ଖଲ୍ଲିକୋଟର ଓଡ଼ିଆ ଶ୍ରମିକ ବିଦେଶରେ ନିର୍ଯାତିତ, ଫେରାଇ ଆଣିବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ

The Sakala Picture
Published On

ଖଲ୍ଲିକୋଟ: ବାରମ୍ୱାର ଦାଦନ ଶ୍ରମିକଙ୍କ ନିର୍ଯାତନା ଘଟଣା ଖଲ୍ଲିକୋଟରେ ପହଞ୍ଚିବାରେ ଲାଗିଛି। ବିଦେଶରେ କିଏ ନିର୍ଯାତନାର ଶିକାର ହୋଇ ଭିଟାମାଟିକୁ ଫେରିବା ପାଇଁ ଆକୁଳ ନିବେଦନ କରୁଛି ତ ଆଉ କିଏ ନିର୍ଯାତନା ସହି ନ ପାରି ନିଜ ଜୀବନ ହାରୁଛି। ଏଭଳି ଘଟଣା ବିଦେଶରୁ ବାରମ୍ୱାର ଆସିବାରେ ଲାଗିଛି। ପରିବାର ପ୍ରତିପୋଷଣ ପାଇଁ  ସ୍ଥାନୀୟ ଲୋକମାନେ ଠିକାଦାରଙ୍କ ଜରିଆରେ ରାଜ୍ୟ ତଥା ଦେଶ ବାହାରକୁ ଯାଉଛନ୍ତି ଏବଂ ସେଠାରେ ନିର୍ଯାତନାର ଶିକାର ହେଉଛନ୍ତି। ଖଲ୍ଲିକୋଟ ବ୍ଲକ […]

ଖଲ୍ଲିକୋଟ: ବାରମ୍ୱାର ଦାଦନ ଶ୍ରମିକଙ୍କ ନିର୍ଯାତନା ଘଟଣା ଖଲ୍ଲିକୋଟରେ ପହଞ୍ଚିବାରେ ଲାଗିଛି। ବିଦେଶରେ କିଏ ନିର୍ଯାତନାର ଶିକାର ହୋଇ ଭିଟାମାଟିକୁ ଫେରିବା ପାଇଁ ଆକୁଳ ନିବେଦନ କରୁଛି ତ ଆଉ କିଏ ନିର୍ଯାତନା ସହି ନ ପାରି ନିଜ ଜୀବନ ହାରୁଛି। ଏଭଳି ଘଟଣା ବିଦେଶରୁ ବାରମ୍ୱାର ଆସିବାରେ ଲାଗିଛି। ପରିବାର ପ୍ରତିପୋଷଣ ପାଇଁ  ସ୍ଥାନୀୟ ଲୋକମାନେ ଠିକାଦାରଙ୍କ ଜରିଆରେ ରାଜ୍ୟ ତଥା ଦେଶ ବାହାରକୁ ଯାଉଛନ୍ତି ଏବଂ ସେଠାରେ ନିର୍ଯାତନାର ଶିକାର ହେଉଛନ୍ତି। ଖଲ୍ଲିକୋଟ ବ୍ଲକ ଆଇତିପୁର ଗ୍ରାମର ପ୍ରଫୁଲ୍ଲ ପଲେଇ ଗତ ୫ ମାସ ପୂର୍ବେ ପେଟ ପୋଷିବା ପାଇଁ ଆବୁଧାବି ଯାଇଥିଲେ। ସେଠାରେ ଏକ କମ୍ପାନୀରେ କାମ କରୁଥିବା ବେଳେ ଏବେ ସେ ନିର୍ଯାତନାର ଶିକାର ହୋଇଛନ୍ତି। ୫ ମାସ ହେଲା ସେ କାମ କରୁଥିଲେ ମଧ୍ୟ କମ୍ପାନୀ ତରଫରୁ ତାଙ୍କୁ କୌଣସି ପାରିଶ୍ରମିକ ଦିଆଯାଇନାହିଁ। ତାଙ୍କୁ ଗୋଟିଏ ଘରେ ବନ୍ଦ କରି ରଖାଯାଇଛି ଏବଂ ଗୋ ମାଂସ ଖାଇବାକୁ ବାଧ୍ୟ କରାଯାଉଛି ବୋଲି ପ୍ରଫୁଲ୍ଲ ଏକ ଭିଡିଓ ବାର୍ତ୍ତାରେ ପରିବାର ଲୋକଙ୍କୁ ଜଣାଇଛନ୍ତି। ସେ ଗାଁକୁ ଫେରି ଆସିବା ପାଇଁ ଚାହିଁବାରୁ ଲକ୍ଷେ କୋଡ଼ିଏ ହଜାର ଟଙ୍କା ଦେଲେ ଏଠାରୁ ଛଡ଼ାଯିବ ବୋଲି ସେ କହିଛନ୍ତି। ତାଙ୍କ ପରିବାର ଲୋକ ଏହା ଜାଣିବା ପରେ ପ୍ରଫୁଲ୍ଲଙ୍କୁ ଫେରାଇ ଆଣିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି। ସେହିଭଳି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କୈରାଶି ଗ୍ରାମର ବିଭୂଦେନ୍ଦ୍ର ପଣ୍ଡା ଗତ ୪ ବର୍ଷ ପୂର୍ବେ ପେଟ ପୋଷିବା ପାଇଁ ଆବୁଧାବି ଯାଇଥିବା ବେଳେ ନିର୍ଯାତନାର ଶିକାର ହୋଛନ୍ତି। ତାଙ୍କୁ ଗୋଟିଏ ଘରେ ବନ୍ଦ କରି ରଖାଯିବା ସହ ମୋବାଇଲ ଫୋନ ଛଡ଼ାଇ ନିଆଯାଇଛି। କମ୍ପାନୀ ମ୍ୟାନେଜର ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ଆସିଛି। ବର୍ତ୍ତମାନ ସୁଦ୍ଧା ବିଭୁଦେନ୍ଦ୍ରଙ୍କୁ କମ୍ପାନୀ ଛାଡ଼ି ନାହିଁ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ସୂଚନାଯୋଗ୍ୟ ଯେ, ତୋଟାଗାଁର ସୀମାଞ୍ଚଳ ରାଉତ ବାହାରିନର ଏକ କମ୍ପାନୀରେ କାମ କରୁଥିବା ବେଳେ ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ତାଙ୍କ ମରଶରୀର ବାହାରିନରୁ ଆସି ଅଗଷ୍ଟ ୧୫ ତାରିଖରେ ତୋଟାଗାଁରେ ପହଞ୍ଚି ଥିଲା। ସେହିପରି କନ୍ଦିଗାଁର ଜିତୁ ସ୍ୱାଇଁ ବାହାରିନର ଏକ କମ୍ପାନୀରେ କାମ କରୁଥିଲେ। ଗତ ବୁଧବାର ସକାଳେ ସହକର୍ମୀମାନେ କାମକୁ ଯିବା ପରେ ଲେବର କ୍ୟାମ୍ପରେ ସେ ଆତ୍ମହତ୍ୟା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର