ଆଜିଠାରୁ ମା’ତାରାତାରିଣୀଙ୍କ ମନ୍ଦିର ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ

The Sakala Picture
Published On

ଭୁବନେଶ୍ୱର/ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଆରାଧ୍ୟ ମା’ତାରାତାରିଣୀ ଦେବୀଙ୍କ ପୁରାତନ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଆଜିଠାରୁ ଆରମ୍ଭ ହେଉଛି। ଏହି ପବିତ୍ର କାର୍ଯ୍ୟ ଆସନ୍ତା ୨୦ ତାରିଖ ଯାଏଁ ବିଧିବିଧାନ ଅନୁସାରେ ଅନୁଷ୍ଠିତ ହେବ। ୬ ଦିନ ଧରି ହେବାକୁଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆସନ୍ତା ୧୮ ତାରିଖରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ତାରାତାରିଣୀ ପୀଠ ଆଧ୍ୟାତ୍ମିକ ପୀଠ ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର। ରାଜ୍ୟର ଅନ୍ୟ ପ୍ରାନ୍ତ […]

ଭୁବନେଶ୍ୱର/ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଆରାଧ୍ୟ ମା’ତାରାତାରିଣୀ ଦେବୀଙ୍କ ପୁରାତନ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଆଜିଠାରୁ ଆରମ୍ଭ ହେଉଛି। ଏହି ପବିତ୍ର କାର୍ଯ୍ୟ ଆସନ୍ତା ୨୦ ତାରିଖ ଯାଏଁ ବିଧିବିଧାନ ଅନୁସାରେ ଅନୁଷ୍ଠିତ ହେବ। ୬ ଦିନ ଧରି ହେବାକୁଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆସନ୍ତା ୧୮ ତାରିଖରେ ଯୋଗ ଦେବେ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ତାରାତାରିଣୀ ପୀଠ ଆଧ୍ୟାତ୍ମିକ ପୀଠ ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର। ରାଜ୍ୟର ଅନ୍ୟ ପ୍ରାନ୍ତ ଏବଂ ପଡୋଶୀ ତେଲଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ବହୁ ଭକ୍ତ ଓ ପର୍ଯ୍ୟଟକ ତାରାତାରିଣୀଙ୍କ ଦର୍ଶନ କରିବା ନେଇ ନିୟମିତ ଭାବେ ଆସିଥାଆନ୍ତି। ତେଣୁ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ସୁବିଧାକୁ ଦୃଷ୍ଟିରେ ରଖି ଏହି ପୀଠର ସାମଗ୍ରିକ ରୂପାନ୍ତରଣକୁ ରାଜ୍ୟ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିୟମିତ ବ୍ୟବଧାନରେ ତାରାତାରିଣୀ ପୀଠର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରି ଆସୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ‘୫-ଟି’ ଭି.କେ ପାଣ୍ଡିଆନ୍‍ ନିୟମିତ ଭାବେ ପୀଠକୁ ଗସ୍ତ କରିବା ସହ ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ। ଏହି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରତ୍ୟକ୍ଷ ଭାବେ ଦେବୀପୀଠର ପୂଜକ, ଭକ୍ତ ଏବଂ ପର୍ଯ୍ୟଟକଙ୍କ ସହ ଆଲୋଚନା କରି ରୂପାନ୍ତରଣ ନକ୍ସା ଆଙ୍କିବାରେ ୫-ଟି ସଚିବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବର୍ତ୍ତମାନ ତାରାତାରିଣୀ ପୀଠର ଶୁଭ ଖୁଣ୍ଟି ସ୍ଥାପନା ଠାରୁ ଆରମ୍ଭ କରି ମନ୍ଦିର କମ୍ପେ୍ଲକ୍ସର ସାମଗ୍ରିକ ବିକାଶ କରାଯାଇଛି। ରୂପାନ୍ତରଣ କାର୍ଯ୍ୟ ମଧ୍ୟରେ ଯଜ୍ଞ ମଣ୍ଡପ, ପ୍ରସାଦ ସେବନ ହଲ୍‍, ଭ୍ୟୁ ପଏଣ୍ଟ, ସାଇଡ୍‍ ଭିଉ, ଦୀପ ଗୃହ ସ୍ଥାନ ରହିଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଆଦିଶକ୍ତି ମା’ ତାରାତାରିଣୀ ଯୁଗ୍ମରୂପିଣୀ ଅଯୁଗ୍ମ ରୂପରେ ସେ ସଙ୍କଟତାରିଣୀ ଭାବେ ପରିଚିତା। ଦୁର୍ଗମ ପାହାଡ, ଘନ ଜଙ୍ଗଲ ଭରା ପର୍ବତ ଦେହରେ ପୂଜା ପାଇ ଆସୁଥିବା ଭଗବତୀ ଭକ୍ତଙ୍କ ପାଇଁ ଦୁର୍ଲଭ। ବଉଳମାଳିଆ ପଥର ଦ୍ୱାରା ନବନିର୍ମିତ ପଞ୍ଚାୟତନ ବିଶିଷ୍ଟ ମନ୍ଦିର ମଧ୍ୟରେ ଆରାଧ୍ୟ ପୂଜା ପାଇ ଆସୁଛନ୍ତି। ସେହି ନବନିର୍ମିତ ଜୀର୍ଣ୍ଣୋଦ୍ଧାର ଦେବୀ ପ୍ରାସାଦର ପ୍ରତିଷ୍ଠା ମହୋତ୍ସବ ସମସ୍ତଙ୍କ ମନରେ ଉଲ୍ଲାସ ଭରିଛି। ପ୍ରାୟ ଅଢେଇ ବର୍ଷ ତଳୁ ତାରା ତାରିଣୀ ପୀଠ ଉନ୍ନୟନକୁ ପ୍ରାଧାନ୍ୟ ଦିଆଯାଉଛି। ପ୍ରାରମ୍ଭିକ ଭାବେ ୫-ଟି ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଗସ୍ତ ପରେ ରୂପାନ୍ତରଣ ନେଇ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଥିଲା। ଏହି ଆକ୍ସନ ପ୍ଲାନ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅନୁମୋଦନ ଲାଭ କରିଥିଲା। ଏହା ପରେ ସିଂହଦ୍ୱାର ଉନ୍ନୟନ ସହ ଭକ୍ତଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆବଶ୍ୟକ ନିର୍ମାଣ କରାଯାଇଥିଲା। ସେଠାରେ ଭକ୍ତଙ୍କ ଗମାନଗମନ ପାଇଁ ରାସ୍ତା, ପାନୀୟ ଜଳ ସୁବିଧା, ଇଣ୍ଟରପ୍ରିଟେସନ୍‍ ସେଣ୍ଟର ଏବଂ ମୁଣ୍ଡନ ହଲ୍‍ ନିର୍ମାଣ ଆରମ୍ଭ ହୋଇଥିଲା। ପ୍ରତୀକ୍ଷାଳୟ, ବିନା ବାଧାରେ ଯାତାୟତ ସୁବିଧା, ଆଧ୍ୟାତ୍ମିକ ଉପାସନା ଗୃହ, ମନ୍ଦିର ପରିବେଷ୍ଟନୀ ଅଞ୍ଚଳର ବିକାଶ କାର୍ଯ୍ୟ ମଧ୍ୟ ରୂପାନ୍ତରଣ ଅଂଶ ବିଶେଷ ରହିଥିଲା। ପ୍ରସିଦ୍ଧ ସ୍ଥପତି ନାରାୟଣ ତ୍ରିପାଠୀ ଏହାର ଡିଜାଇନ୍‍ ପ୍ରସ୍ତୁତ କରିଥିଲେ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଆଜି ଅର୍ଥାତ- ୧୫ ତାରିଖରେ ଦୀକ୍ଷା ଗ୍ରହଣ, ଅଙ୍କୁରାରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ୧୬ରେ ଜଳଯାତ୍ରା, ଯଜ୍ଞାରମ୍ଭ, ବ୍ରାହ୍ମଣ ବରଣ, ଅଗ୍ନି ସଂସ୍କାର, ସାଲା ସଂସ୍କାର, ପୂଜା ହୋମ ସହ ଅଖଣ୍ଡ ଶିବେକାଳୀ ନାମଯଜ୍ଞ ଆରମ୍ଭ କରାଯିବ। ୧୭ ତାରିଖରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଚଣ୍ଡୀପାଠ, ମହାରୁଦ୍ରାଭିଷେକ, ଧ୍ୱଜ, ତ୍ରିଶୂଳ, ପାର୍ଶ୍ବ ଦେବାଦେବୀଙ୍କ ସପ୍ତାଧିବାସ ଏବଂ ଧ୍ୟାନ୍ୟାଧିବାସ କରାଯିବ। ୧୮ ତାରିଖ ଦିନ ସୂର୍ଯ୍ୟ ପୂଜା ସହ ମଣ୍ଡଳ ଦେବତା ପୂଜା, ହୋମ, ଦଶମହାବିଦ୍ୟା, ଯଜ୍ଞ ଓ ପୁରଷ୍କରଣ, ତ୍ରିଶୂଳ, ଧ୍ୱଜ, ମହାଧିଜଙ୍କ ଦେବତାଙ୍କ ମହାସ୍ନାନ ପ୍ରକ୍ରିୟା କରାଯିବ। ଏହାର ପରଦିନ ଅର୍ଥାତ ୧୯ ତାରିଖରେ ସୂର୍ଯ୍ୟ ପୂଜା ସହ ଦେବତା ତଥା ଆୟୁଧ ଧ୍ୱଜମାନଙ୍କ ନ୍ୟାସ କାର୍ଯ୍ୟକ୍ରମ ରହିଛି। ଅନ୍ତିମ ଦିନରେ ଧ୍ୱଜ, ତ୍ରିଶୂଳ, ପାର୍ଶ୍ବ ଦେବତାଙ୍କ ସ୍ଥାପନ ସହ ମହାଦେବୀଙ୍କ ରତ୍ନ ସିଂହାସନ ବିଜେ ବିଧି, ମହାଧିଜଙ୍କ ଭ୍ରମଣ ଓ ସମର୍ପଣ, ଅଖଣ୍ଡ ନାମଯଜ୍ଞ ଓ ଘୃତଯଜ୍ଞର ପୂର୍ଣ୍ଣାହୂତି ହେବାର ରହିଛି।

15 May 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର