ବାପାଙ୍କ ମୃତ୍ୟୁ ପରେ ପୁଅ ଦିବ୍ୟକୁ ଛାଡି ଅନ୍ୟତ୍ର ବାହା ହୋଇଗଲେ ମା, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିନେଲେ ଇଟାଲି ଦମ୍ପତ୍ତି

The Sakala Picture
Published On

ପାରଳାଖେମୁଣ୍ଡି : ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୩୩ ତମ ଶିଶୁକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ଇଟାଲି ଦେଶର ଏକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ପ୍ରାୟ ୫ ବର୍ଷ ତଳେ ଏହି ପୁଅଟିକୁ ମୋହନା ଅଞ୍ଚଳରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଚାଇଲ୍ଡ଼ଲାଇନ୍ ଉଦ୍ଧାର କରି ଡ଼େ ଷ୍ଟାର୍ ହୋମ୍, ଜରଉ, ମୋହନା ଶିଶୁ ଯତ୍ନ ଅନୁଷ୍ଠାନରେ ରଖି ତାହର ସମସ୍ତ ଯତ୍ନ […]

ପାରଳାଖେମୁଣ୍ଡି : ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୩୩ ତମ ଶିଶୁକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ଇଟାଲି ଦେଶର ଏକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ପ୍ରାୟ ୫ ବର୍ଷ ତଳେ ଏହି ପୁଅଟିକୁ ମୋହନା ଅଞ୍ଚଳରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଚାଇଲ୍ଡ଼ଲାଇନ୍ ଉଦ୍ଧାର କରି ଡ଼େ ଷ୍ଟାର୍ ହୋମ୍, ଜରଉ, ମୋହନା ଶିଶୁ ଯତ୍ନ ଅନୁଷ୍ଠାନରେ ରଖି ତାହର ସମସ୍ତ ଯତ୍ନ ଏବଂ ସୁରକ୍ଷା ଗଜପତି ଜିଲ୍ଲା ପ୍ରଶାସନ ଦେଇ ଆସୁଥିଲା । ପୁଅଟିର ପିତାଙ୍କ ମୃତ୍ୟୁ ପରେ ମା ଅନ୍ୟତ୍ର ବାହାହୋଇ ଛାଡ଼ି ଚାଲିଯାଇଥିଲେ।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

ଶିଶୁଟି ଉଦ୍ଧାର ହେଲା ପରେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ହସ୍ତକ୍ଷେପ ପରେ ମାଁ ଶିଶୁ ମଙ୍ଗଳ ସମିତି, ଗଜପତି ଆଗରେ ସମର୍ପିତ କରିଥିଲେ। ପରବର୍ତ୍ତି ମୁହୁର୍ତ୍ତରେ ଶିଶୁ ମଙ୍ଗଳ ସମିତି, ଗଜପତି ଆଇନତଃ ମୁକ୍ତ ଭାବେ ପ୍ରାୟ ଚାରିବର୍ଷ ହେଲା ଘୋଷଣା କରିଥିଲେ। ପରବର୍ତ୍ତି ସମୟରେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିଶାନ୍ ସାଲୋମ୍, ପାରଳାଖେମୁଣ୍ଡି ମାଧ୍ୟମରେ ପୁଅଟିକୁ ପୋଷ୍ୟ ସନ୍ତାନ ନିମନ୍ତେ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା । ଯଦ୍ବାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ, ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ପରବର୍ତ୍ତି ମୁହୁର୍ତ୍ତରେ ଚାରି ବର୍ଷ ଧରି ଏକ ପୋଷ୍ୟ ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଇଟାଲୀୟ ଦମ୍ପତ୍ତି ଯଥା ଡେଗାନୋ ଗିଅଲୁକ ଓ ବାସଲେଟ ଅଲେସ୍ଶାନ୍ଦ୍ର ଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ । ଦମ୍ପତ୍ତି ଭିଡ଼ିଓ ମାଧ୍ୟମରେ ଶିଶୁ ଦିବ୍ୟ କାର୍ଜୀଙ୍କୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ। ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ୟ୍ୟାଳୟ, ଗଜପତି ପ୍ରସ୍ତୁତ କରିଥିଲେ। ପରବର୍ତ୍ତି ମୂହୁର୍ତ୍ତରେ ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଏବଂ ମାନ୍ୟବର କୋର୍ଟ ଯାଞ୍ଚ କରିବା ପରେ ଆଜି ଶିଶୁଟିକୁ ଇଟାଲୀୟ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଦିଆଯାଇଥିଲା। ଏହି ଶିଶୁଟି ପୁତ୍ର ସନ୍ତାନ ହୋଇଥିଲା ବେଳେ ଏହାର ବୟସ ମାତ୍ର ୧୨ ବର୍ଷ ହୋଇଥିଲା ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

ଶିଶୁଟିକୁ ପାଇ ଦମ୍ପତ୍ତି ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା। ସାମ୍ବାଦିକ ମାନେ ଦମ୍ପତ୍ତିଙ୍କୁ ଯେତେବେଳେ ପଚାରିଲେ ଆପଣ ଭାରତରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ତାହାରି ଉତ୍ତରରେ ଦମ୍ପତ୍ତି କହିଥିଲେ ଭାରତ ଗୋଟିଏ ସୁନ୍ଦର ଦେଶ ଏବଂ ଭାରତର ସଂସ୍କୃତି ଓ ପରମ୍ପରା ଆମକୁ ବହୁତ ଭଲଲାଗେ। ଦମ୍ପତ୍ତିଙ୍କ ସହ ଆଫା, ନୂଆ ଦିଲ୍ଲୀରୁ ହସମୁଖ୍ ଠକ୍କର ଉପସ୍ଥିତ ଥିଲେ ଯିଏକି ଆଫା ତରଫରୁ ଇଟାଲିକୁ ପ୍ରତିନିଧି କରୁଛନ୍ତି । ହସ୍ତାନ୍ତର ସମୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରୀପାଠୀ, ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ୟ୍ୟ, ଡ଼େ-ଷ୍ଟାର ହୋମ୍, ଜରାଉ ର କର୍ମକର୍ତ୍ତା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ଥ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

21 Nov 2022 By The Sakala

ବାପାଙ୍କ ମୃତ୍ୟୁ ପରେ ପୁଅ ଦିବ୍ୟକୁ ଛାଡି ଅନ୍ୟତ୍ର ବାହା ହୋଇଗଲେ ମା, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିନେଲେ ଇଟାଲି ଦମ୍ପତ୍ତି

ପାରଳାଖେମୁଣ୍ଡି : ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୩୩ ତମ ଶିଶୁକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ଇଟାଲି ଦେଶର ଏକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ପ୍ରାୟ ୫ ବର୍ଷ ତଳେ ଏହି ପୁଅଟିକୁ ମୋହନା ଅଞ୍ଚଳରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଚାଇଲ୍ଡ଼ଲାଇନ୍ ଉଦ୍ଧାର କରି ଡ଼େ ଷ୍ଟାର୍ ହୋମ୍, ଜରଉ, ମୋହନା ଶିଶୁ ଯତ୍ନ ଅନୁଷ୍ଠାନରେ ରଖି ତାହର ସମସ୍ତ ଯତ୍ନ ଏବଂ ସୁରକ୍ଷା ଗଜପତି ଜିଲ୍ଲା ପ୍ରଶାସନ ଦେଇ ଆସୁଥିଲା । ପୁଅଟିର ପିତାଙ୍କ ମୃତ୍ୟୁ ପରେ ମା ଅନ୍ୟତ୍ର ବାହାହୋଇ ଛାଡ଼ି ଚାଲିଯାଇଥିଲେ।

ଶିଶୁଟି ଉଦ୍ଧାର ହେଲା ପରେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ହସ୍ତକ୍ଷେପ ପରେ ମାଁ ଶିଶୁ ମଙ୍ଗଳ ସମିତି, ଗଜପତି ଆଗରେ ସମର୍ପିତ କରିଥିଲେ। ପରବର୍ତ୍ତି ମୁହୁର୍ତ୍ତରେ ଶିଶୁ ମଙ୍ଗଳ ସମିତି, ଗଜପତି ଆଇନତଃ ମୁକ୍ତ ଭାବେ ପ୍ରାୟ ଚାରିବର୍ଷ ହେଲା ଘୋଷଣା କରିଥିଲେ। ପରବର୍ତ୍ତି ସମୟରେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିଶାନ୍ ସାଲୋମ୍, ପାରଳାଖେମୁଣ୍ଡି ମାଧ୍ୟମରେ ପୁଅଟିକୁ ପୋଷ୍ୟ ସନ୍ତାନ ନିମନ୍ତେ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା । ଯଦ୍ବାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ, ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା ।

ପରବର୍ତ୍ତି ମୁହୁର୍ତ୍ତରେ ଚାରି ବର୍ଷ ଧରି ଏକ ପୋଷ୍ୟ ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଇଟାଲୀୟ ଦମ୍ପତ୍ତି ଯଥା ଡେଗାନୋ ଗିଅଲୁକ ଓ ବାସଲେଟ ଅଲେସ୍ଶାନ୍ଦ୍ର ଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ । ଦମ୍ପତ୍ତି ଭିଡ଼ିଓ ମାଧ୍ୟମରେ ଶିଶୁ ଦିବ୍ୟ କାର୍ଜୀଙ୍କୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ। ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ୟ୍ୟାଳୟ, ଗଜପତି ପ୍ରସ୍ତୁତ କରିଥିଲେ। ପରବର୍ତ୍ତି ମୂହୁର୍ତ୍ତରେ ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଏବଂ ମାନ୍ୟବର କୋର୍ଟ ଯାଞ୍ଚ କରିବା ପରେ ଆଜି ଶିଶୁଟିକୁ ଇଟାଲୀୟ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଦିଆଯାଇଥିଲା। ଏହି ଶିଶୁଟି ପୁତ୍ର ସନ୍ତାନ ହୋଇଥିଲା ବେଳେ ଏହାର ବୟସ ମାତ୍ର ୧୨ ବର୍ଷ ହୋଇଥିଲା ।

ଶିଶୁଟିକୁ ପାଇ ଦମ୍ପତ୍ତି ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା। ସାମ୍ବାଦିକ ମାନେ ଦମ୍ପତ୍ତିଙ୍କୁ ଯେତେବେଳେ ପଚାରିଲେ ଆପଣ ଭାରତରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ତାହାରି ଉତ୍ତରରେ ଦମ୍ପତ୍ତି କହିଥିଲେ ଭାରତ ଗୋଟିଏ ସୁନ୍ଦର ଦେଶ ଏବଂ ଭାରତର ସଂସ୍କୃତି ଓ ପରମ୍ପରା ଆମକୁ ବହୁତ ଭଲଲାଗେ। ଦମ୍ପତ୍ତିଙ୍କ ସହ ଆଫା, ନୂଆ ଦିଲ୍ଲୀରୁ ହସମୁଖ୍ ଠକ୍କର ଉପସ୍ଥିତ ଥିଲେ ଯିଏକି ଆଫା ତରଫରୁ ଇଟାଲିକୁ ପ୍ରତିନିଧି କରୁଛନ୍ତି । ହସ୍ତାନ୍ତର ସମୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରୀପାଠୀ, ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ୟ୍ୟ, ଡ଼େ-ଷ୍ଟାର ହୋମ୍, ଜରାଉ ର କର୍ମକର୍ତ୍ତା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ଥ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

https://www.thesakala.in/latest-odisha-news/gajapati/italian-couple-adopted-a-boy-child-from-gajapati-odisha/article-16740
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର