ଭଉଣୀ ବିବାହରେ କାଲି ଖୁସିରେ ହାତଗଣ୍ଠି ଫିଟାଇଥିଲେ ରୁପାଲି, ମାତ୍ର ଆଜି ଦୁର୍ଘଟଣାରେ ଚାଲିଗଲା ଜୀବନ

The Sakala Picture
Published On

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୧୧ ଜଣଙ୍କର ଜୀବନ। ବିବାହ ଉତ୍ସବର ଘଣ୍ଟାଏ ପରେ ଦୁର୍ଘଟଣା ଖବର ଶୁଣି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଭଉଣୀ ବିବାହରେ ଯୋଗଦେବା ପାଇଁ ବହୁ ଖୁସିରେ ଯାଇଥିଲେ, ହେଲେ କିଏ ଜାଣିଥିଲା ଭଉଣୀଙ୍କ ବିବାହ ସାନ ଭଉଣୀ ରୂପାଲିଙ୍କ ପାଇଁ ଶେଷ ଖୁସି ହେବ । ଭଉଣୀ ବିବାହରେ ହାତଗଣ୍ଠି ଫିଟାଇଥିଲେ ସୋନାଲିଙ୍କ ସାନ ଭଉଣୀ ରୂପାଲି ପ୍ରଧାନ। ହେଲେ […]

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୧୧ ଜଣଙ୍କର ଜୀବନ। ବିବାହ ଉତ୍ସବର ଘଣ୍ଟାଏ ପରେ ଦୁର୍ଘଟଣା ଖବର ଶୁଣି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଭଉଣୀ ବିବାହରେ ଯୋଗଦେବା ପାଇଁ ବହୁ ଖୁସିରେ ଯାଇଥିଲେ, ହେଲେ କିଏ ଜାଣିଥିଲା ଭଉଣୀଙ୍କ ବିବାହ ସାନ ଭଉଣୀ ରୂପାଲିଙ୍କ ପାଇଁ ଶେଷ ଖୁସି ହେବ । ଭଉଣୀ ବିବାହରେ ହାତଗଣ୍ଠି ଫିଟାଇଥିଲେ ସୋନାଲିଙ୍କ ସାନ ଭଉଣୀ ରୂପାଲି ପ୍ରଧାନ। ହେଲେ ବସ ଦୁର୍ଘଟଣାରେ ତାଙ୍କ ପ୍ରାଣ ଚାଲି ଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କେବଳ ରୂପାଲି ନୁହେଁ ବଡ଼ ଭଉଣୀ ଶିବାନୀ ପ୍ରଧାନଙ୍କର ବି ମୃତ୍ୟୁ ହୋଇଛି। ଶିବାନୀ ଶିକ୍ଷକତା କରୁଥିଲେ । ଭଉଣୀ ବିବାହ ରିସେପସନରେ ଯୋଗଦେବାକୁ ଯାଇଥିଲେ ହେଲେ ଫେରିଲା ତାଙ୍କ ମୃତଦେହ। ବଡ଼ବାପା ତ୍ରିପତି ପ୍ରଧାନ, କକା ରମେଶ ପ୍ରଧାନ ଓ ସମ୍ପର୍କୀୟ କକା ସୀତାରାମଙ୍କର ମଧ୍ୟ ଜୀବନ ଯାଇଛି। ବଡ଼ବାପା ଝିଅ ଭଉଣୀ ସୁଜ୍ଞାନୀ ପ୍ରଧାନ, ୩ବର୍ଷର ପୁତୁରା ଦେବାଂଶୁ ଓ ବର୍ଷକର ଆଦ୍ବିକଙ୍କର ବି ମୃତ୍ୟୁ ହୋଇଛି । ସେପଟେ ସୁଜ୍ଞାନୀଙ୍କ ସ୍ବାମୀ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ସୂଚନାଯୋଗ୍ୟ, ବ୍ରହ୍ମପୁର ବ୍ରହ୍ମାନଗରରେ ବାହାଘର ଉତ୍ସବରେ ଯୋଗଦେବା ପାଇଁ ଯାଇଥିଲେ କନ୍ୟାଯାତ୍ରୀ । ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗାଁରୁ କନ୍ୟାଯାତ୍ରୀ ଦଳ ଯାଇଥିଲେ । କନ୍ୟାକୁ ଛାଡିବା ପରେ ଭୋଜି ଖାଇ ଏକ ମିନି ବସରେ ପ୍ରାୟ ୩୦ ଜଣ ଫେରୁଥିଲେ ।ରାତି ପ୍ରାୟ ସାଢେ ଗୋଟାଏ ବେଳେ ମଳାଭଂଜା ନିକଟରେ ମିନି ବସଟି ପହଞ୍ଚିଥିଲା । ବିପରୀତ ଦିଗରୁ ଆସୁଥିବା ଓଏସଆରଟିସି ବସ୍ ଦ୍ରୁତ ଗତିରେ ମିନି ବସକୁ ଧକ୍କା ଦେଇଥିଲା ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର