ନିରବଚ୍ଛିନ୍ନ ରୋଗୀ ସେବାରେ କାହ୍ନା

The Sakala Picture
Published On

ବ୍ରହ୍ମପୁର: କରୋନାରେ ଯଦି ପରିବାରର କୌଣସି ବ୍ୟକ୍ତି ଆକ୍ରାନ୍ତ ହୁଅନ୍ତି ତେବେ ତାଙ୍କ ନିକଟକୁ ଯିବାକୁ ନିକଟତମ ପରିଜନ ଏବଂ ରକ୍ତସମ୍ପର୍କ ଲୋକେ ମଧ୍ୟ ଭୟ କରନ୍ତି। ରୋଗୀଙ୍କ ପାଖକୁ ଯାଉଥିବା ଡାକ୍ତର ଏବଂ ନର୍ସ ପିପିଇ କିଟ୍ ପିନ୍ଧି ସେମାନଙ୍କ ସେବା କରନ୍ତି। କୋଭିଡ୍ ରୋଗୀଙ୍କ ସେବା କରୁଥିବା ଅନେକ କରୋନା ଯୋଦ୍ଧା ବିଶେଷକରି ଡାକ୍ତର ଓ ନର୍ସଙ୍କ ବିଷୟରେ ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି। କିନ୍ତୁ ଏମକେସିଜି କୋଭିଡ୍ ହସ୍ପିଟାଲରେ ଏମିତି […]

ବ୍ରହ୍ମପୁର: କରୋନାରେ ଯଦି ପରିବାରର କୌଣସି ବ୍ୟକ୍ତି ଆକ୍ରାନ୍ତ ହୁଅନ୍ତି ତେବେ ତାଙ୍କ ନିକଟକୁ ଯିବାକୁ ନିକଟତମ ପରିଜନ ଏବଂ ରକ୍ତସମ୍ପର୍କ ଲୋକେ ମଧ୍ୟ ଭୟ କରନ୍ତି। ରୋଗୀଙ୍କ ପାଖକୁ ଯାଉଥିବା ଡାକ୍ତର ଏବଂ ନର୍ସ ପିପିଇ କିଟ୍ ପିନ୍ଧି ସେମାନଙ୍କ ସେବା କରନ୍ତି। କୋଭିଡ୍ ରୋଗୀଙ୍କ ସେବା କରୁଥିବା ଅନେକ କରୋନା ଯୋଦ୍ଧା ବିଶେଷକରି ଡାକ୍ତର ଓ ନର୍ସଙ୍କ ବିଷୟରେ ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି। କିନ୍ତୁ ଏମକେସିଜି କୋଭିଡ୍ ହସ୍ପିଟାଲରେ ଏମିତି ଜଣେ ବ୍ୟକ୍ତି କୋଭିଡ୍ ରୋଗୀଙ୍କ ସେବାରେ ଲାଗି ପଡ଼ିଛନ୍ତି ଯାହାଙ୍କୁ କେହି ମଧ୍ୟ ଜାଣନ୍ତି ନାହିଁ । ସେ ଡାକ୍ତର କି ନର୍ସ ନୁହନ୍ତି, ସେ ହେଉଛନ୍ତି ଜଣେ ଝାଡୁଦାର| ନାଁ କାହ୍ନୁଚରଣ ନାୟକ (କାହ୍ନା), ଘର ପୁରୁଣା ବ୍ରହ୍ମପୁର। କାହ୍ନା ଯଦି ହସ୍ପିଟାଲ୍‌ରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୁଏ, ତେବେ ରୋଗୀଙ୍କଠାରୁ ଆରମ୍ଭ କରି ଡାକ୍ତର ଓ ନର୍ସ ପର୍ଯ୍ୟନ୍ତ ସମସ୍ତଙ୍କ ଡାକରା ପଡ଼େ |

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

କାହ୍ନାଙ୍କ କାମ ହେଲା କୋଭିଡ୍ ହସ୍ପିଟାଲ୍ ଡିଟିଏଚ ୧ ଏବଂ ୨ର ପାଇଖାନାଠାରୁ ଆରମ୍ଭ କରି ଚଟାଣ ପର୍ଯ୍ୟନ୍ତ ସମସ୍ତ ସଫେଇ କରିବା | ୨୦୨୦ରେ କରୋନାର ପ୍ରଥମ ଲହରରେ ମଧ୍ୟ ସେ ଏହି କାର୍ଯ୍ୟରେ ନିୟୋଜିତ ଥିଲେ । ୨୦୨୧ ଏପ୍ରିଲ୍‌ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ କୋଭିଡ୍ ହସ୍ପିଟାଲ୍‌ରେ କାର୍ଯ୍ୟ କରୁଛନ୍ତି। ଠିକାଦାରଙ୍କ ଅଧୀନରେ କାହ୍ନା ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ହସ୍ପିଟାଲ ପରିସର ସଫା ସୁତୁରା କରିବା ଡ୍ୟୁଟି କାହ୍ନାଙ୍କ ସହ ଅନ୍ୟ କିଛି ଲୋକ ମଧ୍ୟ କରନ୍ତି। କିନ୍ତୁ ସମସ୍ତଙ୍କ ମୁହଁରେ କାହ୍ନାଙ୍କ ନାମ ହିଁ ରହିଥାଏ। କାହ୍ନା ସକାଳୁ ଘରୁ ବାହାରି ରାତି ହେଲେ ଘରକୁ ଫେରନ୍ତି। ଘରକୁ ଯିବା ପୂର୍ବରୁ ଫରନ୍ତି। ଘଟ ମେଡିକାଲରେ ନିଜେ ସଫାସୁତୁରା ହୁଅନ୍ତି ଏବଂ ଘରେ ପହଞ୍ଚିବା ପରେ ଗରମ ପାଣିରେ ପୁଣି ଗାଧୋଇ ଘର ଭିତରେ ପ୍ରବେଶ କରନ୍ତି। ଘରେ ସ୍ତ୍ରୀଙ୍କ ପାଖରେ ଦୁଇବର୍ଷର ପୁଅକୁ ଛାଡ଼ି ରୋଗୀଙ୍କ ସେବାରେ ଲାଗିପଡ଼ିଛନ୍ତି କାହ୍ନା | ତାଙ୍କ କହିବା ଅନୁଯାୟୀ, ସେ ଦୁଇବର୍ଷ ହେଲା ପୁଅକୁ ସ୍ନେହ ଦେଇପାରିନାହାନ୍ତି। ପ୍ରତିଦିନ ସେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେ ପୁଅକୁ ଟିକିଏ ଧରି ବି ପାରୁନାହାନ୍ତି । ଏପରିକି ଆଜି ‘ବିଶ୍ବ ପିତୃ ଦିବସ’ ଭଳି ଦିନରେ ବି ସେ ପୁଅକୁ ସ୍ନେହ ଦେଇପାରିନାହାନ୍ତି। କାହ୍ନାଙ୍କୁ କୋଭିଡ୍ ହସ୍ପିଟାଲ୍‌ରେ ଡ୍ୟୁଟି କରିବା ପାଇଁ କେହି ବାଧ୍ୟ କରିନାହାନ୍ତି। ତାଙ୍କୁ ଆଦେଶ ମିଳିବା କ୍ଷଣି ସେ କାର୍ଯ୍ୟରେ ଲାଗିପଡ଼ନ୍ତି। ଏ ନେଇ କାହ୍ନା କହନ୍ତି, ହସ୍ପିଟାଲ୍‌ରେ ଅନେକ ବୟସ୍କ ଲୋକ ଘରଦ୍ବାର ଛାଡ଼ି ଏକୁଟିଆ ରହିଥାନ୍ତି। ସେମାନଙ୍କୁ ଦେଖିଲେ ମୋତେ ବିକଳ ଲାଗେ। ସେମାନେ ଟୟଲେଟ୍ ଗଲେ ସମୟେ ସମୟେ ଅଜାଣତରେ ଅପରିଷ୍କାର କରି ଆସିଯାଇଥାନ୍ତି।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ଏଥିରେ ମୋତେ ତିଳେ ମାତ୍ର ଖରାପ ଲାଗେ ନାହିଁ । ଏହି କାର୍ଯ୍ୟକୁ ମୁଁ ଭଗବାନଙ୍କ ଆଦେଶ ଭାବି କରି ଚାଲିଛି। ଭଗବାନଙ୍କ କୃପାରୁ ଏହି ଦୁଇ ବର୍ଷରେ କରୋନା ମୋତେ କିମ୍ବା ମୋ ପରିବାରକୁ ଛୁଇଁପାରିନି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

କୌଣସି ରୋଗୀଙ୍କ ମୃତ୍ୟୁ ହେଲେ ମୋତେ ବହୁତ ଦୁଃଖ ଲାଗେ। ଡାକ୍ତର ଏବଂ ନର୍ସମାନେ ରୋଗୀଙ୍କ ବହୁତ ସେବା କରୁଥିବା ବେଳେ ଆମ ଭଳି କିଛି ଲୋକ କୋଭିଡ୍ ହସ୍ପିଟାଲ୍ ପରିସର ଏବଂ ମେଡିକାଲ ଭିତର ଚକାଚକ୍‌ କରି ରଖୁଛୁ। ରୋଗୀ ଯେପରି ହସ୍ପିଟାଲ୍ ଭିତରକୁ ଆସିଲେ ଘର ଭଳି ସଫା ଅନୁଭବ କରିବ ସେ ନେଇ ଆମେ ସର୍ବଦା ସଜାଗ ରହିଛୁ।

21 Jun 2021 By The Sakala

ନିରବଚ୍ଛିନ୍ନ ରୋଗୀ ସେବାରେ କାହ୍ନା

ବ୍ରହ୍ମପୁର: କରୋନାରେ ଯଦି ପରିବାରର କୌଣସି ବ୍ୟକ୍ତି ଆକ୍ରାନ୍ତ ହୁଅନ୍ତି ତେବେ ତାଙ୍କ ନିକଟକୁ ଯିବାକୁ ନିକଟତମ ପରିଜନ ଏବଂ ରକ୍ତସମ୍ପର୍କ ଲୋକେ ମଧ୍ୟ ଭୟ କରନ୍ତି। ରୋଗୀଙ୍କ ପାଖକୁ ଯାଉଥିବା ଡାକ୍ତର ଏବଂ ନର୍ସ ପିପିଇ କିଟ୍ ପିନ୍ଧି ସେମାନଙ୍କ ସେବା କରନ୍ତି। କୋଭିଡ୍ ରୋଗୀଙ୍କ ସେବା କରୁଥିବା ଅନେକ କରୋନା ଯୋଦ୍ଧା ବିଶେଷକରି ଡାକ୍ତର ଓ ନର୍ସଙ୍କ ବିଷୟରେ ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି। କିନ୍ତୁ ଏମକେସିଜି କୋଭିଡ୍ ହସ୍ପିଟାଲରେ ଏମିତି ଜଣେ ବ୍ୟକ୍ତି କୋଭିଡ୍ ରୋଗୀଙ୍କ ସେବାରେ ଲାଗି ପଡ଼ିଛନ୍ତି ଯାହାଙ୍କୁ କେହି ମଧ୍ୟ ଜାଣନ୍ତି ନାହିଁ । ସେ ଡାକ୍ତର କି ନର୍ସ ନୁହନ୍ତି, ସେ ହେଉଛନ୍ତି ଜଣେ ଝାଡୁଦାର| ନାଁ କାହ୍ନୁଚରଣ ନାୟକ (କାହ୍ନା), ଘର ପୁରୁଣା ବ୍ରହ୍ମପୁର। କାହ୍ନା ଯଦି ହସ୍ପିଟାଲ୍‌ରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୁଏ, ତେବେ ରୋଗୀଙ୍କଠାରୁ ଆରମ୍ଭ କରି ଡାକ୍ତର ଓ ନର୍ସ ପର୍ଯ୍ୟନ୍ତ ସମସ୍ତଙ୍କ ଡାକରା ପଡ଼େ |

କାହ୍ନାଙ୍କ କାମ ହେଲା କୋଭିଡ୍ ହସ୍ପିଟାଲ୍ ଡିଟିଏଚ ୧ ଏବଂ ୨ର ପାଇଖାନାଠାରୁ ଆରମ୍ଭ କରି ଚଟାଣ ପର୍ଯ୍ୟନ୍ତ ସମସ୍ତ ସଫେଇ କରିବା | ୨୦୨୦ରେ କରୋନାର ପ୍ରଥମ ଲହରରେ ମଧ୍ୟ ସେ ଏହି କାର୍ଯ୍ୟରେ ନିୟୋଜିତ ଥିଲେ । ୨୦୨୧ ଏପ୍ରିଲ୍‌ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ କୋଭିଡ୍ ହସ୍ପିଟାଲ୍‌ରେ କାର୍ଯ୍ୟ କରୁଛନ୍ତି। ଠିକାଦାରଙ୍କ ଅଧୀନରେ କାହ୍ନା ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ହସ୍ପିଟାଲ ପରିସର ସଫା ସୁତୁରା କରିବା ଡ୍ୟୁଟି କାହ୍ନାଙ୍କ ସହ ଅନ୍ୟ କିଛି ଲୋକ ମଧ୍ୟ କରନ୍ତି। କିନ୍ତୁ ସମସ୍ତଙ୍କ ମୁହଁରେ କାହ୍ନାଙ୍କ ନାମ ହିଁ ରହିଥାଏ। କାହ୍ନା ସକାଳୁ ଘରୁ ବାହାରି ରାତି ହେଲେ ଘରକୁ ଫେରନ୍ତି। ଘରକୁ ଯିବା ପୂର୍ବରୁ ଫରନ୍ତି। ଘଟ ମେଡିକାଲରେ ନିଜେ ସଫାସୁତୁରା ହୁଅନ୍ତି ଏବଂ ଘରେ ପହଞ୍ଚିବା ପରେ ଗରମ ପାଣିରେ ପୁଣି ଗାଧୋଇ ଘର ଭିତରେ ପ୍ରବେଶ କରନ୍ତି। ଘରେ ସ୍ତ୍ରୀଙ୍କ ପାଖରେ ଦୁଇବର୍ଷର ପୁଅକୁ ଛାଡ଼ି ରୋଗୀଙ୍କ ସେବାରେ ଲାଗିପଡ଼ିଛନ୍ତି କାହ୍ନା | ତାଙ୍କ କହିବା ଅନୁଯାୟୀ, ସେ ଦୁଇବର୍ଷ ହେଲା ପୁଅକୁ ସ୍ନେହ ଦେଇପାରିନାହାନ୍ତି। ପ୍ରତିଦିନ ସେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେ ପୁଅକୁ ଟିକିଏ ଧରି ବି ପାରୁନାହାନ୍ତି । ଏପରିକି ଆଜି ‘ବିଶ୍ବ ପିତୃ ଦିବସ’ ଭଳି ଦିନରେ ବି ସେ ପୁଅକୁ ସ୍ନେହ ଦେଇପାରିନାହାନ୍ତି। କାହ୍ନାଙ୍କୁ କୋଭିଡ୍ ହସ୍ପିଟାଲ୍‌ରେ ଡ୍ୟୁଟି କରିବା ପାଇଁ କେହି ବାଧ୍ୟ କରିନାହାନ୍ତି। ତାଙ୍କୁ ଆଦେଶ ମିଳିବା କ୍ଷଣି ସେ କାର୍ଯ୍ୟରେ ଲାଗିପଡ଼ନ୍ତି। ଏ ନେଇ କାହ୍ନା କହନ୍ତି, ହସ୍ପିଟାଲ୍‌ରେ ଅନେକ ବୟସ୍କ ଲୋକ ଘରଦ୍ବାର ଛାଡ଼ି ଏକୁଟିଆ ରହିଥାନ୍ତି। ସେମାନଙ୍କୁ ଦେଖିଲେ ମୋତେ ବିକଳ ଲାଗେ। ସେମାନେ ଟୟଲେଟ୍ ଗଲେ ସମୟେ ସମୟେ ଅଜାଣତରେ ଅପରିଷ୍କାର କରି ଆସିଯାଇଥାନ୍ତି।

ଏଥିରେ ମୋତେ ତିଳେ ମାତ୍ର ଖରାପ ଲାଗେ ନାହିଁ । ଏହି କାର୍ଯ୍ୟକୁ ମୁଁ ଭଗବାନଙ୍କ ଆଦେଶ ଭାବି କରି ଚାଲିଛି। ଭଗବାନଙ୍କ କୃପାରୁ ଏହି ଦୁଇ ବର୍ଷରେ କରୋନା ମୋତେ କିମ୍ବା ମୋ ପରିବାରକୁ ଛୁଇଁପାରିନି।

କୌଣସି ରୋଗୀଙ୍କ ମୃତ୍ୟୁ ହେଲେ ମୋତେ ବହୁତ ଦୁଃଖ ଲାଗେ। ଡାକ୍ତର ଏବଂ ନର୍ସମାନେ ରୋଗୀଙ୍କ ବହୁତ ସେବା କରୁଥିବା ବେଳେ ଆମ ଭଳି କିଛି ଲୋକ କୋଭିଡ୍ ହସ୍ପିଟାଲ୍ ପରିସର ଏବଂ ମେଡିକାଲ ଭିତର ଚକାଚକ୍‌ କରି ରଖୁଛୁ। ରୋଗୀ ଯେପରି ହସ୍ପିଟାଲ୍ ଭିତରକୁ ଆସିଲେ ଘର ଭଳି ସଫା ଅନୁଭବ କରିବ ସେ ନେଇ ଆମେ ସର୍ବଦା ସଜାଗ ରହିଛୁ।

https://www.thesakala.in/latest-odisha-news/ganjam/corona-warrior-kanha/article-3110
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର