ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଯାଉଛି ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟ

The Sakala Picture
Published On

ଭୁବନେଶ୍ବର: କ୍ଷେତରେ ମାଡ଼ିବ ପାଣି, ଚାଷୀ ମୁହଁରେ ଖେଳିବ ହସ। କେବଳ ବର୍ଷା ଉପରେ ଆଉ ଚାଷୀକୁ ନିର୍ଭର କରିବାକୁ ପଡ଼ିବ ନାହିଁ। ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ବରଗଡ଼ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାର ଜମି ଜଳସେଚିତ ହେବ। ଖୁବଶୀଘ୍ର ବରଗଡ଼ ଜିଲ୍ଲାବାସୀଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯାଉଛି।  ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରକଳ୍ପ ଭାବେ ପରିଚିତ ବରଗଡ ଜିଲ୍ଲାର ଗଙ୍ଗାଧର ମେହେର ଉଠା […]

ଭୁବନେଶ୍ବର: କ୍ଷେତରେ ମାଡ଼ିବ ପାଣି, ଚାଷୀ ମୁହଁରେ ଖେଳିବ ହସ। କେବଳ ବର୍ଷା ଉପରେ ଆଉ ଚାଷୀକୁ ନିର୍ଭର କରିବାକୁ ପଡ଼ିବ ନାହିଁ। ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ବରଗଡ଼ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାର ଜମି ଜଳସେଚିତ ହେବ। ଖୁବଶୀଘ୍ର ବରଗଡ଼ ଜିଲ୍ଲାବାସୀଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯାଉଛି।  ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରକଳ୍ପ ଭାବେ ପରିଚିତ ବରଗଡ ଜିଲ୍ଲାର ଗଙ୍ଗାଧର ମେହେର ଉଠା ସେଚନ ପ୍ରକଳ୍ପ ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଯାଉଛି। ପାଇପ ଲାଇନ ଜଳସେଚନରେ ଏହା ଦେଶର ସର୍ବବୃହତ ପ୍ରକଳ୍ପ ଭାବେ ଉଭା ହେବାକୁ ଯାଉଛି। ତେବେ, ଆସନ୍ତା ୨୫ ତାରିଖ ପରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଏହାର ଲୋକାର୍ପଣ କରିବାକୁ ଜଳସେଚନ ବିଭାଗ ରାଜ୍ୟ ସରକାରଙ୍କ ଅନୁମତି ଲୋଡିଛି। ଏହି ବୃହତ ପ୍ରକଳ୍ପ ଦ୍ବାରା ବରଗଡ ଜିଲ୍ଲାର ୪ ବ୍ଲକର ୨୫ ହଜାର ୬ ଶହ ହେକ୍ଟର ଜମି ଜଳସେଚିତ ହେବାକୁ ଯାଉଥିବା ବେଳେ ରବି ଋତୁରୁ ଏହାର ଜଳସେଚନ ଆରମ୍ଭ ହେବ ବୋଲି ହୀରାକୁଦ ମୁଖ୍ୟବନ୍ଧ ବିଭାଗ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଏଥିପାଇଁ ଇତିମଧ୍ୟରେ ଏହି ପ୍ରକଳ୍ପରୁ ଜଳସେଚିତ ହେବାକୁ ଥିବା ୧୩ ହଜାର ହେକ୍ଟର ଜମିର ପରୀକ୍ଷଣ ମଧ୍ୟ ଶେଷ ହୋଇଛି। ଏହି ସୂଚନା ମିଳିବା ପରେ ବର୍ତ୍ତମାନ ସମଗ୍ର ବରଗଡ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

09 Nov 2023 By The Sakala

ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଯାଉଛି ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟ

ଭୁବନେଶ୍ବର: କ୍ଷେତରେ ମାଡ଼ିବ ପାଣି, ଚାଷୀ ମୁହଁରେ ଖେଳିବ ହସ। କେବଳ ବର୍ଷା ଉପରେ ଆଉ ଚାଷୀକୁ ନିର୍ଭର କରିବାକୁ ପଡ଼ିବ ନାହିଁ। ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ବରଗଡ଼ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାର ଜମି ଜଳସେଚିତ ହେବ। ଖୁବଶୀଘ୍ର ବରଗଡ଼ ଜିଲ୍ଲାବାସୀଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯାଉଛି।  ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରକଳ୍ପ ଭାବେ ପରିଚିତ ବରଗଡ ଜିଲ୍ଲାର ଗଙ୍ଗାଧର ମେହେର ଉଠା ସେଚନ ପ୍ରକଳ୍ପ ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଯାଉଛି। ପାଇପ ଲାଇନ ଜଳସେଚନରେ ଏହା ଦେଶର ସର୍ବବୃହତ ପ୍ରକଳ୍ପ ଭାବେ ଉଭା ହେବାକୁ ଯାଉଛି। ତେବେ, ଆସନ୍ତା ୨୫ ତାରିଖ ପରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଏହାର ଲୋକାର୍ପଣ କରିବାକୁ ଜଳସେଚନ ବିଭାଗ ରାଜ୍ୟ ସରକାରଙ୍କ ଅନୁମତି ଲୋଡିଛି। ଏହି ବୃହତ ପ୍ରକଳ୍ପ ଦ୍ବାରା ବରଗଡ ଜିଲ୍ଲାର ୪ ବ୍ଲକର ୨୫ ହଜାର ୬ ଶହ ହେକ୍ଟର ଜମି ଜଳସେଚିତ ହେବାକୁ ଯାଉଥିବା ବେଳେ ରବି ଋତୁରୁ ଏହାର ଜଳସେଚନ ଆରମ୍ଭ ହେବ ବୋଲି ହୀରାକୁଦ ମୁଖ୍ୟବନ୍ଧ ବିଭାଗ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଏଥିପାଇଁ ଇତିମଧ୍ୟରେ ଏହି ପ୍ରକଳ୍ପରୁ ଜଳସେଚିତ ହେବାକୁ ଥିବା ୧୩ ହଜାର ହେକ୍ଟର ଜମିର ପରୀକ୍ଷଣ ମଧ୍ୟ ଶେଷ ହୋଇଛି। ଏହି ସୂଚନା ମିଳିବା ପରେ ବର୍ତ୍ତମାନ ସମଗ୍ର ବରଗଡ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

https://www.thesakala.in/latest-odisha-news/gangadhar-meher-project-is-going-to-be-completed-by-december-15/article-27139
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର