ସମ୍ଭାବ୍ୟ ବାତ୍ୟା ପାଇଁ ସଜାଗ୍‍ ପ୍ରଶାସନ: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୨୪ ଘଣ୍ଟିଆ ହେଲପ୍‍ ଲାଇନ୍‍ ନମ୍ବର ଜାରି

The Sakala Picture
Published On

ବ୍ରହ୍ମପୁର/ଛତ୍ରପୁର: ସମ୍ଭାବ୍ୟ ବାତ୍ୟା ‘ଅସନି’ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସଜାଗ୍‍ ରହିଛି। ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ପ୍ରକାରେ କାର୍ଯ୍ୟ କରାଯାଉଛି। ଆସନ୍ତା ଦୁଇଦିନ ପାଇଁ ଗୋପାଳପୁର ସମେତ ଜିଲ୍ଲାର ସମସ୍ତ ବେଳାଭୂମି ପର୍ଯ୍ୟଟକଙ୍କୁ ଯିବା ପାଇଁ ବାରଣ କରାଯାଇଛି। ଗୋପାଳପୁର ଦେଇ ବାତ୍ୟା କ୍ରସ୍‍ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରିଥିବାରୁ ଏହାର ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିବ। ଏଥିଯୋଗୁଁ ପ୍ରବଳ ବର୍ଷା ହେବ। ତେଣୁ ଲୋକଙ୍କୁ ସୁରକ୍ଷିତ […]

ବ୍ରହ୍ମପୁର/ଛତ୍ରପୁର: ସମ୍ଭାବ୍ୟ ବାତ୍ୟା ‘ଅସନି’ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସଜାଗ୍‍ ରହିଛି। ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ପ୍ରକାରେ କାର୍ଯ୍ୟ କରାଯାଉଛି। ଆସନ୍ତା ଦୁଇଦିନ ପାଇଁ ଗୋପାଳପୁର ସମେତ ଜିଲ୍ଲାର ସମସ୍ତ ବେଳାଭୂମି ପର୍ଯ୍ୟଟକଙ୍କୁ ଯିବା ପାଇଁ ବାରଣ କରାଯାଇଛି। ଗୋପାଳପୁର ଦେଇ ବାତ୍ୟା କ୍ରସ୍‍ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରିଥିବାରୁ ଏହାର ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିବ। ଏଥିଯୋଗୁଁ ପ୍ରବଳ ବର୍ଷା ହେବ। ତେଣୁ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପରାମର୍ଶ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଛି। ଆବଶ୍ୟକସ୍ଥଳେ ସ୍ଥାନାନ୍ତର କରାଯିବ। ସେହିଭଳି ସରକାରଙ୍କ ନିର୍ଦ୍ଦେଶ ଓ ସୂଚନା ଆସିବା ପରେ ସେହି ଅନୁସାରେ ପ୍ରଶାସନ କାର୍ଯ୍ୟ କରିବ ବୋଲି ଜିଲ୍ଲାପାଳ କହିଛନ୍ତି। ମିଳିଥିବା ସୂଚନା ମୁତାବକ ଗୋପାଳପୁରଠାରେ ୩ଟି ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଥିବା ବେଳେ ସମୂଦ୍ର କୂଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବାକୁ ପ୍ରଶାସନ ସଜାଗ ରହିଛି। ଗର୍ଭବତୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି ଆବଶ୍ୟକସ୍ଥଳେ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି। ସେହିଭଳି ମେରାଇନ୍‍ ଥାନା ଓ ଗୋଳପୁର ଥାନା ପୁଲିସ୍‍ ସମୂଦ୍ର ଉପକୂଳବର୍ତ୍ତି ବିଭିନ୍ନ ଗ୍ରାମରେ ଲୋକଙ୍କୁ ମାଇକ୍‍ ଯୋଗେ ପ୍ରଚାର କରି ସଚେତନ କରିଛି। ବାତ୍ୟା ବିପଦ ଥିବା ହେତୁ ମତ୍ସ୍ୟଜୀବୀଙ୍କୁ ସମୂଦ୍ର ଗର୍ଭକୁ ନ ଯିବା ପାଇଁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

ସମ୍ଭାବ୍ୟ ବାତ୍ୟା ପାଇଁ ଗୋପଳପୁର ସମୂଦ୍ର ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ପ୍ରଶାସନ ଏ ସମ୍ପର୍କରେ ସଚେତନ ମଧ୍ୟ କରୁଛି। କିନ୍ତୁ ପର୍ଯ୍ୟଟକ କୌଣସି ନିୟମ ମାନୁ ନଥିବା ଦେଖିବାକୁ ମଳିଛି। ପାଗ କହଲା ଓ ସମୂଦ୍ର ଅଶାନ୍ତ ରହିବା ସତ୍ତ୍ବେ ଗୋପଳାପୁର ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଯାହାକୁ ନେଇ ଅଞ୍ଚଳରେ ତିବ୍ର ସମାଲୋଚନା କରାଯାଇଛି। ପ୍ରଶାସନର ନିୟମକୁ ପର୍ଯ୍ୟଟକ ବେଖାତିର୍‍ କରୁଥିବା ଅଭିଯୋଗ ହୋଇଛି। ଗତକାଲି ସୁନାପୁର ବେଳାଭୂମିଠାରେ ଏକ ବଡ଼ ଅଘଟଣ ଟଳିଥିବା ବେଳେ ସମ୍ପ୍ରତି ଜିଲ୍ଲା ପ୍ରଶାସନ ଲୋକଙ୍କ ଜୀବନ ସୁରକ୍ଷା ପ୍ରତି ସଜାଗ ରହିଛି। ଏଭଳିସ୍ଥଳେ ପର୍ଯ୍ୟଟକଙ୍କ ଏଭଳି ମନମାନିକୁ ସାଧାରଣରେ ନାପସନ୍ଦ କରାଯାଇଛି। ପୁଲିସ୍‍ ପ୍ରଶାସନ ଗୁରୁତ୍ୱର ସହ ଏହାକୁ ଗ୍ରହଣ କରି ପର୍ଯ୍ୟଟକଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ସନ୍ଧ୍ୟାରେ ପୁଲିସ୍‍ ପ୍ରଶାସନ ପହଞ୍ଚି ପର୍ଯ୍ୟଟକଙ୍କୁ ବାରଣ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ବିଇଏମ୍‍ସି ପକ୍ଷରୁ ହେଲପ୍‍ ଲାଇନ୍‍ ନଂ ଜାରିି

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

ସମ୍ଭାବ୍ୟ ବାତ୍ୟା ପାଇଁ ବ୍ରହ୍ମପୁର ମହାନଗର ନିଗମ ପ୍ରଶାସନ ପ୍ରସ୍ତୁତ ରହିଛନ୍ତି। ଅତ୍ୟାବଶ୍ୟକ ସୁବିଧା ପାଇଁ ବିଇଏମ୍‍ସି ପକ୍ଷରୁ ୨୪ଘଣ୍ଟିଆ ହେଲପ୍‍ ଲାଇନ୍‍ (7326837329) ନଂ ଜାରି କରାଯାଇଛି। ସେହିଭଳି ମୁଖ୍ୟ ରାସ୍ତା ଉପରକୁ ମାଡି ଆସିଥିବା ଗଛର ଡ଼ାଳ ଗୁଡ଼ିକ କଟାଯାଇଛି। ବାତ୍ୟା ପରବର୍ତ୍ତି ମୁକାବିଲା ଓ ବିଦ୍ୟୁତ ସୁରକ୍ଷା ପାଇଁ ବିଇଏମ୍‍ସି ପ୍ରଶାସନ ପ୍ରସ୍ତୁତ ରହିଛନ୍ତି। ଅଶ୍ରୟସ୍ଥଳ ମଧ୍ୟ ଚିହ୍ନଟ କରାଯାଇଛି। ଆବଶ୍ୟକସ୍ଥଳେ ତଳି ଅଞ୍ଚଳ ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯିବ। ଲୋକଙ୍କ ଜୀବନ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ୨୧ଟି ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି। ଗୋଟିଏ ଆଶ୍ରୟସ୍ଥଳି ପାଇଁ ୫ଜଣ ଲେଖାଏଁ ମୋଟ ୧୦୫ଜଣଙ୍କୁ ନିୟୋଜିତ ରହିଛନ୍ତି। ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିଛି। ଆଶ୍ରୟସ୍ଥଳିକୁ ସୁପରିଚାଳନା କରିବାକୁ ୨୧ଜଣ ନୋଡାଲ ଅଧିକାରୀଙ୍କୁ ଦାୟିତ୍ୱରେ ରହିଛନ୍ତି। ଏହାର ତଦାରଖ କରିବା ନେଇ ୩ଜଣ ସେକ୍ଟର ଅଧିକାରୀ ଦାୟିତ୍ୱରେ ରହିବେ। ଏହା ସହ ନାଳ ଜାମ କିମ୍ୱା ଗଛ ରାସ୍ତାରେ ପଡ଼ିଲେ ତୁରନ୍ତ ସଫା କରିବାକୁ ମଧ୍ୟ ୪ଟି ଜେସିବି ଓ ୧୦ଟି ଟ୍ରାକ୍ଟର ଓ ୱାର୍ଟର ପମ୍ପ ମହଜୁଦ୍‍ ରଖାଯାଇଛି। ୨ଟି ମୋବାଇଲ ଟିମ୍‍ ଗଠନ ହୋଇଛି। ପରିଚାଳନା ନିମନ୍ତେ ଏନଫୋର୍ସମେଣ୍ଟ ରହିଛନ୍ତି।

10 May 2022 By The Sakala

https://www.thesakala.in/latest-odisha-news/ganjam/administrative-alert-for-possible-cyclone-helpline-line-issued-by-berhampur-municipal-corporation/article-11465
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର