ପିଇଓଙ୍କୁ ଘାରିଥିଲା ରାତାରାତି କୋଟିପତି ନିଶା : ୪୩ ଲକ୍ଷର ସରକାରୀ ଅର୍ଥରେ କରୁଥିଲେ କ୍ରିକେଟ୍ ବେଟିଂ
ଦିଗପହଣ୍ଡି : ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ରାଧାଦେଇପୁର ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)।ସରକାରୀ ଅର୍ଥ ହେରଫେର ମାମଲାରେ ପିଇଓ କ୍ଷେତ୍ରମୋହନ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ୪୩ ଲକ୍ଷର ସରକାରୀ ଅର୍ଥରେ କ୍ରିକେଟ୍ ବେଟିଂରେ ଲଗାଇଥିବା ଅଭିଯୋଗରେ ତାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ସବୁଠୁ ବଡ଼ କଥା ହେଉଛି କ୍ଷମତାର ଅପବ୍ୟବହାର ସହ ସରପଞ୍ଚଙ୍କ ନକଲି ଦସ୍ତଖତରେ ପଞ୍ଚାୟତକୁ ବିଭିନ୍ନ ଯୋଜନା ପାଇଁ ଆସିଥିବା ସରକାରୀ ଟଙ୍କା ହଡ଼ପ […]
ଦିଗପହଣ୍ଡି : ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ରାଧାଦେଇପୁର ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)।ସରକାରୀ ଅର୍ଥ ହେରଫେର ମାମଲାରେ ପିଇଓ କ୍ଷେତ୍ରମୋହନ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ୪୩ ଲକ୍ଷର ସରକାରୀ ଅର୍ଥରେ କ୍ରିକେଟ୍ ବେଟିଂରେ ଲଗାଇଥିବା ଅଭିଯୋଗରେ ତାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ସବୁଠୁ ବଡ଼ କଥା ହେଉଛି କ୍ଷମତାର ଅପବ୍ୟବହାର ସହ ସରପଞ୍ଚଙ୍କ ନକଲି ଦସ୍ତଖତରେ ପଞ୍ଚାୟତକୁ ବିଭିନ୍ନ ଯୋଜନା ପାଇଁ ଆସିଥିବା ସରକାରୀ ଟଙ୍କା ହଡ଼ପ କରି କ୍ରିକେଟ୍ ବେଟିଂରେ ଲଗାଇଥିଲେ ପିଇଓ କ୍ଷେତ୍ରମୋହନ ନାୟକ।
ମିଳିଥିବା ସୂଚନା ଅନୁସାରେ ପିଇଓ କ୍ଷେତ୍ରମୋହନ ନାୟକଙ୍କୁ କମଦିନରେ କୋଟିପତି ହେବା ନିଶା ଲାଗିଥିଲା। ସରକାରୀ ଚାକିରିକୁ ବର୍ଷେ ପୂରି ନଥିଲେ ମଧ୍ୟ ମନରେ ଆଦୌ ଭୟ ନଥିଲା। କମଦିନରେ କୋଟିପତି ହେବା ପାଇଁ ସରପଞ୍ଚଙ୍କ ନକଲି ଦସ୍ତଖତରେ ପଞ୍ଚାୟତ ସରକାରୀ ଟଙ୍କାକୁ ଉଠାଇ ଗେମିଂ ଆପ୍ରେ ଲଗାଇଥିଲେ। ସରପଞ୍ଚଙ୍କ ଅଜାଣତରେ ପ୍ରାୟ ୪୩ଲକ୍ଷ ଟଙ୍କା ଉଠା ଯାଇଥିବା ନେଇ ପିଇଓ କ୍ଷେତ୍ର ମୋହନ ନାୟକଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।ଏହି ଅଭିଯୋଗକ୍ରମେ ଗୁରୁବାର ବ୍ରହ୍ମପୁର ଭିଜିଲାନ୍ସର ଏକ ଟିମ୍ ରାଧାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଯାଞ୍ଚ କରିବା ସହିତ ବିଭିନ୍ନ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ପିଇଓଙ୍କୁ ଜେରା କରିବା ସହ ତାଙ୍କୁ ବ୍ରହ୍ମପୁର ଉଠାଇ ନେଇଥିବା ନେବା ସହ ପିଇଓଙ୍କ କାର୍ଯ୍ୟାଳୟରୁ ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।
ଅନ୍ୟପଟେ ଅଧିକ ତଦନ୍ତ ପାଇଁ ସରପଞ୍ଚଙ୍କ ସମେତ ବ୍ଲକର କିଛି ଅଧିକାରୀଙ୍କୁ ମଧ୍ୟ ଭିଜିଲାନ୍ସ ଡ଼ାକିଥିବା ସୂଚନା ମିଳିଛି। ଅପରପକ୍ଷେ ପିଇଓ କ୍ଷେତ୍ର ମୋହନଙ୍କୁ ବଦଳି କରାଯାଇ ଆଉ ଜଣେ ପିଇଓଙ୍କ ନିଯୁକ୍ତି ପାଇଁ ବ୍ଳକ୍ ପକ୍ଷରୁ ଆଦେଶ ଦିଆଯାଇଛି। ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଧୀନ ରାଧାଦେଇପୁର ପଞ୍ଚାୟତରେ କ୍ଷେତ୍ରମୋହନ ନାୟକ ପିଇଓ ଭାବେ ୨୦୨୪ ଜୁଲାଇ ମାସ ଠାରୁ କାର୍ଯ୍ୟରତ ଥିଲେ। ସରକାରୀ ଚାକିରିକୁ ବର୍ଷେ ବିତି ନଥିବା ବେଳେ ଅସାଧୁ କାମ ଆରମ୍ଭ କରିଦେଇଥିଲେ। ପଞ୍ଚାୟତର ସବୁ ଟଙ୍କା ଦିଗପହଣ୍ଡିସ୍ଥିତ ଆକ୍ସିସ ଓ କାନାଡା ବ୍ୟାଙ୍କର ଶାଖାରେ ଥିଲା। ସେ କ୍ଷମତାର ଅପବ୍ୟବହାର ସହ ସରପଞ୍ଚଙ୍କ ନକଲି ଦସ୍ତଖତ ମାଧ୍ୟମରେ ପଞ୍ଚାୟତର ସିଏଫ୍ସି, ଏସ୍ଏଫ୍ସି, ପିଡିଏସ୍ ଏବଂ ଓଏପି ଆକାଉଣ୍ଟସ୍ରୁ ୪୩,୦୧,୬୪୦ ଟଙ୍କା କୌଶଳ କ୍ରମେ ହଡ଼ପ କରି ନେଇଥିଲେ। ସରକାରୀ ଟଙ୍କାକୁ ଶ୍ରୀ ନାୟକ ହଡ଼ପ କରି କ୍ରିକେଟ୍ ବେଟିଂ କରୁଥିଲେ। ସେହିପରି ସେ ବିଭିନ୍ନ ପ୍ରକାରର ଗେମିଂ ଆପ୍ରେ ମଧ୍ୟ ଖେଳୁ ଥିଲେ।