୧୩ ଦିନ ପୂର୍ବରୁ ମା’ଙ୍କୁ ହତ୍ୟା କରିଥିଲେ ଦୁର୍ବୁତ୍ତ, ଆଜି ବିଷ ପିଇ ଆତ୍ମହତ୍ୟା କଲା ପୁଅ

The Sakala Picture
Published On

ଛତ୍ରପୁର: ୧୩ ଦିନ ପୂର୍ବରୁ ମା’ଙ୍କୁ ହତ୍ୟା କରିଥିଲେ ଦୁର୍ବୁତ୍ତ, ଆଜି ବିଷ ପିଇ ଆତ୍ମହତ୍ୟା କଲା ପୁଅ । ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମର ବଡ଼ ସାହିରେ ଘଟିଛି ଏହି ଅଘଟଣ । ମା’ ସୁପ୍ରଭା ଚୌଧୁରୀଙ୍କ ଗଳାକାଟି ହତ୍ୟା ଘଟଣାର ୧୩ ଦିନ ପରେ ତାଙ୍କ ପୁଅ ଦେବାଶିଷ ପଣ୍ଡା(୨୬) ନିଜ ଘରେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ନିଜ ଘରେ ନିଜ ସମ୍ପର୍କୀୟଙ୍କ ଗହଣରେ ଗତକାଲି ରାତିରେ ସମସ୍ତେ ଶୋଇଥିବା […]

ଛତ୍ରପୁର: ୧୩ ଦିନ ପୂର୍ବରୁ ମା’ଙ୍କୁ ହତ୍ୟା କରିଥିଲେ ଦୁର୍ବୁତ୍ତ, ଆଜି ବିଷ ପିଇ ଆତ୍ମହତ୍ୟା କଲା ପୁଅ । ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମର ବଡ଼ ସାହିରେ ଘଟିଛି ଏହି ଅଘଟଣ । ମା’ ସୁପ୍ରଭା ଚୌଧୁରୀଙ୍କ ଗଳାକାଟି ହତ୍ୟା ଘଟଣାର ୧୩ ଦିନ ପରେ ତାଙ୍କ ପୁଅ ଦେବାଶିଷ ପଣ୍ଡା(୨୬) ନିଜ ଘରେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ନିଜ ଘରେ ନିଜ ସମ୍ପର୍କୀୟଙ୍କ ଗହଣରେ ଗତକାଲି ରାତିରେ ସମସ୍ତେ ଶୋଇଥିବା ବେଳେ ବିଷ ପିଇଦେଇଥିଲେ ଦେବାଶିଷ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ଛତ୍ରପୁର ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ସୂଚନାଯୋଗ୍ୟ, ଗତ ଫେବୁଆରୀ ୧୬ ତାରିଖ ଦିନ କୌଣସି ଦୁର୍ବୁତ୍ତ ଘରେ ପଶି ଦେବାଶିଷ ପଣ୍ଡାଙ୍କ ମା’ ସୁପ୍ରଭା ଚୌଧୁରୀଙ୍କ ଗଳାକାଟି ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ । ଏହି ହତ୍ୟାର କାରଣ ଏବେ ବି ଅସ୍ପଷ୍ଟ ରହିଥିବା ବେଳେ ଏବେ ପୁଅ ଆତ୍ମହତ୍ୟା କରିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର