ଡିଭାଇଡ଼ରରେ ପିଟି ହେଲା ବାଇକ୍, ୨ ମୃତ

The Sakala Picture
Published On

ଛତ୍ରପୁର: ଛତ୍ରପୁର ସହରର ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରୋଡ ଡିଭାଇଡରରେ ପିଟିହେଲା ବାଇକ୍। ଘଟଣାସ୍ଥଳରେ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଗୁରୁବାର ସକାଳ ପ୍ରାୟ ୮ଟାରେ ଏହି ମର୍ମନ୍ତୁଦ ଦୁର୍ଘଟଣାଘଟିଛି । ମୃତକ ୨ଜଣ ହେଲେ ବ୍ରହ୍ମପୁର ବ୍ରହ୍ମାନଗରର ସୁମନ ଦାସ ଓ ହିଞ୍ଜିଳିକାଟୁ ନିକଟ କଞ୍ଚୁଡୁ ଅଞ୍ଚଳର ଦଣ୍ଡ ପାଳ। ଦୁହେଁ ବ୍ରହ୍ମପୁରରୁ ମିଶି ଏକ ବାଇକରେ ଛତ୍ରପୁର ଆସୁଥିବା ବେଳେ ଛତ୍ରପୁର ପାର୍ଶ୍ବ ଜାତୀୟ […]

ଛତ୍ରପୁର: ଛତ୍ରପୁର ସହରର ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରୋଡ ଡିଭାଇଡରରେ ପିଟିହେଲା ବାଇକ୍। ଘଟଣାସ୍ଥଳରେ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଗୁରୁବାର ସକାଳ ପ୍ରାୟ ୮ଟାରେ ଏହି ମର୍ମନ୍ତୁଦ ଦୁର୍ଘଟଣାଘଟିଛି । ମୃତକ ୨ଜଣ ହେଲେ ବ୍ରହ୍ମପୁର ବ୍ରହ୍ମାନଗରର ସୁମନ ଦାସ ଓ ହିଞ୍ଜିଳିକାଟୁ ନିକଟ କଞ୍ଚୁଡୁ ଅଞ୍ଚଳର ଦଣ୍ଡ ପାଳ। ଦୁହେଁ ବ୍ରହ୍ମପୁରରୁ ମିଶି ଏକ ବାଇକରେ ଛତ୍ରପୁର ଆସୁଥିବା ବେଳେ ଛତ୍ରପୁର ପାର୍ଶ୍ବ ଜାତୀୟ ରାଜପଥରେ ରୋଡ୍ ଡିଭାଇଡରକୁ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ ଜୋରରେ ଘଟିଥିଲା ଯେ ଦୁହେଁ ଛିଟିକି ହୋଇ ରାସ୍ତା ମଝିରେ ପଡ଼ିଥିଲେ। ଜଣଙ୍କ ମୁଣ୍ଡ ସମ୍ପୂର୍ଣ୍ଣ ଛିନଭିନ ହୋଇଯାଇଥିଲା ବେଳେ ଦୁହିଁଙ୍କର ସେଠାରେ ହିଁ ମୃତ୍ୟୁ ଘଟିଥିଲା। ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଥିବା ବେଳେ ଛତ୍ରପୁର ଥାନା ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

25 Aug 2022 By The Sakala

ଡିଭାଇଡ଼ରରେ ପିଟି ହେଲା ବାଇକ୍, ୨ ମୃତ

ଛତ୍ରପୁର: ଛତ୍ରପୁର ସହରର ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରୋଡ ଡିଭାଇଡରରେ ପିଟିହେଲା ବାଇକ୍। ଘଟଣାସ୍ଥଳରେ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଗୁରୁବାର ସକାଳ ପ୍ରାୟ ୮ଟାରେ ଏହି ମର୍ମନ୍ତୁଦ ଦୁର୍ଘଟଣାଘଟିଛି । ମୃତକ ୨ଜଣ ହେଲେ ବ୍ରହ୍ମପୁର ବ୍ରହ୍ମାନଗରର ସୁମନ ଦାସ ଓ ହିଞ୍ଜିଳିକାଟୁ ନିକଟ କଞ୍ଚୁଡୁ ଅଞ୍ଚଳର ଦଣ୍ଡ ପାଳ। ଦୁହେଁ ବ୍ରହ୍ମପୁରରୁ ମିଶି ଏକ ବାଇକରେ ଛତ୍ରପୁର ଆସୁଥିବା ବେଳେ ଛତ୍ରପୁର ପାର୍ଶ୍ବ ଜାତୀୟ ରାଜପଥରେ ରୋଡ୍ ଡିଭାଇଡରକୁ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ ଜୋରରେ ଘଟିଥିଲା ଯେ ଦୁହେଁ ଛିଟିକି ହୋଇ ରାସ୍ତା ମଝିରେ ପଡ଼ିଥିଲେ। ଜଣଙ୍କ ମୁଣ୍ଡ ସମ୍ପୂର୍ଣ୍ଣ ଛିନଭିନ ହୋଇଯାଇଥିଲା ବେଳେ ଦୁହିଁଙ୍କର ସେଠାରେ ହିଁ ମୃତ୍ୟୁ ଘଟିଥିଲା। ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଥିବା ବେଳେ ଛତ୍ରପୁର ଥାନା ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର