଲି ଲୋକେ କହି ଆସୁଥିଲେ। କିନ୍ତୁ ବର୍ତ୍ତମାନ ମାତ୍ର ୨୦ଟି ପରିବାର ଏହି ବୃତ୍ତିକୁ ଆପଣାଇଥିବା ବେଳେ ଅନ୍ୟମାନେ ବୃତ୍ତି ଛାଡିଲେଣି। ଦିନକୁ ଦିନ ମାଟିର ଅଭାବ ସମେତ ଜାଳେଣି ପାଇଁ କାଠ ଅଭାବ ଯୋଗୁଁ ବହୁ ପରିବାର ବୃତ୍ତିରୁ ନିବୃତ୍ତ ରହିଛନ୍ତି। ମାଟିର ଦୀପ, କଳସ, ସରା ଆଦି ପ୍ରାଚୀୟ କାଳରୁ ରହିଥିଲେ ହେଁ ଏବେ ତାହା ଧୀରେ ଧୀରେ ଲୋପ ପାଇଲାଣି। ଏନେଇ ଗ୍ରାମର ଧର୍ମା ମୁଦୁଲି କୁହନ୍ତି ଦିନକୁ ୮ରୁ ୧୦ଘଣ୍ଟା ପରିଶ୍ରମ କରିବାକୁ ପଡୁଛି। ପରିଶ୍ରମ ଅନୁସାରେ ପ୍ରାପ୍ୟ ମିଳୁନି। କିନ୍ତୁ ଏହି ବୃତ୍ତିରୁ ନିଜକୁ ଦୂରେଇ ରଖିପାରୁନୁ। ସେହିଭଳି କୁମ୍ଭକାର ରୋହିତ ମୁଦୁଲି କୁହନ୍ତି ଗ୍ରାମର ବହୁ ପରିବାର ଏହି କୌଳିକ ବୃତ୍ତି ଛାଡି ଅନ୍ୟତ୍ର ଯାଇ କାମ କରୁଛନ୍ତି। କେବଳ ପୂଜା ପର୍ବାଣରେ କିଛି ବ୍ୟବସାୟ କରୁଛନ୍ତି। ବର୍ତ୍ତମାନର ଯୁବପିଢି କୌଳିକବୃତିରୁ ନିଜକୁ ଦୂରେଇ ରଖୁଥିବା ବେଳେ ମାଟି ପାତ୍ର ତିଆରିର ଭବିଷ୍ୟତ ମଧ୍ୟ ସ୍ମୃତିରେ ସୀମିତ ହୋଇଯିବ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର