ପୋଲିସ ଏନକାଉଣ୍ଟରରେ ଗାଙ୍ଗଷ୍ଟର ହାଇଦରର ମୃତ୍ୟୁ

The Sakala Picture
Published On

ଭୁବନେଶ୍ୱର:  ପୋଲିସ ଏନକାଉଣ୍ଟରରେ ଗାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଛି । ନିରାପତ୍ତା ଦୃଷ୍ଟିରୁ ଗାଙ୍ଗଷ୍ଟର ହାଇଦରକୁ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ପୋଲିସ ନେଉଥିବା ସମୟରେ ଖସି ଯିବାକୁ ଚେଷ୍ଟା କରୁଥିବାରୁ ପୋଲିସ ଏନକାଉଣ୍ଟର କରିଥିଲା । ଏନକାଉଣ୍ଟରରେ ହାଇଦର ଦେହରେ ତିନି ରାଉଣ୍ଡ ଗୁଳି ବାଜିଥିଲା । ବାଲେଶ୍ୱର ସିମୁଳିଆ ଠାରେ ସେକ ହାଇଦର ପରିଶ୍ରା କରିବା ବାହାନାରେ ଖସିଯିବାକୁ ଚେଷ୍ଟା କରୁଥିବାରୁ ପୋଲିସ ଏନକାଉଣ୍ଟର କରିଥିଲା । ଏନକାଉଣ୍ଟରରେ ହାଇଦରର ବାମ ହାତ ଓ ପେଟରେ […]

ଭୁବନେଶ୍ୱର:  ପୋଲିସ ଏନକାଉଣ୍ଟରରେ ଗାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଛି । ନିରାପତ୍ତା ଦୃଷ୍ଟିରୁ ଗାଙ୍ଗଷ୍ଟର ହାଇଦରକୁ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ପୋଲିସ ନେଉଥିବା ସମୟରେ ଖସି ଯିବାକୁ ଚେଷ୍ଟା କରୁଥିବାରୁ ପୋଲିସ ଏନକାଉଣ୍ଟର କରିଥିଲା । ଏନକାଉଣ୍ଟରରେ ହାଇଦର ଦେହରେ ତିନି ରାଉଣ୍ଡ ଗୁଳି ବାଜିଥିଲା । ବାଲେଶ୍ୱର ସିମୁଳିଆ ଠାରେ ସେକ ହାଇଦର ପରିଶ୍ରା କରିବା ବାହାନାରେ ଖସିଯିବାକୁ ଚେଷ୍ଟା କରୁଥିବାରୁ ପୋଲିସ ଏନକାଉଣ୍ଟର କରିଥିଲା । ଏନକାଉଣ୍ଟରରେ ହାଇଦରର ବାମ ହାତ ଓ ପେଟରେ ଗୁଳି ବାଜିଥିଲା, ଫଳରେ ଗୁରୁତର ଆହତ ହୋଇ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ହାଇଦରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ମିଳିଥିବା ସୂଚନା ଅନୁସାରେ ଆଜି ହାଇଦରକୁ କଟକର ଚୌଦ୍ବାର ଜେଲରୁ ବାରିପଦା ଜେଲ ନିଆଯାଉଥିଲା। ତେବେ ସିମୁଳିଆ ନିକଟରେ ହାଇଦର ପରିଶ୍ରା ଯିବ ବୋଲି ଏସକର୍ଟ ଟିମକୁ କହିଥିଲା।ଏସକର୍ଟ ଟିମ ପରିଶ୍ରା କରିବାକୁ ଅନୁମତି ଦେବାପରେ ସେ ପରିଶ୍ରା କରିବା ବାହାନାରେ ଖସିଯିବାକୁ ଉଦ୍ୟମ କରିଥିଲା।ଏହି ସମୟରେ ପୁଲିସ ହାଇଦରକୁ କାବୁ କରିବାକୁ ଚେଷ୍ଟା କରୁଥିବା ବେଳେ ହାଇଦର ସହ ପୋଲିସର ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଏପରିକି ପୁଲିସ ନିକଟରୁ ହାଇଦର ବନ୍ଧୁକ ଛଡାଇବାକୁ ମଧ୍ୟ ଉଦ୍ୟମ କରିଥିଲା। ଶେଷରେ ପୁଲିସ ଅନ୍ୟ କିଛି ଉପାୟ ନପାଇ ନିଜ ସୁରକ୍ଷା ପାଇଁ ହାଇଦରକୁ ଏନକାଉଣ୍ଟର କରିଥିଲା। ତେବେ ଏନକାଉଣ୍ଟରରେ ହାଇଦରର ପେଟରେ ଗୁଳି ବାଜିଥିବା ବେଳେ ସେ ଗୁରୁତର ହୋଇଥିଲା। ଆଜି ଅପରାହ୍ନ ୩.୨୦ ମିନିଟରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଅଞ୍ଚଳରେ ଏହି ଏକାଉଣ୍ଟ୍ ଘଟଣା ଘଟିଥିଲା।ଏକାଉଣ୍ଟର ପରେ ହାଇଦରକୁ ପୁଲିସ କାବୁ କରି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅପରାହ୍ନ ୪ ଟା ପାଖାପାଖି ସମୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା ମଧ୍ୟ ଆରମ୍ଭ ହୋଇଥିଲା।ପରେ ମୃତ ଘୋଷଣା କରାଯାଇଛି। ତେବେ ରାସ୍ତାରେ ହାଇଦରର ମୃତ୍ୟୁ ହୋଇଛି ନାଁ ହସ୍ପିଟାଲରେ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ବାଲେଶ୍ଵର ହସ୍ପିଟାଲରେ ଟାଉନଥାନା ପୁଲିସର ଏକ ଟିମକୁ ନିୟୋଜିତ କରାଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

24 Jul 2021 By The Sakala

ପୋଲିସ ଏନକାଉଣ୍ଟରରେ ଗାଙ୍ଗଷ୍ଟର ହାଇଦରର ମୃତ୍ୟୁ

ଭୁବନେଶ୍ୱର:  ପୋଲିସ ଏନକାଉଣ୍ଟରରେ ଗାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଛି । ନିରାପତ୍ତା ଦୃଷ୍ଟିରୁ ଗାଙ୍ଗଷ୍ଟର ହାଇଦରକୁ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ପୋଲିସ ନେଉଥିବା ସମୟରେ ଖସି ଯିବାକୁ ଚେଷ୍ଟା କରୁଥିବାରୁ ପୋଲିସ ଏନକାଉଣ୍ଟର କରିଥିଲା । ଏନକାଉଣ୍ଟରରେ ହାଇଦର ଦେହରେ ତିନି ରାଉଣ୍ଡ ଗୁଳି ବାଜିଥିଲା । ବାଲେଶ୍ୱର ସିମୁଳିଆ ଠାରେ ସେକ ହାଇଦର ପରିଶ୍ରା କରିବା ବାହାନାରେ ଖସିଯିବାକୁ ଚେଷ୍ଟା କରୁଥିବାରୁ ପୋଲିସ ଏନକାଉଣ୍ଟର କରିଥିଲା । ଏନକାଉଣ୍ଟରରେ ହାଇଦରର ବାମ ହାତ ଓ ପେଟରେ ଗୁଳି ବାଜିଥିଲା, ଫଳରେ ଗୁରୁତର ଆହତ ହୋଇ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ହାଇଦରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଆଜି ହାଇଦରକୁ କଟକର ଚୌଦ୍ବାର ଜେଲରୁ ବାରିପଦା ଜେଲ ନିଆଯାଉଥିଲା। ତେବେ ସିମୁଳିଆ ନିକଟରେ ହାଇଦର ପରିଶ୍ରା ଯିବ ବୋଲି ଏସକର୍ଟ ଟିମକୁ କହିଥିଲା।ଏସକର୍ଟ ଟିମ ପରିଶ୍ରା କରିବାକୁ ଅନୁମତି ଦେବାପରେ ସେ ପରିଶ୍ରା କରିବା ବାହାନାରେ ଖସିଯିବାକୁ ଉଦ୍ୟମ କରିଥିଲା।ଏହି ସମୟରେ ପୁଲିସ ହାଇଦରକୁ କାବୁ କରିବାକୁ ଚେଷ୍ଟା କରୁଥିବା ବେଳେ ହାଇଦର ସହ ପୋଲିସର ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଏପରିକି ପୁଲିସ ନିକଟରୁ ହାଇଦର ବନ୍ଧୁକ ଛଡାଇବାକୁ ମଧ୍ୟ ଉଦ୍ୟମ କରିଥିଲା। ଶେଷରେ ପୁଲିସ ଅନ୍ୟ କିଛି ଉପାୟ ନପାଇ ନିଜ ସୁରକ୍ଷା ପାଇଁ ହାଇଦରକୁ ଏନକାଉଣ୍ଟର କରିଥିଲା। ତେବେ ଏନକାଉଣ୍ଟରରେ ହାଇଦରର ପେଟରେ ଗୁଳି ବାଜିଥିବା ବେଳେ ସେ ଗୁରୁତର ହୋଇଥିଲା। ଆଜି ଅପରାହ୍ନ ୩.୨୦ ମିନିଟରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଅଞ୍ଚଳରେ ଏହି ଏକାଉଣ୍ଟ୍ ଘଟଣା ଘଟିଥିଲା।ଏକାଉଣ୍ଟର ପରେ ହାଇଦରକୁ ପୁଲିସ କାବୁ କରି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅପରାହ୍ନ ୪ ଟା ପାଖାପାଖି ସମୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା ମଧ୍ୟ ଆରମ୍ଭ ହୋଇଥିଲା।ପରେ ମୃତ ଘୋଷଣା କରାଯାଇଛି। ତେବେ ରାସ୍ତାରେ ହାଇଦରର ମୃତ୍ୟୁ ହୋଇଛି ନାଁ ହସ୍ପିଟାଲରେ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ବାଲେଶ୍ଵର ହସ୍ପିଟାଲରେ ଟାଉନଥାନା ପୁଲିସର ଏକ ଟିମକୁ ନିୟୋଜିତ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର