ଆଶାର ଆଲୋକ ଗୌରୀ ଦିଦି

The Sakala Picture
Published On

ବ୍ରହ୍ମପୁର/ହିଞ୍ଜିଳିକାଟୁ : ସେ ଭିନ୍ନକ୍ଷମ ନୁହେଁ; ବରଂ ଭିନ୍ନ ପ୍ରକାରେ ସକ୍ଷମ | ହାତରେ ଆଶାବାଡ଼ି ଧରି ପ୍ଲାଷ୍ଟିକ୍ ଗୋଡ଼ର ସାହାରାରେ ସେ ଚାଲି ଯାଆନ୍ତି ଯୋଜନ ଯୋଜନ ବାଟ | ଏ ଦୁର୍ଗମ ପଥ ନିଜ ପାଇଁ ନୁହେଁ; ବରଂ କରୋନା ରୋଗୀଙ୍କୁ ଟିକେ ଆଶ୍ୱାସନା ଦେବା ପାଇଁ । ପର ପାଇଁ ହୃଦୟ କାନ୍ଦୁଥିବା ଏମିତି ଦରଦୀ ମଣିଷ ହେଲେ ଗୌରୀ କୁମାରୀ ଦଳେଇ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଚାନ୍ଦୁଲି ଗାଁର ଅଙ୍ଗନବାଡ଼ି […]

ବ୍ରହ୍ମପୁର/ହିଞ୍ଜିଳିକାଟୁ : ସେ ଭିନ୍ନକ୍ଷମ ନୁହେଁ; ବରଂ ଭିନ୍ନ ପ୍ରକାରେ ସକ୍ଷମ | ହାତରେ ଆଶାବାଡ଼ି ଧରି ପ୍ଲାଷ୍ଟିକ୍ ଗୋଡ଼ର ସାହାରାରେ ସେ ଚାଲି ଯାଆନ୍ତି ଯୋଜନ ଯୋଜନ ବାଟ | ଏ ଦୁର୍ଗମ ପଥ ନିଜ ପାଇଁ ନୁହେଁ; ବରଂ କରୋନା ରୋଗୀଙ୍କୁ ଟିକେ ଆଶ୍ୱାସନା ଦେବା ପାଇଁ । ପର ପାଇଁ ହୃଦୟ କାନ୍ଦୁଥିବା ଏମିତି ଦରଦୀ ମଣିଷ ହେଲେ ଗୌରୀ କୁମାରୀ ଦଳେଇ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଚାନ୍ଦୁଲି ଗାଁର ଅଙ୍ଗନବାଡ଼ି କର୍ମୀ ଭାବେ କାମ କରନ୍ତି ।

ପାଖରେ ସହଯୋଗ କରିବାକୁ ଗୌରୀଙ୍କ ପାଖରେ କେହି ନାହାଁନ୍ତି। ୪୪ ବର୍ଷୀୟ ଗୌରୀ ୨୦୧୬ ମସିହାରେ ହୃଦ୍‌ଘାତରେ ସ୍ବାମୀଙ୍କୁ ହରାଇବା ପରେ ଏକା ହୋଇଯାଇଥିଲେ | ଆଉ ୨୦୧୮ର ଦୁର୍ଘଟଣା ତାଙ୍କୁ ସମ୍ପୂର୍ଣ ଭାବେ ଦୋହଲାଇ ଦେଇଥିଲା। କାରଣ ଏଥିରେ ତାଙ୍କୁ ତାଙ୍କର ଗୋଡ଼ ହରାଇବାକୁ ପଡ଼ିଲା। ଏବେ ଗୌରୀଙ୍କ ପାଇଁ ପ୍ଲାଷ୍ଟିକ୍ ଗୋଡ଼ ଆଉ ଆଶାବାଡ଼ି ହିଁ ସାହାରା। ଜୀବନରେ ବିତି ଯାଇଥିବା ଦୁଃଖ ଦୁର୍ଦ୍ଦଶାକୁ ପାଥେୟ କରି ନିଜ ସଂଗ୍ରାମ ଜାରି ରଖୁଥିବା ଗୌରୀ ଏବେ ଶହ ଶହ କରୋନା ରୋଗୀଙ୍କ ସାହା ଭରସା |

୨୦୦୯ ମସିହାରୁ ଅଙ୍ଗନବାଡ଼ି କେନ୍ଦ୍ରର ଦାୟିତ୍ଵ ନେଲା ପରେ କେନ୍ଦ୍ର ଅଧୀନରେ ଲଡୁବାବା ସାହି, ଦେଗୁଣ୍ଡି ସାହି, ବନ୍ଧହୁଡ଼ା ପ୍ରମୁଖ ସାହିର ଭାର ତାଙ୍କ ମୁଣ୍ଡରେ। ୭୫୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଯେପରି କରୋନା ନ ଛୁଏଁ ସେଥପାଇଁ ଗୌରୀ ଜିଲ୍ଲା ପ୍ରଶାସନ ସହ ହାତ ମିଳାଇଛନ୍ତି। କରୋନାର ଗଡ଼ କୁହାଯାଉଥିବା ଗଞ୍ଜାମ ଜିଲ୍ଲାରେ କରୋନାର ହିତୀୟ ଲହର ମୁକାବିଲା ପାଇଁ ସେ ନିଜ ଦାୟିତ୍ବ ସୂଚାରୁରୂପେ ପାଳନ କରୁଛନ୍ତି | କରୋନାକୁ ପ୍ରତିହତ କରିବା ପାଇଁ ସ୍ବତନ୍ତ୍ର ଟିମ୍ ସହିତ ନୂଆ ପଦ୍ଧତି ଆପଣାଯାଇଛି। ଆଶା କର୍ମୀ, ସ୍ଵାସ୍ଥ୍ୟକର୍ମୀଙ୍କ ସହ ମିଶି ଏକ ଦଳ କରି ଘରକୁ ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି। କେନ୍ଦ୍ର ଅଧୀନରେ ଥିବା ସମସ୍ତ ୫୦ ଶିଶୁଙ୍କ ଯତ୍ନ ନିଜେ ନେଉଛନ୍ତି। ଟିକା ନେବା ପାଇଁ ସମସ୍ତଙ୍କୁ ସଚେତନ କରିବା ସହ ଗର୍ଭବତୀ, ମହିଳା ଓ ପ୍ରସୂତିଙ୍କୁ ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି। ପିଲାମାନଙ୍କୁ ଉଚିତ୍ ସମୟରେ ଛତୁଆ ଅଣ୍ଡା ବଣ୍ଟନ କରିବା ହେଉ କି ପିଲାଙ୍କ ଯତ୍ନ ନେବାକୁ ସେ ଅଭିଭାବକଙ୍କୁ ପରାମର୍ଶ ଦେବ ସବୁ କାମରେ ସେ ପାରଙ୍ଗମ । ଏହାସହ ବୟସ୍କ ଓ ବରିଷ୍ଠ ନାଗରିକଙ୍କୁ ଘର ନ ବାହରିବାକୁ ସଦା ସଚେତନ କରୁଛନ୍ତି। ଏହି କାମରେ ଗୌରୀଙ୍କୁ ସ୍ଥାନୀୟ ଆଶାକର୍ମୀ ଓ ସହାୟିକା ସହଯୋଗ କରିବା ସହ ସ୍ଥାନୀୟ ଲୋକ ସଚେତନ କରୁଛନ୍ତି।

କେନ୍ଦ୍ରରେ ପୂର୍ବରୁ ଅନେକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଏବେ କେହି ସଂକ୍ରମିତ ନାହାନ୍ତି। ପ୍ରଥମ ଲହର ଠାରୁ ଆଜି ପର୍ଯ୍ୟନ୍ତ ଘର ଘର ବୁଲି ସେ ଲୋକଙ୍କ ସ୍ଵାସ୍ଥ୍ୟବସ୍ଥା କଥା ପଚାରି ବୁଝନ୍ତି। କର୍ମ ହିଁ ଭଗବାନ ନୀତି ଆପଣାଇଥିବା ଗୌରୀ କହିଛନ୍ତି, ଗୋଡ଼ କଟିଯାଇଥିଲେ ମଧ୍ୟ କର୍ମରେ କେବେ ଅବହେଳା କରିନି। ଲୋକଙ୍କ ସେବା ମୋତେ ଖୁସି ଦିଏ | ପରିବାର କହିଲେ ଏବେ ଖାଲି ଝିଅ । ଝିଅ ବର୍ତ୍ତମାନ ଫାର୍ମାସି ପଢୁଛି। ସ୍ବାମୀଙ୍କ ମୃତ୍ୟୁ ପରେ ପରିବାର ଯତ୍ନ ସହ ଝିଅର ଦେଖାରଖା କରିବାରେ ଅନେକ ବାଧା ସୃଷ୍ଟି ହୋଇଥିଲା। ଜୀବନରେ ଏତେବଡ଼ ବିପତ୍ତିରୁ ମୁକୁଳିଥିଲେ ମଧ୍ୟ ନିଜର କର୍ମକୁ ଠିକ୍ ଭାବେ ତୁଲାଇ ଆସିଛି। ପ୍ରତ୍ୟେକ ଅଙ୍ଗନବାଡ଼ି ଜଣେ ଜଣେ ଯୋଦ୍ଧା । ଦିଦିମାନେ ନିଜଆଡୁ ମନବଳ ଦୃଢ଼ ରଖୁ ନିଜ କାର୍ଯ୍ୟରେ ଲାଗିବା ଆବଶ୍ୟକ ବୋଲି ସେ କହିଛନ୍ତି ।

18 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର